ସମସ୍ତ ହୋଟେଲରେ ଓଡିଆ ଖାଦ୍ୟ ପରସିବା ପାଇଁ ପ୍ରୟାସ
ଜୟପୁର, ୧୩ ଏପ୍ରିଲ୍ (ହି.ସ.)- ଓଡିଆ ପକ୍ଷ ଅବସରରେ ଜୟପୁର ବ୍ଲକ ପ୍ରଶାସନ ପକ୍ଷରୁ ସହରର ସମସ୍ତ ହୋଟେଲରେ ଓଡିଆ ଖାଦ୍ୟ ପରଷିବା ପାଇଁ ଆଜି ବ୍ଲକ ମିଶନ ଶକ୍ତି କେଫେ ରେ ଏକ ଆମ ରୁଚି ଆମ ଖାଦ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠି ଉନ୍ନୟନ ଅଧିକାରୀ ଶକ୍ତି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟ
ସମସ୍ତ ହୋଟେଲରେ ଓଡିଆ ଖାଦ୍ୟ ପରସିବା ପାଇଁ ପ୍ରୟାସ


ଜୟପୁର, ୧୩ ଏପ୍ରିଲ୍ (ହି.ସ.)- ଓଡିଆ ପକ୍ଷ ଅବସରରେ ଜୟପୁର ବ୍ଲକ ପ୍ରଶାସନ ପକ୍ଷରୁ ସହରର ସମସ୍ତ ହୋଟେଲରେ ଓଡିଆ ଖାଦ୍ୟ ପରଷିବା ପାଇଁ ଆଜି ବ୍ଲକ ମିଶନ ଶକ୍ତି କେଫେ ରେ ଏକ ଆମ ରୁଚି ଆମ ଖାଦ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠି ଉନ୍ନୟନ ଅଧିକାରୀ ଶକ୍ତି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହିଳା ସ୍ବୟ˚ସହାୟକ ଗୋଷ୍ଠୀ ମହିଳା ମାନେ ପାରମ୍ପରିକ ଖାଦ୍ୟ ପରିବେଷଣ କରିଥିଲେ। ମୁଖ୍ୟ ଅତିଥି ଭାବେ ପି.ଏ. ଆଇଟିଡିଏ ତୃପ୍ତି ବରେଇ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ପୂଜା ରାଉତ, ସିଡିପିଓ କାଞ୍ଚନ ପଣ୍ତା ଯୋଗ ଦେଇଥିଲେ। ଏହି ପାରମ୍ପରିକ ଖାଦ୍ୟ ପ୍ରଦର୍ଶନୀରେ ବେସର, ଘାଣ୍ଟ, ବଡିଚୁରା, ଶାଗ, କାଞ୍ଜି, ପୁଡୁଗା, ପଖାଳ, ମାଣ୍ତିଆଯାଉ, ଦେଶୀ ଆଳୁ ଭଜା, ଆମ୍ବ ଖଟା, ଆମୋଟ, ମଣ୍ତାପିଠା, ମାଣ୍ତିଆ ପୋଡପିଠା ଭଳି ଅନେକ ପ୍ରକାରର ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରାଯାଇଥିଲା। ଆଗାମୀ ଦିନରେ ମହିଳା ସ୍ବୟ˚ସହାୟକ ମହିଳା ମାନେ ହୋଟେଲ ଗୁଡିକରେ ଏହିପରି ଖାଦ୍ୟ ପରଷିବା ପାଇଁ ସଚେତନ କରାଇବେ ବୋଲି ବିଡିଓ ଶକ୍ତି ମହାପାତ୍ର ପ୍ରକାଶ କରିଛନ୍ତି।

ଆଜିର ଏହି ଓଡିଆ ଦିବସରେ ଆମ ରୁଚି ଆମ ଖାଦ୍ୟ କାର୍ଯ୍ୟକ୍ରମ କରାଯାଇଥିବା ଯୋଗୁଁ ସମସ୍ତ କର୍ମକର୍ତ୍ତାଙ୍କୁ ବିଡିଓ ସାଧୁବାଦ ଜଣାଇଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande