କଂଗ୍ରେସ ପକ୍ଷରୁ ସାରା ରାଜ୍ୟରେ ଆମ୍ବେଦକର ଜୟନ୍ତୀ ପାଳିତ
ଭୁବନେଶ୍ୱର ,୧୪ ଏପ୍ରିଲ (ହି.ସ)- ଆର୍ôଥକ ଓ ସାମାଜିକ ସମାନତା ବିନା ରାଜନୈତିକ ସ୍ୱାଧୀନତା ମୂଲ୍ୟହୀନ। ପ୍ରାୟ ଏକ ଶତାବ୍ଦୀ ପୂର୍ବର ରକ୍ଷଣଶୀଳ ସମାଜରେ ଉଚ୍ଚବର୍ଗର ଶତ୍ରୁ ବିବେଚିତ ହେଉଥିବା ସତ୍ୱେ ବାବାସାହେବ ଭୀମରାଓ ଆମ୍ବେଦକର, ସମସ୍ତ ସାମାଜିକ ଅନ୍ଧବିଶ୍ୱାସ ଓ କଟକଣାକୁ ଭୃକ୍ଷେପ ନ କରି, ଜାତି
u[-


ଭୁବନେଶ୍ୱର ,୧୪ ଏପ୍ରିଲ (ହି.ସ)- ଆର୍ôଥକ ଓ ସାମାଜିକ ସମାନତା ବିନା ରାଜନୈତିକ ସ୍ୱାଧୀନତା ମୂଲ୍ୟହୀନ। ପ୍ରାୟ ଏକ ଶତାବ୍ଦୀ ପୂର୍ବର ରକ୍ଷଣଶୀଳ ସମାଜରେ ଉଚ୍ଚବର୍ଗର ଶତ୍ରୁ ବିବେଚିତ ହେଉଥିବା ସତ୍ୱେ ବାବାସାହେବ ଭୀମରାଓ ଆମ୍ବେଦକର, ସମସ୍ତ ସାମାଜିକ ଅନ୍ଧବିଶ୍ୱାସ ଓ କଟକଣାକୁ ଭୃକ୍ଷେପ ନ କରି, ଜାତି-ଧର୍ମ ନିର୍ବିଶେଷରେ ସମାବେଶୀ ଅଭିବୃଦ୍ଧି ପାଇଁ ଯେଉଁ ଲଢ଼େଇ କରିବାର ସାହସ ଦେଖାଇଥିଲେ, ସେଥିପାଇଁ ଏ ଜାତି କୃତଜ୍ଞ। ବିବିଧତାର ଏହି ବିଶାଳ ଭୂଖଣ୍ଡରେ ସମସ୍ତଙ୍କୁ ସୁହାଇବା ପରି ଏକ ଶ୍ରେଷ୍ଠ ସମ୍ବିଧାନ କୋଟିକୋଟି ଦେଶବାସୀଙ୍କୁ ଭେଟିଦେବା ଏକ ଅନନ୍ୟ ଉପଲବ୍ଧି। ଆମ୍ବେଦକର ନ ଥିଲେ ଏ ଦେଶର ଆତ୍ମା ଠିକ୍ ଭାବେ ଦେଶର ସମ୍ବିଧାନରେ ପ୍ରତିଫଳିତ ହୋଇ ନ ଥା’ନ୍ତା ବୋଲି ମଙ୍ଗଳବାର କଂଗ୍ରେସ ଭବନରେ ପିସିସି ପକ୍ଷରୁ ଆୟୋଜିତ ବାବାସାହେବଙ୍କ ୧୩୬ତମ ଜୟନ୍ତୀରେ ମତପ୍ରକାଶ ପାଇଛି। ଦେଶରେ ଏକ ସମାନତା ଭିତିକ ସମାଜ ଗଠନ ଉଭୟଙ୍କର ଧ୍ୟେୟ ହୋଇଥିବା ବେଳେ ଏ ନେଇ ସମସ୍ତ ଅପପ୍ରଚାରକୁ ଜବାବ ଦିଆଯିବା ଦରକାର ବୋଲି ବାବାସାହେବଙ୍କ ଜୟନ୍ତୀରେ ସଂକଳ୍ପ ନିଆଯାଇଛି।

ହଳଧର ସେଠୀଙ୍କ ସଂଯୋଜନାରେ ଅ।।ୟୋଜିତ ଏହି ରାଜ୍ୟସ୍ତରୀୟ ସମାବେଶରେ ପିସିସି ସଭାପତି ଭକ୍ତ ଚରଣ ଦାସ କହିଥିଲେ, ବାବା ସାହେବଙ୍କର ସମ୍ବିଧାନ ଅଛିବୋଲି ଆମ ଦେଶର ପରିଚୟ ଅଛି। ସମ୍ବିଧାନ ଅଛିବୋଲି ନ୍ୟାୟ ଅଛି। ମହାଭାରତର ରଚୟତା ବେଦବ୍ୟାସ, ରାମାୟଣର ବାଲ୍ମିକୀଙ୍କ ଦାନ ଯେପରି ଠିକ ସେପରି ଯୋଗଜନ୍ମା ବାବା ସାହେବଙ୍କର ସମ୍ବିଧାନ ମନୁଷ୍ୟ ଜାତି ପାଇଁ।ବର୍ତମାନ ୧୯୪୨ ମସିହା କରବା ମର ସ୍ଥିତି ଆସିଛି। ରାହୁଲ ଗାନ୍ଧୀ ନିଜେ ସମ୍ବିଧାନ ଧରି ସାଧାରଣ ଜନତାଙ୍କୁ ସମ୍ବିଧାନରେ ପ୍ରଦତ ଅଧିକାର ବିଷୟରେ ସଚେତନ କରିବାକୁ ଅପ୍ରାଣ ଉଦ୍ୟମ କରୁଛନ୍ତି। ଯେଉଁଦିନ ଭାରତର ଯୁବ ସମାଜ ନିଜ ସାମ୍ବିଧାନିକ ଅଧିକାର ପ୍ରତି ସଚେତନ ହେବ ତେବେ ଯାଇ ସମସ୍ତେ ଭୟମୁକ୍ତ ହୋଇ ଦେଶରେ ସ୍ୱାଧୀନ ଭାବରେ ବଂଚିପାରିବେ ଏବଂ ବାବା ସାହେବଙ୍କ ନ୍ୟାୟ, ଅଧିକାର, ସମାନତାର ସ୍ୱପ୍ନ ଶାକାର ହେବ।

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଲେ ଆମ ଦେଶର ସମ୍ବିଧାନ ପୃଥିବୀର ଏକ ଅନନ୍ୟ କୃତି। ଏହାର ପୁରୋଧା ମହାମନିଷୀ ବାବା ସାହେବ ଆମ୍ବେଦକର ଅନେକ ଦେଶର ସମ୍ବିଧାନ ବିଶ୍ଲେଷଣ କରି ଯାହା ଭାରତୀୟଙ୍କ ପାଇଁ ଉକୃଷ୍ଟ ତାହା ସମ୍ବିଧାନ ହିସାବରେ ଦେଶର ଜନତାଙ୍କ ନ୍ୟାୟ ପାଇଁ ଦାନ କରିଯାଇଛନ୍ତି।

ପ୍ରଥମେ ଏଜି ଛକସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତିର ମାଲ୍ୟାର୍ପଣ ପରେ କଂଗ୍ରେସ ଭବନଠାରେ ବାବାସାହେବଙ୍କ ପ୍ରତିମୂର୍ତିର ମାଲ୍ୟାର୍ପଣ କରାଯାଇଥିଲା।

ସୂଚନାଯୋଗ୍ୟ, ପିସିସି ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ୧୪ ତାରିଖ ମଙ୍ଗଳବାର ରାଜ୍ୟର ସମସ୍ତ ଜିଲ୍ଲା ତଥା ବ୍ଲକ୍ ଓ ନଗର କଂଗ୍ରେସ କମିଟି ଆନୁକୂଲ୍ୟରେ ଏ ଥର ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ହେଉଛି। ଏହି ଅବସରରେ ‘ଆମ୍ବେଦକର, ସମ୍ବିଧାନ ଓ ସାମାଜିକ ନ୍ୟାୟ’ ଶୀର୍ଷକ ଆଲୋଚନା ସଭା ଆୟୋଜନ କରାଯାଇଥିବା ବେଳେ ‘ସମ୍ବିଧାନ ପାଇଁ ଗଣଦୌଡ଼’, ସ୍କୁଲ-କଲେଜସ୍ତରୀୟ ଆଲୋଚନା/ପ୍ରତିଯୋଗିତାମାନ ଆୟୋଜନ କରାଯାଇଥିବା ପିସିସି ସୂତ୍ରରୁ ପ୍ରକାଶ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande