ସିଏମ୍ ଟ୍ରଫି-୨୦୨୬ ଭଲିବଲ ପ୍ରତିଯୋଗିତା ଉଦ୍ୟାପିତ ବାଳକ ବର୍ଗରେ ଆଗଲପୁର ଓ ବାଳିକା ବର୍ଗରେ ଦେଓଗାଁ ଚାମ୍ପିୟନ
ବଲାଙ୍ଗିର, ୧୪ ଏପ୍ରିଲ୍ (ହି.ସ.) - ଓଡ଼ିଶା କ୍ରୀଡ଼ା ମହାକୁମ୍ଭ ସିଏମ୍ ଟ୍ରଫି ଆନ୍ତଃ କ୍ଳବ ଓ ଆନ୍ତଃ ଜିଲ୍ଲା ଭଲିବଲ ଚାମ୍ପିୟନସିପ୍-୨୦୨୬ ସ୍ଥାନୀୟ ଗାନ୍ଧୀ ଷ୍ଟାଡ଼ିୟମ୍ ଠାରେ ଉଦ୍ୟାପିତ ହୋଇଯାଇଛି । ବାଳିକା ବର୍ଗରେ ସଇଁନ୍ତଲାକୁ ହରାଇ ଦେଓଗାଁ ଚାମ୍ପିୟନ ହୋଇଛି । ସେହିପରି ବାଳକ ବର୍ଗରେ ବଙ୍ଗୋମୁଣ୍
ସିଏମ୍ ଟ୍ରଫି-୨୦୨୬ ଭଲିବଲ ପ୍ରତିଯୋଗିତା ଉଦ୍ଯାପିତ ବାଳକ ବର୍ଗରେ ଆଗଲପୁର ଓ ବାଳିକା ବର୍ଗରେ ଦେଓଗାଁ ଚାମ୍ପିୟନ


ସିଏମ୍ ଟ୍ରଫି-୨୦୨୬ ଭଲିବଲ ପ୍ରତିଯୋଗିତା ଉଦ୍ଯାପିତ ବାଳକ ବର୍ଗରେ ଆଗଲପୁର ଓ ବାଳିକା ବର୍ଗରେ ଦେଓଗାଁ ଚାମ୍ପିୟନ


ବଲାଙ୍ଗିର, ୧୪ ଏପ୍ରିଲ୍ (ହି.ସ.) - ଓଡ଼ିଶା କ୍ରୀଡ଼ା ମହାକୁମ୍ଭ ସିଏମ୍ ଟ୍ରଫି ଆନ୍ତଃ କ୍ଳବ ଓ ଆନ୍ତଃ ଜିଲ୍ଲା ଭଲିବଲ ଚାମ୍ପିୟନସିପ୍-୨୦୨୬ ସ୍ଥାନୀୟ ଗାନ୍ଧୀ ଷ୍ଟାଡ଼ିୟମ୍ ଠାରେ ଉଦ୍ୟାପିତ ହୋଇଯାଇଛି । ବାଳିକା ବର୍ଗରେ ସଇଁନ୍ତଲାକୁ ହରାଇ ଦେଓଗାଁ ଚାମ୍ପିୟନ ହୋଇଛି । ସେହିପରି ବାଳକ ବର୍ଗରେ ବଙ୍ଗୋମୁଣ୍ଡା କୁ ହରାଇ ଆଗଲପୁର ଚାମ୍ପିୟନ ହୋଇଛି । କ୍ରିଡ଼ା ସଂସଦର ସଭାପତି ଡା. ଶ୍ରୀକର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ୟାପନୀ ଉତ୍ସବରେ ବରିଷ୍ଠ ଖେଳାଳୀ ସୁନିଲ ଚନ୍ଦ୍ର ବିଶ୍ୱାଲ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ଭାବେ ପୂର୍ବତନ ଭଲିବଲ ଖେଳାଳୀ ପ୍ରଶାନ୍ତ କୁମାର ପଟ୍ଟନାୟକ ଉଭଲ ବାଳକ ଓ ବାଳିକା ବର୍ଗକୁ ଯୋଗଦେଇ ବିଜେତା ଓ ଉପ-ବିଜେତା ମାନଙ୍କୁ ଟ୍ରଫି ପୁରସ୍କୃତ କରିଥିଲେ । କ୍ରୀଡ଼ା ସଂସଦର ଉପ-ସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ସାଧାରଣ ସଂପାଦକ ହରିନାରାୟଣ ପୂଜାରୀ ଓ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ପାତ୍ର, ସହ-ସଂପାଦକ ଶତୃଘ୍ନ ସିଂ, କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା, ଫୁଟବଲ ସଂପାଦକ ଶରତ କୁମାର ନନ୍ଦ, ବରିଷ୍ଠ ସଦସ୍ୟ ସୁଧିର ଚନ୍ଦ୍ର ପଣ୍ଡା, ଜୟରାମ ମିଶ୍ର, ଡ଼ା. ସିଦ୍ଧେଶ୍ୱର ମିଶ୍ର, ଡା. ଶୁଭମ ମିଶ୍ର ଉପସ୍ଥିତ ଥିଲେ । ଖେଳକୁ ଜିତେନ୍ଦ୍ର ବାରିକ, କୈଳାସ ଚନ୍ଦ୍ର ନାଏକ, ଦେବାଶିଷ ମହାପାତ୍ର, ସୁବାଷ ସୁନା ଓ ବିକାଶ ଦାସ ପରିଚାଳନା କରିଥିଲେ । ପରିଶେଷରେ ଭଲିବଲ ସଂପାଦକ ସଂଗ୍ରାମ କେଶରୀ ବହିଦାର ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande