
ସାକ୍ଷିଗୋପାଳ, ୧୪ ଅପ୍ରେଲ (ହି.ସ.)- ପୁରୀ ଜିଲ୍ଲା ସାକ୍ଷିଗୋପାଳ ବ୍ଲକ୍ ଛକ ସ୍ଥିତ ବାଟ ମହାବୀର ମନ୍ଦିରରେ ଆଜି ହନୁମାନ ଜୟନ୍ତୀ ପାଳିତ ହୋଇଯାଇଛି । ହନୁମାନଙ୍କ ସିନ୍ଦୁର ମାଜଣା ଓ ସ୍ୱତନ୍ତ୍ର ପୂଜା ନୀତି ସମ୍ପନ୍ନ କରିଛନ୍ତି ପୂଜକ ତଥା ସେବକ ମାନେ । ଆଜିର ଏହି ପବିତ୍ର ତିଥିରେ ମହାବୀରଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ମନ୍ଦିରରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ସଂନ୍ଧ୍ୟାରେ ସାମୁହିକ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । ଏହା ବ୍ୟତୀତ ରାତିରେ ରାମଲୀଳା କାର୍ଯ୍ୟକ୍ରମ ରହିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ