ଜିଲ୍ଲା ବିଜେଡି ପକ୍ଷରୁ ଆମ୍ବେଦକର ଜୟନ୍ତୀ ପାଳିତ
ଝାରସୁଗୁଡ଼ା, ୧୪ ଏପ୍ରିଲ୍ (ହି.ସ.)- ଭାରତ ରତ୍ନ ବାବାସାହେବ ଡଃ. ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ଆଜି ଝାରସୁଗୁଡ଼ା ଜିଲ୍ଲାରେ ଜିଲ୍ଲା ବିଜେଡି ପକ୍ଷରୁ ଶ୍ରଦ୍ଧା ଓ ସମ୍ମାନ ସହିତ ପାଳନ କରାଯାଇଛି। ସୁନାରୀ ମୁଣ୍ଡା ସ୍ଥିତ ଡଃ. ବି.ଆର୍. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ନିକଟରେ ଏକ ଭବ୍ୟ ମାଲ୍ୟାର୍ପଣ
ଜିଲ୍ଲା ବିଜେଡି ପକ୍ଷରୁ ଆମ୍ବେଦକର ଜୟନ୍ତୀ ପାଳିତ


ଝାରସୁଗୁଡ଼ା, ୧୪ ଏପ୍ରିଲ୍ (ହି.ସ.)- ଭାରତ ରତ୍ନ ବାବାସାହେବ ଡଃ. ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ଆଜି ଝାରସୁଗୁଡ଼ା ଜିଲ୍ଲାରେ ଜିଲ୍ଲା ବିଜେଡି ପକ୍ଷରୁ ଶ୍ରଦ୍ଧା ଓ ସମ୍ମାନ ସହିତ ପାଳନ କରାଯାଇଛି। ସୁନାରୀ ମୁଣ୍ଡା ସ୍ଥିତ ଡଃ. ବି.ଆର୍. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ନିକଟରେ ଏକ ଭବ୍ୟ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଏହି ଅବସରରେ ଜିଲ୍ଲା ବିଜେଡିର ବରିଷ୍ଠ ନେତାମାନେ ଓ କର୍ମକର୍ତ୍ତାମାନେ ଯୋଗଦେଇ ବାବାସାହେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ହରିଶ ଗଣତ୍ରା, ସାଧାରଣ ସମ୍ପାଦକ ପିଣ୍ଟୁ ପାଢ଼ୀ, ନଗରପାଳିକା ଅଧ୍ୟକ୍ଷା ରାନୀ ହାତୀ, ଜିଲ୍ଲା ଯୁବ ବିଜେଡି ସଭାପତି ରୋବିନ ପାଣ୍ଡେ ସହିତ ରବି ସିଂ, ଅଶୋକ ଦାସ, ରଘୁମଣି ପଟେଲ, ତୁଳସୀ ଦାସ, ମଦନ ହାତୀ, ନବନୀତ କୌର, ଗୀତାଞ୍ଜଳି ପଣ୍ଡା, ନିତାରାଣୀ ସାହା ଓ ଥବିର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ମାଲ୍ୟାର୍ପଣ ପରେ ଉପସ୍ଥିତ ନେତୃବୃନ୍ଦ ବାବାସାହେବଙ୍କ ଅତୁଳନୀୟ ଅବଦାନକୁ ସ୍ମରଣ କରି କହିଥିଲେ ଯେ, ସେ କେବଳ ଭାରତୀୟ ସମ୍ବିଧାନର ପ୍ରଣେତା ନୁହେଁ, ବରଂ ସମାଜର ପ୍ରତ୍ୟେକ ବର୍ଗକୁ ସମାନ ଅଧିକାର ଦେଇ ଗଣତନ୍ତ୍ରକୁ ଶକ୍ତିଶାଳୀ କରିଥିଲେ। ସେମାନେ ଆହୁରି କହିଥିଲେ ଯେ, ବାବାସାହେବଙ୍କ ଆଦର୍ଶ ଓ ଚିନ୍ତାଧାରା ଆଜି ମଧ୍ୟ ଏକ ସମାନତାମୂଳକ ଓ ନ୍ୟାୟପୂର୍ଣ୍ଣ ସମାଜ ଗଠନରେ ପ୍ରେରଣା ଯୋଗାଉଛି। ଏହି ଅବସରରେ ସାମାଜିକ ସମରସତା ବଜାୟ ରଖିବା ସହ ଆମ୍ବେଦକରଙ୍କ ସ୍ୱପ୍ନର ଭାରତ ଗଠନ ପାଇଁ ସଂକଳ୍ପ ଗ୍ରହଣ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande