ଧାମନଗର ପୂଜ୍ୟପୂଜା ସାଂସ୍କୃତିକ ପରିଷଦର ତୃତୀୟ ପ୍ରତିଷ୍ଠା ଦିବସ ଓ କବିତା ପଠୋତ୍ସବ
ଭଦ୍ରକ, ୧୪ ଅପ୍ରେଲ (ହି.ସ.) - ଏହି ଜିଲାର ଧାମନଗର ସ୍ଥିତ ଅବଦୁଲ କଲାମ ପାଠାଗାର କେନ୍ଦ୍ର ପରିସରରେ ଧାମନଗର ପୂଜ୍ୟପୂଜା ସାଂସ୍କୃତିକ ପରିଷଦର ତୃତୀୟ ପ୍ରତିଷ୍ଠା ଦିବସ ଓ କବିତା ପଠୋତ୍ସବ ଏବଂ ମହାବିଷୁବ ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପୂଜ୍ୟପୂଜା ସାଂସ୍କ
DHAMNAGAR PUJYA PUJA PARISHAD


ଭଦ୍ରକ, ୧୪ ଅପ୍ରେଲ (ହି.ସ.) - ଏହି ଜିଲାର ଧାମନଗର ସ୍ଥିତ ଅବଦୁଲ କଲାମ ପାଠାଗାର କେନ୍ଦ୍ର ପରିସରରେ ଧାମନଗର ପୂଜ୍ୟପୂଜା ସାଂସ୍କୃତିକ ପରିଷଦର ତୃତୀୟ ପ୍ରତିଷ୍ଠା ଦିବସ ଓ କବିତା ପଠୋତ୍ସବ ଏବଂ ମହାବିଷୁବ ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପୂଜ୍ୟପୂଜା ସାଂସ୍କୃତିକ ପରିଷଦର ସଭାପତି ତଥା ହାଇକୋର୍ଟ ବରିଷ୍ଠ ଆଇନଜୀବୀ ଦେବାଶିଷ ସାମଲଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ପ୍ରଦୀପ କୁମାର ମହାପାତ୍ର ପ୍ରାରମ୍ଭିକ ସୂଚନା ସହ ପରିଷଦର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ସାମ୍ବାଦିକ ସୁଧାକର ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସାମ୍ବାଦିକ ସେକ ଜାଫର ଅଲ୍ଲୀ ଓ ସୁଶାନ୍ତ କୁମାର ରାଉତ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ମଂଚକୁ ଆମନ୍ତ୍ରଣ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଧାମନଗର ଥାନା ଅଧିକାରୀ ସୁବ୍ରଜିତ ଦାଶ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ ଯେ ଯେଉଁ ଜାତି ନିଜର ପୂର୍ବଜ ଓ ଗୁଣୀଜ୍ଞାନୀଙ୍କୁ ସମ୍ମାନ ଦିଏ, ସେହି ଜାତି ହିଁ ପ୍ରଗତି ପଥରେ ଆଗେଇଥାଏ। ପୂଜ୍ୟପୂଜା କେବଳ ଏକ ପରମ୍ପରା ନୁହେଁ,ବରଂ ଏହା ଆମ ସଂସ୍କୃତିର ମୂଳଦୁଆ ବୋଲି ଅଧିକାରୀ ଶ୍ରୀ ଦାଶ କହିଛନ୍ତି। ମୁଖ୍ୟବକ୍ତା ଭାବେ ବ୍ଲକ କଳାକାର ସଂଘର ଉପସଭାପତି ଗୁରୁଶ୍ରୀ ସୁବାଷ ଚନ୍ଦ୍ର ମଲ୍ଲିକ ଯୋଗ ଦେଇ ଓଡ଼ିଆ ଅସ୍ମିତା ଓ ସଂସ୍କୃତି ଉପରେ ଗୁରୁତ୍ୱ ଦେଇ କହିଥିଲେ ଯେଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତି ଆମର ପରିଚୟ। ଆଜିର ଆଧୁନିକତା ଭିତରେ ଆମେ ନିଜର ଚେରକୁ ଭୁଲିଯିବା ଉଚିତ ନୁହେଁ। ପୂଜ୍ୟ ପୂଜା ମାଧ୍ୟମରେ ଆମେ ଆମର ମହାନ ଜନନାୟକ ଓ ସାରସ୍ୱତ ସାଧକମାନଙ୍କ ଆଦର୍ଶକୁ ନୂତନ ପିଢ଼ି ପାଖରେ ପହଞ୍ଚାଇବା ଆବଶ୍ୟକ ରହିଛି ବୋଲି ଶ୍ରୀ ମଲ୍ଲିକ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବ୍ଲକ ପ୍ରତିନିଧି ଅଶୋକ ପୁହାଣ, ବରିଷ୍ଠ ସାମ୍ବାଦିକ ବାସୁଦେବ ତ୍ରିପାଠୀ,ବରିଷ୍ଠ ନାଗରିକ ପରିଷଦର ସଭାପତି ଅନିଲ ବାରିକ,ସମ୍ପାଦକ ସଚ୍ଚିକାନ୍ତ ପଣ୍ଡା ପ୍ରମୁଖ ଯୋଗଦେଇ ଓଡ଼ିଆ ସଂସ୍କୃତିର ସୁରକ୍ଷା ଉପରେ ବକ୍ତବ୍ୟ ରଖିଥିଲେ। ସାହିତ୍ୟିକ ଓ ସାମ୍ବାଦିକ ରସାନନ୍ଦ ମହାପାତ୍ର, ମନୋଜ କୁମାର ଜେନା,ମନୋଜ କୁମାର ସିଂହ,ଅଭିମନ୍ୟୁ ମଲିକ,ଚିତରଞ୍ଜନ ଦାଶ,ମହେଶ୍ୱର ସ୍ୱାଇଁ,ନିରାକାର ଧଳ,ଭାବଗ୍ରାହୀ ଖୁଂଟିଆ,ରାମଚନ୍ଦ୍ର ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ସାମ୍ବାଦିକ ମନୋଜ କୁମାର ଦାସ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସାମ୍ବାଦିକ ଗୋଲାମ ଜିଲାନି ହବିବି,ସଞ୍ଜୀବ ମହାନ୍ତି,ସରୋଜ ଖୁଂଟିଆ ପ୍ରମୋଦ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ସାମ୍ବାଦିକ କୃଷ୍ଣ ଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande