
ସାକ୍ଷିଗୋପାଳ, ୧୪ ଅପ୍ରେଲ (ହି.ସ.)- ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଦାସବିଦ୍ୟାଧରପୁର ପଚାଂୟତ ଅନ୍ତର୍ଗତ ଭିଂପୁର ଗ୍ରାମରେ ପ୍ରତିବର୍ଷ ପରି ମହାବିଷୁବ ସଂକ୍ରାନ୍ତୀ ଅବସରରେ ଆଜି ଖାଇ ଫୋଡ ଯାତ୍ରା ଅନୁଷ୍ଠିତ ହୋଇଛି । ଆଜିର ଏହି ବିଶେଷ ତିଥିରେ ଗ୍ରାମଦେବତୀ ମା ଗଡ଼ଚଣ୍ଡୀଙ୍କ ନିକଟରେ ସ୍ୱତନ୍ତ୍ର ପୂଜାନୀତି ସମାପନ ହୋଇଛି । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଗ୍ରାମରେ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ