ତୁଳସୀ ମହିଳା ମହାବିଦ୍ୟାଳୟରେ ‘ଓଡିଆ ପକ୍ଷ’ ପାଳନ
କେନ୍ଦ୍ରାପଡା, ୧୩ ଏପ୍ରିଲ୍ (ହି.ସ.)- କେନ୍ଦ୍ରାପଡା ଗୋପ ସ୍ଥିତ ତୁଳସୀ ମହିଳା ମହାବିଦ୍ୟାଳୟ, କେନ୍ଦ୍ରାପଡ଼ାରେ ‘ଓଡିଆ ପକ୍ଷ’ ର ‘ବନ୍ଦନୀୟ ବରପୁତ୍ର ଦିବସ’ ପାଳନ ଅବସରରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହାବିଦ୍ୟାଳୟରଭାରପ୍ରାପ୍ତ ଅଧ୍ୟକ୍ଷା ପ୍ରାଧ୍ୟାପିକାସବିତା ଦାସ ପ୍ରଦୀପ ପ୍ର
--ତୁଳସୀମହିଳାମହାବିଦ୍ୟାଳୟରେ ‘ଓଡିଆ ପକ୍ଷ’ ପାଳନ


କେନ୍ଦ୍ରାପଡା, ୧୩ ଏପ୍ରିଲ୍ (ହି.ସ.)- କେନ୍ଦ୍ରାପଡା ଗୋପ ସ୍ଥିତ ତୁଳସୀ ମହିଳା ମହାବିଦ୍ୟାଳୟ, କେନ୍ଦ୍ରାପଡ଼ାରେ ‘ଓଡିଆ ପକ୍ଷ’ ର ‘ବନ୍ଦନୀୟ ବରପୁତ୍ର ଦିବସ’ ପାଳନ ଅବସରରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହାବିଦ୍ୟାଳୟରଭାରପ୍ରାପ୍ତ ଅଧ୍ୟକ୍ଷା ପ୍ରାଧ୍ୟାପିକାସବିତା ଦାସ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସ୍ୱାଗତ ଭାଷଣ ଓ ଓଡ଼ିଆ ପକ୍ଷ ପାଳନର ଗୁରୁତ୍ୱ ସମ୍ପର୍କରେ ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ ।

ବିଷୟ ବିଶେଷଜ୍ଞ ଭାବରେ ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟର ପ୍ରାକ୍ତନ ଓଡ଼ିଆ ପ୍ରାଧ୍ୟାପିକା ଡଃ. ନୀଳମଣି ଲେଙ୍କା ଓଡ଼ିଶାର ବରପୁତ୍ର ଓ ଓଡ଼ିଶାକୁ ସେମାନଙ୍କର ଅବଦାନ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ । ଓଡ଼ିଆ ଅଧ୍ୟାପକ ଡଃ. ଆଶୁତୋଷ ରାଉତ ଅତିଥି ପରିଚୟ ପ୍ରଦାନ ସହିତ ଆଲୋଚନାଚକ୍ରକୁ ସଂଯୋଜନା କରିଥିଲେ । ଅଧ୍ୟାପିକା ଡଃ. ସୁଜାତା ଭଟ୍ଟ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅଧ୍ୟାପକ ଟିକେଶ୍ୱର ସାହୁ, ଅଧ୍ୟାପିକା ପ୍ରଭାସିନୀ ଜେନା, ଆରତୀ ଚୌଧୁରୀ, ବଳରାମ ବାରିକ ପ୍ରମୁଖ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ । ‘ଆମରୁଚି ଆମଖାଦ୍ୟ ଦିବସ’ ଅବସରରେ ମହାବିଦ୍ୟାଳୟର ପାରମ୍ପରିକ ଓଡ଼ିଆ ଖାଦ୍ୟର ଆୟୋଜନ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande