ଡିଏଭି ପବ୍ଲିକ ସ୍କୁଲ ତରଫରୁ ପଣା ବଣ୍ଟନ ସାଙ୍ଗକୁ ଅଂଶୁଘାତ ଜନିତ ସଚେତନତା ରାଲି
DAV school organised rally for heat web
ଡିଏଭି ପବ୍ଲିକ ସ୍କୁଲ ତରଫରୁ ପଣା ବଣ୍ଟନ ସାଙ୍ଗକୁ ଅଂଶୁଘାତ ଜନିତ ସଚେତନତା ରାଲି*


ଝାରସୁଗୁଡ଼ା, 14 ଏପ୍ରିଲ୍ (ହି.ସ.) ଝାରସୁଗୁଡ଼ା ଡିଏଭି ପବ୍ଲିକ ସ୍କୁଲ ତରଫରୁ ଅଂଶୁଘାତ ମୁକାବିଲା ଜନିତ ସତର୍କତା, ସ୍ୱାସ୍ଥ୍ୟ ସଚେତନତା ଓ ଟ୍ରାଫିକ ନୀତିବିଧି ମାନିବା ଉଦ୍ଦେଶ୍ୟରେ ଏକ ବିରାଟ ରାଲି ଆୟୋଜିତ ହୋଇଥିଲା । ଡ. ବାବା ସାହେବ ଭୀମ ରାଓ ଆମ୍ବେଦକରଙ୍କ ଜନ୍ମଜୟନ୍ତୀ ପାଳନ ସମେତ ମହା ବିଷୁବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତି ସାଙ୍ଗକୁ ହନୁମାନ ଜୟନ୍ତୀ ଓ ଓଡ଼ିଆ ନବବର୍ଷ ଉଲ୍ଲାସର ସହିତ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦେବତାଙ୍କ ନେତୃତ୍ୱରେ ଆୟୋଜିତ ମେଗା କାର୍ଯ୍ୟକ୍ରମରେ ଡ. ଭୀମ ରାଓ ଆମ୍ବେଦକରଙ୍କ ଜୀବନ୍ତାକାୟ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣପୂର୍ବକ ମିନି ମାରାଥନର ଶୁଭାରମ୍ଭ କରିଥିଲେ। ମାରାଥନ ପ୍ରତିଭାଗୀମାନେ ଡ. ଆମ୍ବେଦକର ଛକଠାରୁ ସକାଳ ୬ ଟା'ରୁ ୭ ଟା' ଯାଏଁ ଡିଏଭି ସ୍କୁଲ ପରିସର ପର୍ଯ୍ୟନ୍ତ ରାଲି କରି ଝାରସୁଗୁଡ଼ା ଅଞ୍ଚଳରେ ଜନ ସମାଜକୁ ଅଂଶୁଘାତ ମୁକାବିଲା ଜନିତ ସତର୍କତା, ସ୍ୱାସ୍ଥ୍ୟ ସଚେତନତା ଓ ଟ୍ରାଫିକ ନୀତି ନିୟମ ଆଦି ସନ୍ଦର୍ଭରେ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ସାଧାରଣ ଲୋକଙ୍କୁ ସଚେତନ କରାଇଥିଲେ । ଅଂଶୁଘାତରୁ ରକ୍ଷା ପାଇଁ ଆବଶ୍ୟକ ସତର୍କତା ତଥା ଘରୁ ବାହାରୁଥିବାବେଳେ ଛତା ବା ଟୋପିର ବ୍ୟବହାର କରିବା, ପ୍ରଚୁର ପାଣି ପିଇବା, ଟାଣ ଖରାରେ ନ ବୁଲିବା ଆଦି ବିଷୟରେ ସଚେତନ କରାଇଥିଲେ । ମହା ବିଷୁବ ସଂକ୍ରାନ୍ତି ଉପଲକ୍ଷେ ବିଦ୍ୟାଳୟ ସମ୍ମୁଖରେ ଏକ ଆଧ୍ୟାତ୍ମିକ ବାତାବରଣରେ ଲୋକଙ୍କ ନିମିତ୍ତ ପଣା ବଣ୍ଟନ ବ୍ୟବସ୍ଥା କରାଯାଇଥିଲା ।ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଓ ସମାଜସେବୀମାନଙ୍କର ସକ୍ରିୟ ଅଂଶଗ୍ରହଣରେ ପଣା ବଣ୍ଟନ ସଫଳ ଭାବେ ପରିଚାଳିତ ହୋଇଥିଲା । ବିଦ୍ୟାଳୟ ପରିସର ମଧ୍ୟରେ ଅଧ୍ୟକ୍ଷ ଶ୍ରୀ ଦେବତାଙ୍କ ସଭାପତିତ୍ବରେ ଆୟୋଜିତ ଜୟନ୍ତୀ ସଭାରେ ବାବା ସାହେବ ଭୀମ ରାଓ ଆମ୍ୱେଦକରଙ୍କ ଫଟୋଫଳକରେ ମାଲ୍ୟାର୍ପଣପୂର୍ବକ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ଆମ୍ବେଦକରଙ୍କ ଗୁଣାବଳୀ ଅନୁସରଣ କରିବା ସହିତ ଆତ୍ମସମୀକ୍ଷା ଓ ଆତ୍ମ ସୁରକ୍ଷା ଉପରେ ଗୁରୁତ୍ବ ଦେବା ଲାଗି ଭାବ ବ୍ୟକ୍ତ କରିଥିଲେ । ସମାଜର ସମସ୍ତ ଶ୍ରେଣୀର ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଆୟୋଜିତ ଏ ପ୍ରକାର ପଦକ୍ଷେପ ଭବିଷ୍ୟତରେ ଲୋକଙ୍କୁ ସୁସ୍ଥ ଓ ସୁରକ୍ଷିତ ଜୀବନ ନିର୍ବାହରେ ସାହାଯ୍ୟ କରିବ ବୋଲି ଆଶା ବ୍ୟକ୍ତ କରାଯାଇଛି। ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରୁ ଗୀତାଞ୍ଜଳି ମିଶ୍ର, ନମିତା ପାଣ୍ଡେ, ବିଜୟ କ୍ରିଷ୍ଣା ଛତ୍ରିଆ, ଅଞ୍ଜଳି ବାଲ ସୁବ୍ରମନ୍ୟନ ସଭା ସଂଯୋଜନା କରିଥିବା ଛାତ୍ର ଛାତ୍ରୀ ଶାଶ୍ଵତୀ ସୀୟା ବେହେରା, ଦିବ୍ୟାଂଶୁ ମହାପାତ୍ର, ଅଂଶୁମାନ ସାହୁ, ଶୁଭଶ୍ରୀ ଦାଶ, ୟଶ ସକସେନା, ଅଭିପସା କର ଆଧ୍ୟାତ୍ମିକ ବିଚାର ଉପସ୍ଥାପନ କରିଥିଲେ ଓ ଶିକ୍ଷୟିତ୍ରୀ ଅନାମିକା ରାନୀ ଧନ୍ୟବାଦ ଅର୍ପଣ କରିଥିଲେ । ରିଜ୍ୱାନ ପଟେଲ, ନୀଳିମା ପଟେଲ, ପବିତ୍ର ମୋହନ କବି, ରିଙ୍କୁ ଶର୍ମା, ମନିଷା ଚାନ୍ଦ, ବିଜୟ ଦାଶ ସମେତ ଅନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande