ଅଜଣା ଗାଡି ଧକ୍କାରେ ଯୁବକ ମୃତ
ଚମ୍ପୁଆ, ୧୪ ଏପ୍ରିଲ୍ (ହି.ସ.) - ଚମ୍ପୁଆ ଥାନା ରିମୁଳି ଫାଣ୍ଡି ଅନ୍ତର୍ଗତ ୫୨୦ ନଂ ଜାତୀୟ ରାଜପଥ ଆଙ୍ଗୁଳିଆ ଛକ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ମୃତ୍ୟୁ ବରଣ କରିଥିବା ଜଣା ପଡିଛି। ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୮ଟା ସମୟରେ ଆଙ୍ଗୁଳିଆ ଗ୍ରାମର ଚୈତନ୍ୟ ମହାନ୍ତ (୩୮) କୌଣସି କାମରେ ଗାଁ
ଅଜଣା ଗାଡି ଧକ୍କାରେ ଯୁବକ ମୃତ


ଚମ୍ପୁଆ, ୧୪ ଏପ୍ରିଲ୍ (ହି.ସ.) - ଚମ୍ପୁଆ ଥାନା ରିମୁଳି ଫାଣ୍ଡି ଅନ୍ତର୍ଗତ ୫୨୦ ନଂ ଜାତୀୟ ରାଜପଥ ଆଙ୍ଗୁଳିଆ ଛକ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ମୃତ୍ୟୁ ବରଣ କରିଥିବା ଜଣା ପଡିଛି। ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୮ଟା ସମୟରେ ଆଙ୍ଗୁଳିଆ ଗ୍ରାମର ଚୈତନ୍ୟ ମହାନ୍ତ (୩୮) କୌଣସି କାମରେ ଗାଁ ଛକକୁ ଯାଇଥିଲେ । ତେବେ ସେ ଚାଲି ଚାଲି ଯାଉଥିବାବେଳେ ତାଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା। ଗାଡି ଧକ୍କାରେ ଚୈତନ୍ୟ ଛିଟିକି ପଡିବାରୁ ତାଙ୍କ ମୁଣ୍ଡ ଫାଟିଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ସେ ମୃତ୍ୟୁବରଣ କରିଥିଲେ । ପରେ ସ୍ଥାନୀୟ ଲୋକ ଘଟଣା ସମ୍ପର୍କରେ ଜାଣିପାରି ରିମୁଳି ଫାଣ୍ଡିକୁ ଖବର ଦେଇଥିଲେ। ଖବର ପାଇ ରିମୁଳି ପୋଲିସ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଥିଲେ। ଆଜି ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ଘଟଣାର ତଦନ୍ତ ଜାରି ରଖିଥିବା ଜଣାଯାଇଛି ।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande