ବିଭିନ୍ନ ସଂଗଠନ ପକ୍ଷରୁ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ
ଜୟପୁର,୧୪ ଏପ୍ରିଲ୍ (ହି.ସ.) - କୋରାପୁଟ ଜିଲ୍ଲା ଜୟପୁର ବିଭିନ୍ନ ସଂଗଠନ ପକ୍ଷରୁ ବାବା ସାହେବ ଭୀମରାଓ ଆମ୍ବେଦକର ଜୟନ୍ତି ପାଳିତ ହୋଇଛି । ଜୟପୁର ସ୍ଥିତ ଆମ୍ବେଦକର ଛକରେ ଥିବା ପ୍ରତିମୁର୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରି ଜୟନ୍ତି ପାଳନ କରାଯାଇଛି ।ଜୟପୁର ଏସଡିପିଆରଓ ଯୋଶଦା ଗାଦବା ଉପସ୍ଥିତ ରହି ପୁ
ବିଭିନ୍ନ  ସଂଗଠନ ପକ୍ଷରୁ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ


ଜୟପୁର,୧୪ ଏପ୍ରିଲ୍ (ହି.ସ.) - କୋରାପୁଟ ଜିଲ୍ଲା ଜୟପୁର ବିଭିନ୍ନ ସଂଗଠନ ପକ୍ଷରୁ ବାବା ସାହେବ ଭୀମରାଓ ଆମ୍ବେଦକର ଜୟନ୍ତି ପାଳିତ ହୋଇଛି । ଜୟପୁର ସ୍ଥିତ ଆମ୍ବେଦକର ଛକରେ ଥିବା ପ୍ରତିମୁର୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରି ଜୟନ୍ତି ପାଳନ କରାଯାଇଛି ।ଜୟପୁର ଏସଡିପିଆରଓ ଯୋଶଦା ଗାଦବା ଉପସ୍ଥିତ ରହି ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ । ମହାଦଳିତ ପରିସଂଘ ରାଜ୍ୟ ସଭାପତି ବୃନ୍ଦାବନ ଖରା ଅଧ୍ୟକ୍ଷତାରେ ଆୟୋଜିତ ଜୟନ୍ତି କାଯ୍ୟକ୍ରମରେ ରଜତ ବିଶ୍ୱାସ, ବାସୁ ନାୟକ, ନରସିଂହ ନାୟକ, ସୁରେନ୍ଦ୍ର ଖରା, ମନସ୍ମିନି ଟାକରି, ଲୋକନଥ ପାଙ୍ଗି ପ୍ରମୁଖ ଉପସ୍ଥିତ ରହି ସମ୍ବିଧାନ ପ୍ରଣେତା ଆମ୍ବେଦକଙ୍କ ସ୍ମୁତି ଚାରାଣ କରିଥିଲେ। ସେହିପରି ଜୟପୁର ସ୍ଥିତ ଜିଲା କଂଗ୍ରେସ ଭବନ ଠାରେ ଆମ୍ବେଦକରଙ୍କ ଜୟନ୍ତି ପାଳନ କରାଯାଇଛି । ଏଠାରେ ଜିଲା ସଭାପତି ରୁପକ ତୁରୁକ, ପୁବତନ ବିଧାୟକ ନିମାଇ ସରକାର, ବସନ୍ତ ନାୟକ, ଗଙ୍ଗା ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଆମ୍ବେଦକରଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ଜୟନ୍ତି ପାଳନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande