
କେନ୍ଦୁଝର, ୧୪ ଏପ୍ରିଲ୍ (ହି.ସ.) - ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତି, ମହାବୀର ଜୟନ୍ତୀ ଏବଂ ଓଡ଼ିଆ ନବବର୍ଷରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ଙ୍କ ଆହ୍ୱାନରେ ଯୁବ କଂଗ୍ରେସ୍ ତରଫରୁ ତେଲକୋଇ ମୁଖ୍ୟ ବଜାର ପେଣ୍ଡାଲ ନିକଟରେ ଦହିପଣା ତେଲକୋଇ ବିଧାନସଭା ଯୁବ କଂଗ୍ରେସ ସଭାପତି ଗୌରହରି ପାତ୍ରଙ୍କ ନେତତ୍ୱରେ ବଂଟନ କରଗଲା । ବରିଷ୍ଠ କଂଗ୍ରେସ ନେତା ଟଙ୍କଧର ପ୍ରଧାନ ଓ ଦୁର୍ଯ୍ୟୋଧନ ବିଶ୍ୱାଳ ପ୍ରଥମେ ଲୋକମାନଙ୍କୁ ଦହିପଣା ବଂଟନ କରି ସ୍ୱାଗତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଦିଲୀପ କୁମାର ସାହୁ ପୂର୍ବତନ ତେଲକୋଇ ବ୍ଲକ ସଭାପତି, ବରିଷ୍ଠ କଂଗ୍ରେସ ନେତା ଅରକ୍ଷିତ ପ୍ରଧାନ,ଅକ୍ଷୟ କୁମାର ସାହୁ, ଚନ୍ଦ୍ରମଣି ସାହୁ, ବିଭୂତି ସାହୁ, ମଧୁସୂଦନ ବାରିକ, ନୀଳମଣି ସାହୁ, ଅନୁର୍ଯ୍ୟାମୀ ପାତ୍ର, ହେମନୁ ବିଶ୍ୱାଳ,ଯୁବ କଂଗ୍ରେସ ନେତା ଦୀପକ ମୁଖ୍, ଲିପୁନ ବେହେରା, ବିଜୟ ବେହେରା, ବରୁଣ ପ୍ରଧାନ, ସୁବାସନ ପ୍ରଧାନ, କପିଳେନ୍ଦ୍ର ପ୍ରଧାନ, ପ୍ରମୋଦ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA