
ଭୁବନେଶ୍ୱର ,୧୪ ଏପ୍ରିଲ (ହି.ସ)- ବାବା ସାହେବଙ୍କ ଜନ୍ମ ଜୟନ୍ତୀ ଅବସରରେ ପୂର୍ବ ସରକାରକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି ଯେଉଁ ପରିବାର ନିଜକୁ ଭାରତ ରତ୍ନ ଦେବାରେ ବ୍ୟସ୍ତ ଥିଲେ ସେମାନେ ବାବା ସାହେବଙ୍କୁ ଅବହେଳିତ କରି ରଖିଥିଲେ। ଆମ ବଜେଟ ଗରିବ ଦଳିତ ଓ ଆଦିବାସୀ ଙ୍କ ପାଇଁ ବିକାଶର ବଜେଟ। ଆମେ ସମାଜର ଶେଷ ଧାଡିରେ ଥିବା ବ୍ୟକ୍ତିଙ୍କ ବିକାଶର ବଜେଟ। ପୂର୍ବ ସରକାର ମାନେ ସମାନୁପାତିତ ସଂରକ୍ଷଣ ଦେବାକୁ ପଛାଉ ଥିଲେ। ଆମେ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦେଇଛୁ। କୌଣସି ଭେଦଭାବ ନ ରଖି ଏକାଠି କାମ କରିବା ହିଁ ହେଉଛି ବାବା ସାହେବଙ୍କୁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି। ଆମେ ଭୋଟ ପାଇଁ ନୁହେଁ ସେବା ପାଇଁ ରାଜନୀତି କରୁ। ବିଭିନ୍ନ ଯୋଜନାକୁ ଲୋକଙ୍କ ପାଖକୁ ପହଂଚାଇବାକୁ ବିଜେପି କାର୍ଯ୍ୟକର୍ତାଙ୍କୁ ସେତୁ ଭଳି କାମ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା