ଜୟପୁରରେ ମହାସମାରୋହରେ ପାଳିତ ହେଲା ଉତ୍କଳୀୟ ନବ ବର୍ଷ ତଥା ମହା ବିଷୁବ ସଂକ୍ରାନ୍ତି ଉତ୍ସବ
ଜୟପୁର,୧୪ ଏପ୍ରିଲ୍ (ହି.ସ.) - ଓଡ଼ିଆ ନବ ବର୍ଷ ତଥା ମହା ବିଷୁବ ସଂକ୍ରାନ୍ତି ଉପଲକ୍ଷେ ଆଜି ଯାଦବ ଭବନରେ ଏକ ଉତ୍ସବ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଉତ୍କଳ ସମ୍ମିଳନୀ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭାପତି ମଦନ ମୋହନ ନାୟକ,ଉପସଭାପତି ରାଜେନ୍ଦ୍ର ଗୌଡ, ସମ୍ପାଦକ ନବୀନ ମାଦଳା,କୋଷାଧ୍ୟ
ଜୟପୁରରେ ମହାସମାରୋହରେ ପାଳିତ ହେଲା ଉତ୍କଳୀୟ ନବ ବର୍ଷ ତଥା ମହା ବିଷୁବ ସଂକ୍ରାନ୍ତି ଉତ୍ସବ


ଜୟପୁର,୧୪ ଏପ୍ରିଲ୍ (ହି.ସ.) - ଓଡ଼ିଆ ନବ ବର୍ଷ ତଥା ମହା ବିଷୁବ ସଂକ୍ରାନ୍ତି ଉପଲକ୍ଷେ ଆଜି ଯାଦବ ଭବନରେ ଏକ ଉତ୍ସବ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଉତ୍କଳ ସମ୍ମିଳନୀ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭାପତି ମଦନ ମୋହନ ନାୟକ,ଉପସଭାପତି ରାଜେନ୍ଦ୍ର ଗୌଡ, ସମ୍ପାଦକ ନବୀନ ମାଦଳା,କୋଷାଧ୍ୟକ୍ଷ ନରେଶ ମହାକୁଳ, ପୂର୍ବତନ ପୌର ଉପାଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ରଥ, ଶ୍ରମିକ ନେତା ବାଲା ରାୟ, ଅରବିନ୍ଦ ନଗର ଶିଶୁ ମନ୍ଦିର ସଭାପତି ପ୍ରେମାନନ୍ଦ ନାୟକ,ଖଲି ପଟ୍ଟନାୟକ, ନୋଟାରୀ ପବ୍ଲିକ ଦେବେନ୍ଦ୍ର ବାହିନୀପତି,ପ୍ରଦୀପ୍ତ କୁମାର ନାୟକ,ତୁଳସୀ ରାଓ,ଲେଖିକା ଉର୍ମିଳା ଶର୍ମା, ଡ଼ ପ୍ରମୋଦୀନି ହୋତା, ରାମ ନାୟକଙ୍କ ସହ ଅନେକ ବୁଦ୍ଧିଜୀବୀ, ଶିକ୍ଷାବିତ୍ ଓ ସାହିତ୍ୟାନୁରାଗୀ ଯୋଗ ଦେଇଥିଲେ।ଏହି ଅବସରରେ ଆୟୋଜିତ ଆଲୋଚନା ଚକ୍ରରେ ମୁଖ୍ୟ ବକ୍ତା ଭାବେ ଉପଦେଷ୍ଟା ବିନୋଦ ମହାପାତ୍ର ଯୋଗ ଦେଇ କହିଥିଲେ, “ମହା ବିଷୁବ ସଂକ୍ରାନ୍ତି କେବଳ ତାରିଖ ବଦଳ ନୁହେଁ, ଏହା ଆମ କୃଷି, ସଂସ୍କୃତି ଓ ଜ୍ୟୋତିର୍ବିଜ୍ଞାନ ସହ ଜଡ଼ିତ ଏକ ବୈଜ୍ଞାନିକ ପର୍ବ। ଏହି ଦିନ ସୂର୍ଯ୍ୟ ମେଷ ରାଶିରେ ପ୍ରବେଶ କରିବା ସହ ନୂଆ କୃଷି ବର୍ଷ ଆରମ୍ଭ ହୁଏ। ଆଲୋଚନାରେ ସଭାପତି ତଥା ଆଇନଜୀବୀ ମଦନ ମୋହନ ନାୟକ କହିଥିଲେ ଯେ, ଆଜିର ଯୁବପିଢ଼ି ପଣା ସଂକ୍ରାନ୍ତିର ପରମ୍ପରାକୁ ବୁଝି ଆଧୁନିକତା ସହ ଯୋଡ଼ିବା ଦରକାର। ଉପସ୍ଥିତ ଥିବା ସମସ୍ତ ସଦସ୍ୟ ନୂଆ ବର୍ଷରେ ସମାଜସେବା ଓ ପରିବେଶ ସୁରକ୍ଷା ପାଇଁ ସଂକଳ୍ପ ନେଇଥିଲେ। ଶେଷରେ ଉପସ୍ଥିତ ସମସ୍ତଙ୍କୁ ପାରମ୍ପରିକ ପଣା ବଂଟନ କରାଯାଇଥିଲା। ଉତ୍କଳ ସମ୍ମିଳନୀର ସଙ୍ଗଠନ ସମ୍ପାଦକ ପରମେଶ୍ୱର ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ସହ ସମ୍ପାଦକ ଚନ୍ଦ୍ରକାନ୍ତ ସୁତାର ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ସଂସଦ ଜୟପୁର ର ବିଷୁବ ମିଳନ ସାହିତ୍ୟ ଉତ୍ସବରେ ମୁଖ୍ୟବକ୍ତା ରୂପେ ଯୋଗ ଦେଇ ଶରଦାବିହାର ର ଗୁରୁଜୀ ଅନନ୍ତ ନାରାୟଣ ମହାପାତ୍ର ଓ ବୈପାରୀଗୁଡା ସ୍ନାତକ ମହାବିଦ୍ୟାଳୟ ଅଧ୍ୟାପିକା ମାନସୀ ଆଚାର୍ଯ୍ୟ ମତବ୍ୟକ୍ତ କରିଥିଲେ। ବିଭିନ୍ନ ଶିକ୍ଷାନୁଷ୍ଠାନ ଛାତ୍ର ଛାତ୍ରୀ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା ରେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଥିଲେ। ବରିଷ୍ଠ କବି ପ୍ରଦୀପ କୁମାର ସାହୁ,'ମୁଠାଏ ପାଉଁଶ 'ମାଧୁରୀ ପଣ୍ଡା 'ଯାତ୍ରା 'ମାନସୀ ଆଚାର୍ଯ୍ୟ,'ପୁଷ୍ପ ଉଦ୍ୟାନ 'ରାଧାମୋହନ ପଣ୍ଡା 'ସୁଲଗ୍ନା ସୃଷ୍ଟି 'ସନ୍ଧ୍ୟାରାଣୀ ସାହୁ 'ମହାବିଷୁବ ସଂକ୍ରାନ୍ତି 'କବିତା ପାଠ କରିଥିଲେ। ବିପିନ ପାତ୍ର, ଆରାଧ୍ୟା କୌଶିକ, ଅନିଶା କୌଶିକ, ସନ୍ତୋଷ କୁମାର ବରମହମା, ସଂକୃତି ସାମନ୍ତରାୟ, ସୁଶ୍ରୀ ସାମନ୍ତରାୟ, ସ୍ୱସ୍ତିକ ପ୍ରସାଦ ଦେବତା, ଶୁଭଶ୍ରୀ ମହାପାତ୍ର, ଆଶିଷ କୁମାର ମାହାପାତ୍ର, ସ୍ମିତା ପାତ୍ର ମାଧୁରୀ ପଣ୍ଡାଚନ୍ଦ୍ର ଶେଖର ପାତ୍ର. ଗୌରୀ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଉପ ସଭାପତି ତପନ କିରଣ ତ୍ରିପାଠୀ, ସମ୍ପାଦକ ବୈରାଗୀ ଚରଣ ସାହୁ, ମୃତ୍ୟୁଞ୍ଜୟ ସାହୁ ଓ ସରସ୍ୱତୀ ସାହୁ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande