ଯାଜପୁର ଜିଲ୍ଲାର ବିଭିନ୍ନ ଦେବାଦେବୀ ପୀଠରେ ମହା ବିଷୁବ ସଂକ୍ରାନ୍ତୀ : ମହାକାଳଙ୍କ ପୀଠରେ ଚାଙ୍ଗଡ଼ ଯାତ୍ରା ଓ ବାରବାଟୀ ଶିଙ୍ଗାପୁର ଯାତ୍ରା ଆରମ୍ଭ
ଯାଜପୁର, ୧୪ ଅପ୍ରେଲ (ହି.ସ.)- ମହା ବିଷୁବ ସଂକ୍ରାନ୍ତୀ ଅବସରରେ ଜିଲ୍ଲାର ଦଶରଥପୁର ବ୍ଲକ ସ୍ଥିତ କୁଆଁସ ମଙ୍ଗଳା ପୀଠ, କୋରେଇ ବ୍ଲକ ଅନ୍ତର୍ଗତ ତଳଗଡ଼ ପଚାଂୟତର ନୂଆଗଡ଼ ଗ୍ରାମର ମଙ୍ଗଳା ପୀଠ, ବରୀ ବ୍ଲକ ଅନ୍ତର୍ଗତ ଗୋଳକୁଣ୍ଡ ଗ୍ରାମର ମଙ୍ଗଳା ପୀଠରେ ପ୍ରବଳ ଭକ୍ତ ସମାଗମ ହୋଇଛି । ବରୀ ବ୍ଲକ ଅଧିନ ରତ୍ନ
ଯାଜପୁର ଜିଲ୍ଲାର ବିଭିନ୍ନ ଦେବାଦେବୀ ପୀଠରେ ମହା ବିଷୁବ ସଂକ୍ରାନ୍ତୀ : ମହାକାଳଙ୍କ ପୀଠରେ ଚାଙ୍ଗଡ଼ ଯାତ୍ରା ଓ ବାରବାଟୀ ଶିଙ୍ଗାପୁର ଯାତ୍ରା ଆରମ୍ଭ


ଯାଜପୁର, ୧୪ ଅପ୍ରେଲ (ହି.ସ.)- ମହା ବିଷୁବ ସଂକ୍ରାନ୍ତୀ ଅବସରରେ ଜିଲ୍ଲାର ଦଶରଥପୁର ବ୍ଲକ ସ୍ଥିତ କୁଆଁସ ମଙ୍ଗଳା ପୀଠ, କୋରେଇ ବ୍ଲକ ଅନ୍ତର୍ଗତ ତଳଗଡ଼ ପଚାଂୟତର ନୂଆଗଡ଼ ଗ୍ରାମର ମଙ୍ଗଳା ପୀଠ, ବରୀ ବ୍ଲକ ଅନ୍ତର୍ଗତ ଗୋଳକୁଣ୍ଡ ଗ୍ରାମର ମଙ୍ଗଳା ପୀଠରେ ପ୍ରବଳ ଭକ୍ତ ସମାଗମ ହୋଇଛି । ବରୀ ବ୍ଲକ ଅଧିନ ରତ୍ନଗିରି ପାହାଡ଼ ଶୀର୍ଷରେ ଥିବା ମହାକାଳଙ୍କ ପୀଠରେ ଚାଙ୍ଗଡ଼ ଯାତ୍ରା ଆଜି ଠାରୁ ଆରମ୍ଭ ହୋଇଛି । ଏହା ୭ ଦିନ ଧରି ଚାଲିବ ।

ଏହା ବ୍ୟତୀତ ବାରବାଟୀର ଶିଙ୍ଗାପୁର ଠାରେ ନାରାୟଣ ଗୋସାଇଁଙ୍କ ଯାତ୍ରା ଆଜି ଠାରୁ ଆରମ୍ଭ ହୋଇଛି । ଏହି ଯାତ୍ରା ତିନି ଦିନ ଧରି ଚାଲିବ । ଏହି ଅବସରରେ ଶିଙ୍ଗାପୁର କମିଟି ପକ୍ଷରୁ ହରି ଗୋସାଇଁ ମହାପ୍ରଭୁଙ୍କୁ ଆଜି ସକାଳେ ପୁଷ୍କରିଣୀରୁ ପୂଜାର୍ଚ୍ଚନା କରାଯାଇ ମନ୍ଦିର ଭିତରକୁ ନିଆଯାଇଛି । ପରେ ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହୋଇଛି । ବିଭିନ୍ନ ସ୍ଥାନରେ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ସେହିପରି ଜାରକା ସ୍ଥିତ ଗୋକର୍ଣ୍ଣେଶ୍ୱର ମନ୍ଦିର ଓ ଯାଜପୁର ଟାଉନ୍ ସ୍ଥିତ ଲଳିତେଶ୍ୱର ଏବଂ ଅନ୍ୟାନ୍ୟ ଶୈବ ପୀଠରେ ଠାକୁରଙ୍କ ପୂଜାର୍ଚ୍ଚନା ଯଥା ବିଧି ସମାପନ ହୋଇଛି ।

ଅନୁରୂପ ଭାବେ ଚଣ୍ଡିଖୋଲ ସ୍ଥିତ ମହା ବିନାୟକ ପୀଠରେ ମହା ବିଷୁବ ସଂକ୍ରାନ୍ତୀ ଅବସରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଛି । ପୀଠରେ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande