ସତା ଯୁବ ପ୍ରତିଭା ସମ୍ମାନ ୨୦୨୬ ରେ ସମ୍ମାନିତ ହେଲେ ଶ୍ରୀମତୀ ବିଜୟଲକ୍ଷ୍ମୀ ପାଣିଗ୍ରାହୀ
ଜୟପୁର,୧୪ ଏପ୍ରିଲ୍ (ହି.ସ.) - ସତା ସାହିତ୍ୟ ସଂସଦ, କୋରାପୁଟ ଆନୁକୂଲ୍ୟରେ କୋର୍ଟ ସଭାଗୃହରେ ଅନୁଷ୍ଠିତ ୪୪ତମ ବାର୍ଷିକ ଉତ୍ସବ ତଥା ବିଷୁବ ସାରସ୍ୱତ ସାହିତ୍ୟ ଆସରରେ ସତା ଯୁବ ପ୍ରତିଭା ସମ୍ମାନ ୨୦୨୬ରେ ସମ୍ବର୍ଦ୍ଧିତ ହେଲେ ସୁ-ସାହିତ୍ୟିକା ଶ୍ରୀମତୀ ବିଜୟଲକ୍ଷ୍ମୀ ପାଣିଗ୍ରାହୀ। ପ୍ରଥମ ଅଧିବେଶନ
ସତ୍ତା ଯୁବ ପ୍ରତିଭା ସମ୍ମାନ ୨୦୨୬ ରେ ସମ୍ମାନିତ ହେଲେ ଶ୍ରୀମତୀ ବିଜୟଲକ୍ଷ୍ମୀ ପାଣିଗ୍ରାହୀ


ଜୟପୁର,୧୪ ଏପ୍ରିଲ୍ (ହି.ସ.) - ସତା ସାହିତ୍ୟ ସଂସଦ, କୋରାପୁଟ ଆନୁକୂଲ୍ୟରେ କୋର୍ଟ ସଭାଗୃହରେ ଅନୁଷ୍ଠିତ ୪୪ତମ ବାର୍ଷିକ ଉତ୍ସବ ତଥା ବିଷୁବ ସାରସ୍ୱତ ସାହିତ୍ୟ ଆସରରେ ସତା ଯୁବ ପ୍ରତିଭା ସମ୍ମାନ ୨୦୨୬ରେ ସମ୍ବର୍ଦ୍ଧିତ ହେଲେ ସୁ-ସାହିତ୍ୟିକା ଶ୍ରୀମତୀ ବିଜୟଲକ୍ଷ୍ମୀ ପାଣିଗ୍ରାହୀ। ପ୍ରଥମ ଅଧିବେଶନ ପୂର୍ବାହ୍ନ ୧୦:୩୦ ରେ ଆରମ୍ଭ ହୋଇଥିବା ଆଲୋଚନା ଚକ୍ରରେ ସାହିତ୍ୟ ଜୀବନ ଓ ସମାଜକୁ କିପରି ପ୍ରଭାବିତ କରେ ପ୍ରସଙ୍ଗରେ ମୁଖ୍ୟ ଅତିଥି ଭାବରେ କୋରାପୁଟ ବିଧାୟକ ରଘୁରାମ ମାଛ ମହୋଦୟ, ସମ୍ମାନିତ ଅତିଥି ଶ୍ରୀଯୁକ୍ତ ସୁକାନ୍ତ ପଟ୍ଟନାୟକ (ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ବୋରିଗୁମା), ମୁଖ୍ୟ ବକ୍ତା ବିଶିଷ୍ଠ କବି ତଥା ଗାଳ୍ପିକ ରାଜକିଶୋର ଦାସ (ଭୁବନେଶ୍ୱର) , ସମ୍ମାନିତ ବକ୍ତା ଅଧ୍ୟାପକ ସୁବାସ ଚନ୍ଦ୍ର ସାହୁ( ପଦ୍ମପୁର) ଏବଂ ବରିଷ୍ଠ ସମାଜ ସେବୀ ସାହିତ୍ୟିକ କୃଷ୍ଣ ସିଂ ଯୋଗ ଦେଇଥିଲେ। କବି ଜଳଧର ସ୍ୱାଇଁଙ୍କର ଅଧ୍ୟକ୍ଷତାରେ ଏହି ଅଧିବେଶନରେ ସମ୍ବର୍ଦ୍ଧିତ ହୋଇଥିଲେ ଡ. କନକ ମଞ୍ଜରୀ ପଟ୍ଟନାୟକ, ଭୁବନେଶ୍ୱର ଏବଂ ଶ୍ରୀମତୀ ବିଜୟଲକ୍ଷ୍ମୀ ପାଣିଗ୍ରାହୀ, ଜୟପୁର। ପ୍ରଥମ ଅଧିବେଶନଟିକୁ ବିଶିଷ୍ଠ କବି ରବି ଶତପଥୀ ସୁନ୍ଦର ଭାବରେ ପରିଚାଳନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ବିଶିଷ୍ଠ ଅନୁବାଦକ ବିଜୟ ପ୍ରଧାନ। ମଧ୍ୟାହ୍ନ ଭୋଜନ ବିରତି ପରେ ଆୟୋଜିତ ଦ୍ୱିତୀୟ ଅଧିବେଶନରେ କମଲ ମହନ୍ତଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବରେ ଡ.କନକ ମଞ୍ଜରୀ ପଟ୍ଟନାୟକ, ସମୀକ୍ଷକ ଭାବରେ ସୁ-ସାହିତ୍ୟିକ ଚନ୍ଦ୍ରକାନ୍ତ ବିଶ୍ୱାଳ ଯୋଗ ଦେଇଥିଲେ। ପଚାଶରୁ ଉର୍ଦ୍ଧ୍ୱ ପ୍ରବୀଣ ଏବଂ ନୂତନ କବିମାନଙ୍କର ସୁନ୍ଦର ସୁନ୍ଦର କବିତାଗୁଡିକୁ ସଂଯୋଜନା କରିଥିଲେ ରଘୁନାଥ ବିଶ୍ୱାଳ ଏବଂ ଅଶୋକ ମହାରଣା। ପରିଶେଷରେ ସୌମେନ୍ଦ୍ର ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande