ଭାରତ ରତ୍ନ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
କେନ୍ଦୁଝର, 14 ଏପ୍ରିଲ୍ (ହି.ସ.) ଆଜି ସମ୍ବିଧାନ ପ୍ରଣେତା ଭାରତ ରତ୍ନ ବାବା ସାହେବ ଭୀମ ରାଓ ଆମ୍ବେଦକର ଙ୍କ ଜୟନ୍ତୀ। ଏହି ଅବସରରେ ସାରା ଦେଶରେ ତାଙ୍କ ଏହି ଜୟନ୍ତୀଙ୍କୁ ବହୁ ଆଡମ୍ବରରେ ପାଳିତ ହେଉଛି। ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାନ ପା
Cm at amabedkar pratimurti


କେନ୍ଦୁଝର, 14 ଏପ୍ରିଲ୍ (ହି.ସ.)

ଆଜି ସମ୍ବିଧାନ ପ୍ରଣେତା ଭାରତ ରତ୍ନ ବାବା ସାହେବ ଭୀମ ରାଓ ଆମ୍ବେଦକର ଙ୍କ ଜୟନ୍ତୀ। ଏହି ଅବସରରେ ସାରା ଦେଶରେ ତାଙ୍କ ଏହି ଜୟନ୍ତୀଙ୍କୁ ବହୁ ଆଡମ୍ବରରେ ପାଳିତ ହେଉଛି। ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାନ ପାଳନ ହେଉଛି। ଆଜି ଏହି ଅବସରରେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଭାରତ ରତ୍ନ ବାବା ସାହେବ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଭାରତୀୟ ସମ୍ବିଧାନର ସ୍ଥପତି, ସାମାଜିକ ନ୍ୟାୟର ପ୍ରତୀକ 'ଭାରତ ରତ୍ନ' ବାବାସାହେବ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀରେ ଭକ୍ତିପୂତ ପ୍ରଣାମ ଜଣାଇ ସାମାଜିକ ନ୍ୟାୟ, ସମରସତା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧର ପ୍ରତିଷ୍ଠା ପାଇଁ ତାଙ୍କର ଅତୁଳନୀୟ ଅବଦାନ ଆମ ଗଣତନ୍ତ୍ରକୁ ସୁଦୃଢ଼ କରିଛି ବୋଲି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏକ ପ୍ରଗତିଶୀଳ ଓ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ତାଙ୍କର ଆଦର୍ଶ ଆମ ସମସ୍ତଙ୍କ ପାଇଁ ସଦା ପ୍ରେରଣାଦାୟୀ ବୋଲି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ଅବସରରେ ତାଙ୍କ ସହ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ତେଲକୋଇ ବିଧାୟକ ଡ ଫକୀର ଚରଣ ନାୟକ, ଜିଲ୍ଲାପାଳ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande