ବାବାସାହେବଙ୍କ ଆଦର୍ଶକୁ ବାସ୍ତବରେ କାର୍ଯ୍ୟକାରୀ କରିଛି ବିଜେପି ସରକାର: ମୋହନ ଚରଣ ମାଝୀ
ଭୁବନେଶ୍ୱର ,୧୪ ଏପ୍ରିଲ (ହି.ସ)- ଭାରତୀୟ ସମ୍ବିଧାନର ପ୍ରଣେୟତା ଭାରତରତ୍ନ ବାବାସାହେବ ଡା. ଭୀମରାଓ ଆମ୍ବେଦକରଙ୍କ କେବେଳ ଜଣେ ବ୍ୟକ୍ତି ନ ଥିଲେ, ସେ ଥିଲେ ରାଷ୍ଟ୍ରର ବିଚାରଧାରା । ତାଙ୍କର ବିଚାର ହିଁ ଆମ ସମସ୍ତଙ୍କର ଆଧାର ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ କୁହନ୍ତି । ସେହି ଦୂରଦୃଷ୍ଟିକ
jtu8o


ଭୁବନେଶ୍ୱର ,୧୪ ଏପ୍ରିଲ (ହି.ସ)- ଭାରତୀୟ ସମ୍ବିଧାନର ପ୍ରଣେୟତା ଭାରତରତ୍ନ ବାବାସାହେବ ଡା. ଭୀମରାଓ ଆମ୍ବେଦକରଙ୍କ କେବେଳ ଜଣେ ବ୍ୟକ୍ତି ନ ଥିଲେ, ସେ ଥିଲେ ରାଷ୍ଟ୍ରର ବିଚାରଧାରା । ତାଙ୍କର ବିଚାର ହିଁ ଆମ ସମସ୍ତଙ୍କର ଆଧାର ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ କୁହନ୍ତି । ସେହି ଦୂରଦୃଷ୍ଟିକୁ ସଫଳ କରିବା ପାଇଁ “ସବ୍କା ସାଥ ସବ୍କା ବିକାଶ” ମନ୍ତ୍ରରେ ବିଜେପି ସରକାର ଆଗକୁ ବଢ଼ିଚାଲିଛି । ତାଙ୍କ ସ୍ମୃତି ଆମକୁ ସର୍ବଦା ସାମାଜିକ ନ୍ୟାୟ ପଥରେ ଚାଲିବା ପାଇଁ ପ୍ରେରଣା ଦିଏ । କଂଗ୍ରେସ ସରକାର ସମୟରେ ବାବାସାହେବଙ୍କ ପ୍ରତି ଅନେକ ଅବହେଳା କରାଯାଇଥିଲା । ତାଙ୍କୁ ଭାରତରତ୍ନ ଦେବାରୁ ବଂଚିତ କରାଯାଇଥିଲା । ୧୯୯୦ ମସିହାରେ ଯେତେବେଳେ ଭାରତୀୟ ଜନତପାର୍ଟିର ସମର୍ଥନରେ କେନ୍ଦ୍ରରେ ସରକାର ଥିଲା, ସେତେବେଳେ ବିଜେପିର ପ୍ରସ୍ତାବ କ୍ରମେ ବାବାସାହେବଙ୍କୁ ଭାରତରତ୍ନ ପ୍ରଦାନ କରାଯାଇଥିଲା ବୋଲି ରାଜ୍ୟ କାର୍ଯ୍ୟାଳୟରେ ବାବାସାହେବଙ୍କ ୧୩୬ ତମ ଜନ୍ମଜୟନ୍ତୀ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।

ଶ୍ରୀ ମାଝୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଜୀ ବାବାସାହେବଙ୍କ ସହ ଜଡ଼ିତ ୫ଟି ମୁଖ୍ୟସ୍ଥାନକୁ ପଂଚତୀର୍ଥ ଭାବେ ବିକଶିତ କରିଛନ୍ତି । ଏହା ବିଜେପି ପାଇଁ ରାଜନୀତି ନୁହେଁ, ଏହା ହେଉଛି ଦଳର ବାବାସାହେବଙ୍କ ପ୍ରତି ଥିବା ଶ୍ରଦ୍ଧା ଓ ସାମାଜିକ ମୂଲ୍ୟବୋଧର ପ୍ରତୀକ । କେବଳ କେନ୍ଦ୍ରରେ ନୁହେଁ ଓଡ଼ିଶାରେ ମଧ୍ୟ ବାବା ସାହେବଙ୍କ ଆଦର୍ଶରେ ଡବଲଇଞ୍ଜିନ ସରକାର ଗରିବଙ୍କ ସରକାର ଭାବେ କାର୍ଯ୍ୟ କରୁଛି । ଏଠାରେ କରାଯାଇଥିବା ବଜେଟ ଗରିବ, ଦଳିତ ଓ ଆଦିବାସୀମାନଙ୍କ ବିକାଶର ବଜେଟ୍ । ବିଜେପି କେବଳ ଘୋଷଣା କରେ ନାହିଁ ତାହାକୁ ବାସ୍ତବରେ କାର୍ଯ୍ୟକାରୀ ମଧ୍ୟ କରେ । ଓଡ଼ିଶା ଡବଲଇଞ୍ଜିନ ସରକାର ଲୋକଙ୍କ ସରକାରର ମାନ୍ୟତା ପାଇଥିବାବେଳେ ବାବା ସାହେବଙ୍କ ବାର୍ତା ଯେପରି ପ୍ରତି ଘରେ ପହଂଚିପାରିବ ସେନେଇ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ । ତାଙ୍କ ପଦାଙ୍କ ଅନୁସରଣ କରି ସାମାଜିକ ସଂହତି ରକ୍ଷା କରି ମଜ୍ଭୁତ ଓଡ଼ଶା ଗଢ଼ିବା ଆମ ସମସ୍ତଙ୍କ କର୍ତବ୍ୟ । ଏହାହିଁ ବାବାସାହେବଙ୍କ ପ୍ରତି ବିଜେପିର ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ଶ୍ରୀ ମାଝୀ କହିବା ସହ ଓଡିଆ ନବବର୍ଷ ଓ ହନୁମାନ ଜୟନ୍ତୀ ପାଳନ ଅବସରରେ ସମସ୍ତଙ୍କୁ ଶୁଭକାମନା ଜଣାଇଥିଲେ ।

ଏହି ଅବସରରେ ରାଜ୍ୟ ସଭାପତି ତଥା ସାଂସଦ ଶ୍ରୀ ମନମୋହନ ସାମଲ କହିଛନ୍ତି ଯେ, ଭାରତରେ ଯେତେବେଳେ ସାମାଜିକ ଅବ୍ୟବସ୍ଥା ବଢ଼ିଯାଇଥିଲା, ସେତେବେଳେ ଲମ୍ବା ସମୟ ଧରି ସଂଘର୍ଷ କରି ନିଜର ଅନୁଭବ ଓ ଅଭିଜ୍ଞତାକୁ ପାଥେୟ କରି ସମ୍ବିଧାନ ପ୍ରଣୟନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ବାବାସାହେବ । ସ୍ୱାଧୀନ ଭାରତରେ ସମ୍ବିଧାନର ବ୍ୟବସ୍ଥା କରିବା ପାଇଁ ସେ ଦୃଢ଼ ସଂକଳ୍ପ ନେଇଥିଲେ । କଂଗ୍ରେସ ସମ୍ବିଧାନର ଦୂରୁପଯୋଗ ଏବଂ ଅସମ୍ମାନ କରିଥିବାବେଳେ ବିଜେପି ସମ୍ବିଧାନର ମର୍ଯ୍ୟାଦାକୁ ଅତୁଟ ରଖିଛି । କାରଣ ବ୍ୟକ୍ତି ବଡ ନୁହେଁ, ଦେଶ ବଡ଼, ସମ୍ବିଧାନ ବଡ଼ । ଏହାକୁ ବିଜେପି ପ୍ରମାଣିତ ମଧ୍ୟ କରିଛି । ଆମ ଗଣତନ୍ତ୍ର ଓ ସମ୍ବିଧାନ ଆଗାମୀ ଦିନରେ ଅଧିକ ଶକ୍ତିଶାଳୀ କିପରି ହେବ ସେନେଇ ଆମ ସମସଙ୍କୁ ଉଦ୍ୟମ କରିବାକୁ ହେବ । ଏଥିସହ ଭାରତବର୍ଷ ତଥା ଓଡିଶାକୁ ସମୃଦ୍ଧ ଓ ବିକଶିତ କରି ଆମ୍ବେଦକରଜୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ରାଜ୍ୟ ସଭାପତି ଶ୍ରୀ ସାମଲ ଆହ୍ୱାନ ଦେବା ସହ ଓଡ଼ିଆ ନବବର୍ଷ, ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।

ସଭାରେ ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ବାଇଧର ମଲ୍ଲିକ ସଭା ସଂଚାଳନ କରିଥିବାବେଳେ ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ବିମ୍ବାଧର କୁଅଁର, ଭୁବନେଶ୍ୱର ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର, ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଓଡ଼ିଶାର ମହାପୁରଷ ଏବଂ ବାବାସାହେବଙ୍କ ଫଟୋ ଚିତ୍ର ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତି ଉଦ୍?ଘାଟନ କରିବା ସହ ପଣା ସଂକ୍ରାନ୍ତି ଉପଲକ୍ଷେ ପଣା ବଂଟନ କରିଥିଲେ । ଏଥିସହ ବି.କେ. ଆର୍ଟ ଆଣ୍ଡ କ୍ରାପ୍ଟ କଲେଜର ଛାତ୍ର ଦ୍ୱାରା ଅଙ୍କାଯାଇଥିବା ଫଟୋଚିତ୍ର ବୁଲି ଦେଖିଥିଲେ ।

ଭୁବନେଶ୍ୱର ଏଜି ଛକ ସ୍ଥିତ ବାବାସାହେବଙ୍କ ପ୍ରତିମୂର୍ତିରେ ରାଜ୍ୟ ସଭାପତି ଶ୍ରୀ ସାମଲ, ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢ଼ାଲି, ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ମାନସ କୁମାର ମହାନ୍ତି, ରାଜ୍ୟ ସମ୍ପାଦକ ସରୋଜ କର, ବରିଷ୍ଠ ନେତା ପ୍ରିୟଦର୍ଶୀ ମିଶ୍ର, ଜଗନ୍ନାଥ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ମହେଶ ମହାନ୍ତି, ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କ ସମେତ ରାଜ୍ୟ ପଦାଧିକାରୀ, ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାମାନେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେହିପରି ବାବାସାହେବଙ୍କ ୧୩୬ତମ ଜନ୍ମ ଜୟନ୍ତୀ ପ୍ରତ୍ୟେକ ଜିଲ୍ଲା ଏବଂ ବିଭିନ୍ନ ସ୍ଥାନରେ ପାଳନ କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande