ଆପାର୍ଟମେଂଟର ସୁରକ୍ଷା ଢ଼ିଲା କଲେ ହେବ ଆକ୍ସନ
ଭୁବନେଶ୍ୱର ,୧୪ ଏପ୍ରିଲ (ହି.ସ)- ସୁରକ୍ଷା ବ୍ୟବସ୍ଥା କୁ ନେଇ ରାଜଧାନୀର ବିଭିନ୍ନ ଆପାର୍ଟମେଂଟରେ ନୋଟିସ ଲଗାଇଛି କମିଶନରେଟ୍ ପୋଲିସ୍। କମିଶନରେଟ ପୋଲିସ ଆପାର୍ଟମେଂଟ ମାନଙ୍କରେ ଆଇପି ଏନାବଲ କ୍ୟାମେରା ଲଗାଇବାକୁ ବାଧ୍ୟତାମୂଳକ କରିଛି ।ବିଲଡର କିମ୍ବା ଆପାର୍ଟମେଂଟ ମେମ୍ବର ଓ ଆପାର୍ଟମେଂଟ ୱେଲଫେୟା
CBSE board exams across the country from tomorrow, new CCTV policy to prevent malpractices


ଭୁବନେଶ୍ୱର ,୧୪ ଏପ୍ରିଲ (ହି.ସ)- ସୁରକ୍ଷା ବ୍ୟବସ୍ଥା କୁ ନେଇ ରାଜଧାନୀର ବିଭିନ୍ନ ଆପାର୍ଟମେଂଟରେ ନୋଟିସ ଲଗାଇଛି କମିଶନରେଟ୍ ପୋଲିସ୍। କମିଶନରେଟ ପୋଲିସ ଆପାର୍ଟମେଂଟ ମାନଙ୍କରେ ଆଇପି ଏନାବଲ କ୍ୟାମେରା ଲଗାଇବାକୁ ବାଧ୍ୟତାମୂଳକ କରିଛି ।ବିଲଡର କିମ୍ବା ଆପାର୍ଟମେଂଟ ମେମ୍ବର ଓ ଆପାର୍ଟମେଂଟ ୱେଲଫେୟାର କମିଟି ମାନଙ୍କୁ ଏଥି ନେଇ କଡ଼ା ନିର୍ଦେଶ ଦିଆଯାଇଛି । ଓଡ଼ିଶା ସହରାଂଚଳ ପୋଲିସ ଅଧି ନିୟମ, ୨୦୦୩ ଆଧାରରେ ରାଜଧାନୀର ବିଭିନ୍ନ ଆପାର୍ଟମେଂଟରେ ଆଇପି ଏନାବଲ କ୍ୟାମେରା ଲଗାଇବାକୁ ପୋଲିସ ନୋଟିସ ମାରିଛି।ଆପାର୍ଟମେଂଟରେ ଘଟୁଥିବା ଅପରାଧ କୁ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। କୌଣସି ଘଟଣା ଘଟିଲେ ସିସିଟିଭି ତଥ୍ୟ ପୋଲିସ କୁ ଦେବା ପାଇଁ ମଧ୍ୟ ନୋଟିସ୍ ରେ ଉଲ୍ଲେଖ କରାଯାଇଛି। ସହରର ପ୍ରମୁଖ ଆପାର୍ଟମେଂଟରେ ଏଭଳି ନୋଟିସ ଲଗାଇଛି କମିଶନରେଟ ପୋଲିସ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande