ସରକାରୀ ମହିଳା ମହାବିଦ୍ୟାଳୟ ରେ ବାର୍ଷିକ ପତ୍ରିକା ଅନନ୍ୟା ବିତରଣ
ବଲାଙ୍ଗିର, 14 ଏପ୍ରିଲ ( ହି.ସ.):ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟ ରେ ବାର୍ଷିକ ପତ୍ରିକା ଅନନ୍ୟା ଯୁକ୍ତ ୨ରୁ ସ୍ନାତୋକୋତ୍ତର ର ସମସ୍ତ କଳା ଓ ବିଜ୍ଞାନ ଛାତ୍ରୀଙ୍କୁ ବିତରଣ କରାଯାଇଥିଲା।ଏହି ବିତରଣ ଉତ୍ସବରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ. ଅରବିନ୍ଦ କୁମାର ଓଝା ଛାତ୍ରୀମାନଙ୍କର ସାହିତ୍ୟିକ
ସରକାରୀ ମହିଳା ମହାବିଦ୍ୟାଳୟ ରେ ବାର୍ଷିକ ପତ୍ରିକା ଅନନ୍ୟା ବିତରଣ


ସରକାରୀ ମହିଳା ମହାବିଦ୍ୟାଳୟ ରେ ବାର୍ଷିକ ପତ୍ରିକା ଅନନ୍ୟା ବିତରଣ


ବଲାଙ୍ଗିର, 14 ଏପ୍ରିଲ ( ହି.ସ.):ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟ ରେ ବାର୍ଷିକ ପତ୍ରିକା ଅନନ୍ୟା ଯୁକ୍ତ ୨ରୁ ସ୍ନାତୋକୋତ୍ତର ର ସମସ୍ତ କଳା ଓ ବିଜ୍ଞାନ ଛାତ୍ରୀଙ୍କୁ ବିତରଣ କରାଯାଇଥିଲା।ଏହି ବିତରଣ ଉତ୍ସବରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ. ଅରବିନ୍ଦ କୁମାର ଓଝା ଛାତ୍ରୀମାନଙ୍କର ସାହିତ୍ୟିକ ପ୍ରତିଭାକୁ ପ୍ରଶଂସା କରିଥିଲେ ଏବଂ ଏପରି ସୃଜନଶୀଳ ପ୍ରୟାସ ତାଙ୍କର ବ୍ୟକ୍ତିତ୍ୱ ବିକାଶରେ ମୁଖ୍ୟ ଭୂମିକା ନେବ ବୋଲି କହିଥିଲେ।ପତ୍ରିକା ଅନନ୍ୟା ର ସଫଳ ପ୍ରକାଶନ ପଛରେ ସମ୍ପାଦନାମଣ୍ଡଳୀର ସହକାରୀ ଅଧ୍ୟାପକ ସଂସ୍କୃତ ବିଭାଗ ଡଃ.ସଦାଶିବ ମଲ୍ଲିକ,ସହକାରୀ ଅଧ୍ୟାପକ ଓଡ଼ିଆ ଭାଷା ଓ ସାହିତ୍ୟ ରତିକାନ୍ତ ନାଏକ,ସହକାରୀ ବିଭାଗ ଅଧ୍ୟକ୍ଷା ଇଂରାଜୀ ବିଭାଗ ଡଃ.ଅନୁରାଧା ମିଶ୍ର ଙ୍କ ଭୂମିକା ଅଛି ବୋଲି ପତ୍ରିକାର ସମ୍ପାଦକ ଅଧ୍ୟକ୍ଷ ଡଃ.ଅରବିନ୍ଦ ଓଝା ମତ ପ୍ରକାଶ କରିବା ସହ ପତ୍ରିକାର ସାମଗ୍ରୀ ଚୟନ, ସମ୍ପାଦନା,ଭାଷା ଶୈଳୀ ର ସୁନିଶ୍ଚିତତା ଗୁଣତ୍ୱ ରକ୍ଷାରେ ସେମାନଙ୍କ ନିଷ୍ଠା ପୂର୍ଣ୍ଣ ପ୍ରୟାସ ଅନନ୍ୟା କୁ ଏକ ଉଚ୍ଚ ମାନ ର ମୁଖପତ୍ର ଭାବେ ପରିଚିତ କରାଇଛି।ବାର୍ଷିକ ପତ୍ରିକା ଅନନ୍ୟାର ପ୍ରଥମ ପୃଷ୍ଠା ଆକର୍ଷଣ ର କେନ୍ଦ୍ରବିନ୍ଦୁ ହୋଇଛି।ପତ୍ରିକାର ପ୍ରଚ୍ଛଦ ପୃଷ୍ଠା ରେ ସ୍ଥାନ ପାଇଥିବା ଏହି ଚିତ୍ରଟି କେବଳ ଏକ ସାଧାରଣ ଚିତ୍ର ନୁହେଁ, ବରଂ ଏହା ଶିକ୍ଷା,କଳ୍ପନା ଓ ସ୍ୱପ୍ନର ଏକ ସୁନ୍ଦର ସମନ୍ୱୟ କୁ ପ୍ରତିଫଳିତ କରୁଛି।ଚିତ୍ରରେ ଦେଖାଯାଉଛି ଜଣେ ଛାତ୍ରୀ ପୃଥିବୀର ଗ୍ଲୋବ ଉପରେ ବସି ଗୋଟିଏ ପୁସ୍ତକ ପଢୁଛନ୍ତି।ଏହି ଦୃଶ୍ୟ ଶିକ୍ଷାର ଶକ୍ତି ଓ ଜ୍ଞାନ ର ଅସୀମ ସମ୍ଭାବନାକୁ ସ୍ପଷ୍ଟ କରୁଛି।ଗ୍ଲୋବ ଉପରେ ବସିଥିବା ଛାତ୍ରୀ ଦେଖାଉଛି ଯେ ଶିକ୍ଷା ଦ୍ୱାରା ସମଗ୍ର ପୃଥିବୀକୁ ଜିତିବା ସମ୍ଭବ।ପୁସ୍ତକ ପଢ଼ୁଥିବା ଏହି ଛବି ଜ୍ଞାନାର୍ଜନ ର ପ୍ରତି ଆକର୍ଷଣ ଓ ନିରନ୍ତର ଅଭ୍ୟାସର ପ୍ରତୀକ ଅଟେ।ଏହି ପ୍ରଚ୍ଛଦ ପୃଷ୍ଠା ର ଅଳଙ୍କରଣ ଦାୟିତ୍ୱ ନିର୍ବାହ କରିଥିଲେ ଅତିଥି ଅଧ୍ୟାପକ ଆଦର୍ଶ ମହାପାତ୍ର ଓ ସିଦ୍ଧାର୍ଥ ଦାଶ।ସଂସ୍କୃତ ରେ ସମ୍ପାଦକୀୟ ବିବରଣୀ ଉପସ୍ଥାପନା କରିଛନ୍ତି ସଂସ୍କୃତ ବିଭାଗର ପ୍ରାଧ୍ୟାପକ ଡଃ.ସଦାଶିବ ମଲ୍ଲିକ।ସମ୍ପାଦକୀୟ ବିବରଣୀ ପରେ ୨୦୨୫ ମସିହାର ମହାବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ର ରଙ୍ଗୀନ ଫୋଟୋ ଚିତ୍ର କୁ ନେଇ ବର୍ଷ ୨୦୨୫ ର କିଛି ଅଭୁଲା ସ୍ମୃତିଶୀର୍ଷକ ୨୫ଗୋଟି ରଙ୍ଗୀନ ଫୋଟୋ ଚିତ୍ର ସ୍ଥାନ ପାଇଛି।ସୂଚୀପତ୍ର ର ସୂଚନା ଆଧାରରେ ଏହି ପତ୍ରିକାରେ ୭ଟି ଓଡ଼ିଆ ପ୍ରବନ୍ଧ,୫ଟି ଓଡ଼ିଆ ଗଳ୍ପ,୧୬ଟି ଓଡ଼ିଆ କବିତା,ହିନ୍ଦୀ ର ଗୋଟିଏ ପ୍ରେରଣା ଦାୟକ କାହାଣୀ ସହ ୫ଟି ହିନ୍ଦୀ କବିତା,୧୨ଟି ସଂସ୍କୃତ ପ୍ରବନ୍ଧ,୬ଟି ଇଂରାଜୀ ପ୍ରବନ୍ଧ ଓ ୫ଟି ଇଂରାଜୀ କବିତା ସ୍ଥାନ ପାଇଛି।ତା' ପରେ ଅନନ୍ୟା ଶୀର୍ଷକ ପତ୍ରିକା ର ମାଲିକାନା ତଥା ବୈଶିଷ୍ଟ୍ୟ ସମ୍ପର୍କୀୟ ବିବରଣୀ ପ୍ରଦାନ କରାଯାଇଛି।ଏହା ସହ ବର୍ଷ ୨୦୨୪-୨୫ରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ବିଭାଗର ରାଷ୍ଟ୍ରୀୟ ସଂଗୋଷ୍ଠୀ ର ରଙ୍ଗୀନ ଫୋଟୋ ଚିତ୍ର ସ୍ଥାନୀତ ହୋଇଛି।ପତ୍ରିକାର ଅନ୍ତିମ ଫର୍ଦ୍ଦ ରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ର କ୍ୟାଡେଟ ମାନଙ୍କ ସହ ଉଠେଇଥିବା ଫୋଟୋ ମାଧ୍ୟମରେ ଶିକ୍ଷା ସହିତ ଆତ୍ମବିଶ୍ୱାସ,ଏକତା,ସେବା ଭାବ,ନେତୃତ୍ୱ ଗୁଣ ଓ ଦେଶଭକ୍ତି ର ଶିକ୍ଷା ଦିଆଯାଉଥିବା ଦର୍ଶାଯାଇଛି।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande