
ଜୟପୁର,
୧୪ ଏପ୍ରିଲ୍ (ହି.ସ.)-
ଓଡ଼ିଶା ଅମଲା ସଂଘର ତ୍ରୟୋବାର୍ଷିକି ସମ୍ମିଳନି କୋରାପୁଟ ଜିଲ୍ଲାରେ କରିବା ନିମନ୍ତେ ଦୀର୍ଘ ବର୍ଷ ଧରି ଦାବି ହୋଇ ଆସୁଥିବା ବେଳେ, ରାଜ୍ୟ ସଂଘ ଟାଳ ଟୁଳ ନୀତି ଅବଲମ୍ବନ କରୁଥିବାରୁ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି l ପ୍ରତି ବୈଠକରେ ଏହି ଦାବି ଉପସ୍ଥାପନା କରିଯାଇଥିବା ନେଇ ଓଡ଼ିଶା ଅମଲା ସଂଘର ଅତିରିକ୍ତ ସାଧାରଣ ସମ୍ପାଦକ ଶଶୀ ଭୂଷଣ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l ଶ୍ରୀ ଦାଶ୍ କହିଛନ୍ତି ଓଡ଼ିଶାର ବିଭିନ୍ନ ଜିଲ୍ଲା ଏପରିକି ବାଲେଶ୍ଵରରେ ମଧ୍ୟ ତ୍ରୟୋବାର୍ଷିକି ସମ୍ମିଳନି ହୋଇ ସାରିଛି ରାଜ୍ୟ ନେତୃବୃନ୍ଦ ଦୀର୍ଘ ବର୍ଷ ହେବ ତାଙ୍କ ଅଞ୍ଚଳରେ ତ୍ରୟବାର୍ଷିକୀ ସମ୍ମିଳନି କରି ନିର୍ବାଚନ ବଦଳରେ ନିଜେ ନିଜେ ଚୟନ ହୋଇଯାଉଛନ୍ତି ଏହା ନିଶ୍ଚିତ ଭାବରେ ଦୁର୍ଭାଗ୍ୟଜନକ ଓ କୋରାପୁଟ ଜିଲ୍ଲାକୁ ସବୁବେଳେ ରାଜ୍ୟ ନେତୃବୃନ୍ଦ ଅଣଦେଖା କରୁଥିବା କହିଛନ୍ତି lଯାହାବି ହେଲେ କୋରାପୁଟ ଜିଲ୍ଲାରେ ରାଜ୍ୟର ତ୍ରୟବାର୍ଷିକୀ ସମ୍ମିଳନି କରି ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନୋମହୋନ ସାମଲଙ୍କୁ ତ୍ରୟବାର୍ଷିକି ସମ୍ମିଳନିରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବା ନିମନ୍ତେ ଅନୁରୋଧ କରିବା ପାଇଁ ସ୍ଥିର କରାଯାଇଥିବା ପ୍ରକାଶ କରିଛନ୍ତି l ଖୁବ୍ ଶିଘ୍ର ଏ ନେଇ ଚୂଡାନ୍ତ ହେବ ବୋଲି ଷ୍ପଷ୍ଟ କରିଛନ୍ତି l ଯଦି ରାଜ୍ୟ ନେତୃବୃନ୍ଦ ଏନେଇ କୌଣସି ବି ପ୍ରତିବନ୍ଧକ ସାଜନ୍ତି ତା ହେଲେ ନିଶ୍ଚିତ ଭାବରେ ସଂଘରେ ଫାଟ ହେବ ବୋଲି ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି l
ହିନ୍ଦୁସ୍ଥାନ ସମାଚାର / ପିକେପି