

ବଲାଙ୍ଗିର, ୧୪ ଏପ୍ରିଲ୍ (ହି.ସ.)- ଆଜି ଓଡ଼ିଆ ନବବର୍ଷ, ମହାବିଷୁବ ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀ ପାଇଁ ସମଗ୍ର ଜିଲ୍ଲା ଉତ୍ସବ ମୁଖର। ଆଜି ପରି ଏକ ପବିତ୍ର ଦିବସ ଅବସରରେ ବଲାଙ୍ଗୀର ଜିଲ୍ଲାରେ କାର୍ଯ୍ୟରତ ଓକିଲ ବନ୍ଧୁ, ଷ୍ଟାମ୍ପ ଭେଣ୍ଡର ଓ ଡିଡ୍ ରାଇଟର୍ ମାନଙ୍କ ଉଦ୍ୟମରେ ଦହିପାଣି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ କଚେରୀ ଛକ ଠାରେ ଆନନ୍ଦ ଉଲ୍ଲାସରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ
ବଲାଙ୍ଗୀରର ଶତାଧିକ ଓକିଲ, ଷ୍ଟାମ୍ପ ଭେଣ୍ଡର ଏବଂ ଡିଡ୍ ରାଇଟର୍ ମାନେ ଯୋଗଦେଇ ରାସ୍ତାରେ ଯାଉଥିବା ଲୋକ ମାନଙ୍କୁ ଗ୍ରୀଷ୍ମ ଦାଉରୁ ରକ୍ଷା ପାଇବା ପାଇଁ ଦହି ପାଣି ବଣ୍ଟନ କରିଥିଲେ। ସମସ୍ତଙ୍କ ସହଯୋଗରେ ଓକିଲ ମାନଙ୍କ ପକ୍ଷରୁ ହୋଇଥିବା ଏହି ନିଆରା କାର୍ଯ୍ୟକ୍ରମ ଦ୍ଵିତୀୟ ବର୍ଷରେ ପହଂଚିଛି।
ଏଥିରେ ଅନ୍ୟ ମାନଙ୍କମଧ୍ୟରେ ଆଡ଼ଭୋକେଟ ସଂଜୀବ ହୋତା, ଗୋବିନ୍ଦ ମହାନ୍ତି, ବିଜୟ ରଥ, ସତ୍ୟ ନାରାୟଣ ନାୟକ, ହେମନ୍ତ ବହିଦାର, ରୁଦ୍ର ଥନାପତି, ହରିଶଙ୍କର ପଣ୍ଡା, ଶତ୍ରୁଜିତ ମହାନ୍ତି, ସୁରେନ୍ଦ୍ର ମିଶ୍ର, ରାଜେନ୍ଦ୍ର ମିଶ୍ର, ଆଶିଷ ଦର୍ଜି, ଦୀପ୍ତି ଶର୍ମା, ସରୋଜ ଗୁପ୍ତା, ବାଳକୃଷ୍ଣ ଷଡ଼ଙ୍ଗୀ, ଦେବେନ୍ଦ୍ର ସାହୁ, ରମାକାନ୍ତ ମିଶ୍ର, ଷ୍ଟାମ୍ପ ଭେଣ୍ଡର ପଂକଜ ମିଶ୍ର, ରଘୁନାଥ ଶତପଥୀଙ୍କ ସମେତ ବହୁ ଡିଡ୍ ରାଇଟର୍ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ