ସି.ଏମ୍. ଟ୍ରଫି କ୍ରୀଡ଼ା ମହୋତ୍ସବ, କବାଡ଼ି ଓ ଖୋ-ଖୋ ପ୍ରତିଯୋଗିତା ଉଦ୍ଯାପିତ
ଭଦ୍ରକ, ୧୪ ଅପ୍ରେଲ (ହି.ସ.) - ଓଡ଼ିଶା ସରକାରଙ୍କ କ୍ରିଡ଼ା ଓ ଯୁବସେବା ବିଭାଗ ଆନୁକୁଲ୍ୟରେ ଭଦ୍ରକ ଜିଲ୍ଲା ପ୍ରଶାସନ ଓ ଭଦ୍ରକ ଜିଲ୍ଲା ଆଥଲେଟିକ ଆସୋସିଏସନ୍ ମିଳିତ ଆୟୋଜନରେ ଭଦ୍ରକ ସ୍ୱୟଂଶାସିତ କଲେଜ ପଡ଼ିଆରେ ଆରମ୍ଭ ହୋଇଥିବା ପ୍ରଥମ ସିଏମ ଟ୍ରଫି କବାଡ଼ି ଓ ଖୋ-ଖୋ ବାଳକ ଓ ବାଳିକା ପ୍ରତିଯୋଗିତା ଆଜି
CM TROPHY KRIDA MOHASTAV-1


ଭଦ୍ରକ, ୧୪ ଅପ୍ରେଲ (ହି.ସ.) - ଓଡ଼ିଶା ସରକାରଙ୍କ କ୍ରିଡ଼ା ଓ ଯୁବସେବା ବିଭାଗ ଆନୁକୁଲ୍ୟରେ ଭଦ୍ରକ ଜିଲ୍ଲା ପ୍ରଶାସନ ଓ ଭଦ୍ରକ ଜିଲ୍ଲା ଆଥଲେଟିକ ଆସୋସିଏସନ୍ ମିଳିତ ଆୟୋଜନରେ ଭଦ୍ରକ ସ୍ୱୟଂଶାସିତ କଲେଜ ପଡ଼ିଆରେ ଆରମ୍ଭ ହୋଇଥିବା ପ୍ରଥମ ସିଏମ ଟ୍ରଫି କବାଡ଼ି ଓ ଖୋ-ଖୋ ବାଳକ ଓ ବାଳିକା ପ୍ରତିଯୋଗିତା ଆଜି ଉଦ୍ଯାପିତ ହୋଇଯାଇଛି। ଏହି ପ୍ରତିଯୋଗିତାଟି ୧୦ ଏପ୍ରିଲରୁ ଆରମ୍ଭ ହୋଇଥିଲା। ଏହି ପ୍ରତିଯୋଗିତାର ବାଳକ କବାଡ଼ି ଫାଇନାଲରେ କାଦବରାଙ୍ଗ ବିଦ୍ୟାଳୟ ବିଜେତା ହୋଇଥିବା ବେଳେ ଏସ ବି ଡି ସ୍ପୋର୍ଟସ ଏକାଡେମୀ ଉପ ବିଜେତା ହୋଇଅଛି। ସେହିପରି ବାଳିକା ବିଭାଗରେ କାଁପଡା ବାସୁଳୀ ସ୍କୁଲ ବିଜେତା ହୋଇଥିବା ବେଳେ ଓ ଆଦର୍ଶ ବିଦ୍ୟାଳୟ ଓଲଙ୍ଗ ଉପବିଜେତା ହୋଇଅଛି। ସେହିପରି ଅନ୍ୟ ପକ୍ଷରେ ଖୋ ଖୋ ପ୍ରତିଯୋଗିତାରେ ଦିନାପାଣି ହାଇସ୍କୁଲ ଉଭୟ ବାଳକ ଓ ବାଳିକା ବର୍ଗରେ ବିଜେତା ହୋଇଥିବା ବେଳେ ସରକାରୀ ଉଚ୍ଚ ବିଦ୍ୟାଳୟ ଉପବିଜେତା (ବାଳକ) ଓ ଦପା ନାୟକାନୀ ସ୍କୁଲ (ବାଳିକା) ଉପବିଜେତା ହୋଇଛି। ଏଇ ଉଦ୍ଯାପନୀ ଉତ୍ସବରେ ଜିଲ୍ଲା କ୍ରିଡ଼ା ଅଧିକାରୀ ଦେବବ୍ରତ ମହାପାତ୍ର, ଜିଲ୍ଲା ଆଥଲେଟିକ ଆସୋସିଏସନ୍ର ସଂପାଦକ ଧିରେନ ପଲାଇ, ଯୁଗ୍ମ ସଂପାଦକ ଅତିସ୍ କୁମାର ବେହେରା, ଆସୋସିଏସନ୍ର ସମସ୍ତ ସଦସ୍ୟ ବିଜୟୀ ଦଳକୁ ଟ୍ରଫି ଓ ପୁଷ୍ପ ଗୁଚ୍ଛ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଖେଳଳୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ମ୍ୟାଚକୁ ବିଭିନ୍ନ ସ୍କୁଲ ଓ କଲେଜରୁ ଆସିଥିବା ନିମନ୍ତ୍ରିତ ଦକ୍ଷ ରେଫେରୀମାନେ ନିଜର ଦାୟୀତ୍ୱ ତୁଲାଇବା ସହିତ ସୁପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande