ଜିଲ୍ଲା କଂଗ୍ରେସ ଭବନରେ ଆମ୍ବେଦକରଙ୍କ ଜୟନ୍ତୀ ପାଳନ
କେନ୍ଦ୍ରାପଡ଼ା, ୧୪ ଅପ୍ରେଲ (ହି.ସ.)- ଆଜି କେନ୍ଦ୍ରାପଡା ସହର କଜଳା ସ୍ଥିତ ଜିଲ୍ଲା କଂଗ୍ରେସ ଭବନରେ ସକାଳ ୯ଟା ସମୟରେ ଭାରତ ରତ୍ନ ଡକ୍ଟର ବି.ଆର. ଆମ୍ବେଦକରଙ୍କ ୧୩୬ତମ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଥମେ କାର୍ଯ୍ୟାଳୟ ପରିସରରେ ଥିବା ଆମ୍ବେଦକରଙ୍କ ପ୍ରତିମୃର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।
ଜିଲ୍ଲା କଂଗ୍ରେସ ଭବନରେ ଆମ୍ବେଦକରଙ୍କ ଜୟନ୍ତୀ ପାଳନ-୨


ଜିଲ୍ଲା କଂଗ୍ରେସ ଭବନରେ ଆମ୍ବେଦକରଙ୍କ ଜୟନ୍ତୀ ପାଳନ


କେନ୍ଦ୍ରାପଡ଼ା, ୧୪ ଅପ୍ରେଲ (ହି.ସ.)- ଆଜି କେନ୍ଦ୍ରାପଡା ସହର କଜଳା ସ୍ଥିତ ଜିଲ୍ଲା କଂଗ୍ରେସ ଭବନରେ ସକାଳ ୯ଟା ସମୟରେ ଭାରତ ରତ୍ନ ଡକ୍ଟର ବି.ଆର. ଆମ୍ବେଦକରଙ୍କ ୧୩୬ତମ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଥମେ କାର୍ଯ୍ୟାଳୟ ପରିସରରେ ଥିବା ଆମ୍ବେଦକରଙ୍କ ପ୍ରତିମୃର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହାପରେ କଂଗ୍ରେସ ନଗର ସଭାପତି ଦିଲ୍ଲୀପ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତି ସଭାରେ ପୂର୍ବତନ ଜିଲ୍ଲା କଂଗ୍ରେସ ସଂଯୋଜକ ପ୍ରଫୁଲ୍ଲ ଦାସ, ପ୍ରଭାତ ରାଉତ, ଭଗବାନ ଓଝା, ଭୁବନ ଭୋଇ, ପ୍ରଦୀପ ପାତ୍ର, ଗଗନ ପ୍ରଧାନ, ଜଗବନ୍ଧୁ ରାଉତ ପ୍ରମୁଖ ଯୋଗଦେଇ କହିଥିଲେ ଯେ, ଭାରତ ସମ୍ବିଧାନର ରୂପକାର ଭାରତ ରତ୍ନ ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକର ବହୁ ପ୍ରତିଭାର ଅଧିକାରୀ ଥିଲେ । ବାବା ସାହେବ ଆମ୍ବେଦକର ସମାଜରୁ ଅସ୍ପୃଶ୍ୟତା ଦୂର କରିବା, ଦଳିତମାନଙ୍କ ଅଧିକାରକୁ ସମ୍ବିଧାନରେ ସାବ୍ୟସ୍ତ କରିବା ଓ ସମାଜରୁ ସକଳ ଭେଦଭାବ ବିଲୋପ କରି ବଞ୍ଚିତ ଗୋଷ୍ଠୀଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ସେ ଚେଷ୍ଟିତ ଥିଲେ । ଫଳରେ ସମସ୍ତଙ୍କୁ ସାମାଜିକ, ରାଜନୈତିକ, ଅର୍ଥନୈତିକ ନ୍ୟାୟ ଦେବା, ଆଇନ ଦୃଷ୍ଟିରେ ସମସ୍ତଙ୍କୁ ସମାନ ବିଚାର ଦେବା, ସ୍ୱାଧୀନ ମତବ୍ୟକ୍ତ କରିବା ଅଧିକାର ଦେବା ସମ୍ପର୍କରେ ଗୁରୁତ୍ୱ ଦେଇ ସମ୍ବିଧାନ ପ୍ରଣୟନ କରିଥିଲେ । ଶେଷରେ ରାଜେନ୍ଦ୍ର ରାଉତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ଜିଲ୍ଲା କଂଗ୍ରେସ କର୍ମୀମାନେ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande