
ଧର୍ମଶାଳା,୧୩ ଏପ୍ରିଲ (ହି.ସ.) - ରାସ୍ତାର ଉନ୍ନତିକରଣ ନିମନ୍ତେ ସରକାର କୋଟି କୋଟି ବ୍ୟୟ ବରାଦ କରୁଛନ୍ତି । ହେଲେ ରାସ୍ତାର ଉନ୍ନତିକରଣ ବଦଳରେ ରାସ୍ତା ଏବେ କେନାଲରେ ପରିଣତ ହେଲାଣି । ଯାହାକୁ ନେଇ ଗାଡି ଚାଳକମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଏନେଇ ବିଭାଗୀୟ ଅଧିକାରୀ ଓ ନିଯୁକ୍ତି ହୋଇଥିବା ଠିକାଦାରଙ୍କ ମଧୁଚନ୍ଦ୍ରିକାରୁ ରାସ୍ତା ୨ମାସରୁ ଉର୍ଦ୍ଧ ହେବ ଖାଲଖମାରେ ପରିଣତ ହୋଇ କୋନାଲର ଭ୍ରମ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲା ଚୌଦ୍ୱାର ଚାରିବାଟିଆ ଅଧିନରେ ଥିବା ବରୁହାଁ-କୃଷ୍ଣଦାସପୁର ମୁଖ୍ୟ ରାସ୍ତା କ୍ଷେତ୍ରରେ । ଏହି ରାସ୍ତାର ଧର୍ମଶାଳା ବ୍ଲକ କୋତପୁର ପଂଚାୟତସ୍ଥ ଭଗବାନପୁର-ରମାପୁର ମଧ୍ୟସ୍ଥଳ ରାସ୍ତା ୨ମାସ ହେବ ଖୋଳା ହୋଇପଡିଛି । ଠିକାଦାର ଏହି ରାସ୍ତାର ପ୍ରସ୍ତିକରଣ ପାଇଁ ୨ମାସ ପୂର୍ବେ କାମ ଆରମ୍ଭ କରିଥିଲା । ତେବେ ଅଧ କିମି ରାସ୍ତାକୁ ଠିକାଦାର ଜେସିବି ଲଗାଇ ରାସ୍ତାକୁ ତାଡି ବେଲଡର ଓ ମାଟିକୁ ଅନ୍ୟତ୍ର ନେଇ ପକାଇ ଥିବା ବେଳେ ଏହି ରାସ୍ତା ୨ା୩ଫୁଟ ଖାଲ ହୋଇ ପଡିଛି । ଏହି ଖାଲରେ ଡ୍ରଷ୍ଟ ଗୁଣ୍ଡ ନ ପକାଇ ଠିକାଦାର ରାସ୍ତା ଖୋଳି ପାର ହୋଇଯାଇଛି । ସେପଟେ ଖାଲ ରାସ୍ତା ଉଭୟ ପାଶ୍ୱରେ ସର୍ତକ ମୂଳକ ସୂଚନା ଦିଆଯାଇ ନାହିଁ । ଏପରିକି ବିନା ସୂଚନା ଫଳକରେ ରାସ୍ତାକୁ କେଉଁ ଉଦ୍ଦେଶ୍ୟରେ ଖୋଳା ଗଲା ତାହାକୁ ନେଇ ଅଂଚଳବାସୀଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସତର୍କ ସୂଚନା ନ ଥବାରୁ ସାଇକେଲ,ବାଇକ ଚାଳକମାନେ ଦୃର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ଅମଳ ସମୟରେ ଚାଷୀମାନେ ନାହିଁ ନ ଥିବା ଅସୁବଧାର ସମ୍ମୁଖୀନ ହୋିଛନ୍ତି । ଅଧ କମି ରାସ୍ତା ପାଇଁ ସେମାନଙ୍କ ୩ରୁ୪ କିମି ବୁଲି ବଲି ଯିବାକୁ ପଡୁଛି । ଏହି ରାସ୍ତା ଜିଲା ହେଡ କ୍ୱାଟରକୁ ଯିବାକୁ ମୁଖ୍ୟ ରାସ୍ତା ହୋଇଥିବା ବେଳେ ସ୍ଥାନୀୟ ୧୦ଗୋଟି ପଂଚାୟତ ଜନଧାରଣ ପ୍ରତିଦିନ ବିଭିନ୍ନ ସ୍ଥାନକୁ ଯାତାୟତ କରିଥାନ୍ତି । ଏହି ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିବା ଘଟଣାକୁ ନେଇ ସ୍ଥାନୀୟ ଅଂଚଳର ଜନସାଧାରଣ ଅସନ୍ତୋଷ ପ୍ରକାଶ କରିଛନ୍ତି । ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମିଲିଭଗତରେ ଏହି କାମ ଚାଲିଛି । ଯାହାକି ରାସ୍ତା ଖୋଲା ହୋଇ ପଡି ରହିବା ସାଧାରଷର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବାରମ୍ବାର ଚୌଦ୍ୱାର ଚାରିବାଟିଆ ଅଧିକ୍ଷଣ ଯନ୍ତ୍ରୀଙ୍କ ନିକଟରେ ଗ୍ରାମବାସୀ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁ ନାହିଁ । ଏନେଇ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଅମୀୟ କୁମାର ପରିଡା,ପୂର୍ବତନ ଜିଲା ପରିଷଦ ସଭ୍ୟ ନିର୍ମଳ ସାମଲ,ବରିଷ୍ଠ କଂଗ୍ରେସ ନେତା ସୁବୋଧ ସାମଲ,କୃଷକ ନେତା ପ୍ରଫୁଲ୍ଲ ବେହେରା,ସଂଜୟ ରାୟ,ନରେନ୍ଦ୍ର ଲେଙ୍କା,ପିତାମ୍ବର ରାୟ,ଶକ୍ତିଶ୍ୱର ସାମଲ ଓ ବାବୁଲା ସାମଲ ପ୍ରମୁଖ ବିରୋଧ କରିଛନ୍ତି । ତୁରନ୍ତ ରାସ୍ତା କାର?୍ୟ୍ୟ କରିବାକୁ କୈଳାସ ସାମଲ,ଦିବ୍ୟଜ୍ୟୋତି ସାମଲ,ଅବିନାଶ ସାମଲ ଓ ପ୍ରସନ୍ନ ବାରିକ୍ ବିଭାଗୀୟ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ସହିତ ଦୁଇ ତିନି ଦିନ ଭିତରେ କାମ କରାନ ଗଲେ ଅନ୍ଦୋଳନର ଚେତାବନୀ ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ