ଗଞ୍ଜାମ ଜିଲ୍ଲାରେ ଦଣ୍ଡ ଯାତ୍ରା ସମାପ୍ତ
ଗଞାମ, ୧୪ ଏପ୍ରିଲ୍ (ହି.ସ.)- ଗତ ୨୧ ଦିନ, ୧୮ ଦିନ ଓ ୧୩ ଦିନ ଧରି ଗଞ୍ଜାମ ଜିଲ୍ଲାର ଵିଭିନ୍ନ ଅଞ୍ଚଳରେ ଆନୁଷ୍ଠିତ ହୋଇଥିଵା ଶହସ୍ରାଧିକ ଦଣ୍ଡଯାତ୍ରା ଶେଷ ହୋଇଛି । ଆଜି ମେରୁ ଉତ୍ସବରେ ସକାଳୁ ଦଣ୍ଡୁଆମାନେ ନଗର ପରିକ୍ରମା ପରେ ମେରୁ ପଡ଼ିଆରେ ମେରୁଉତ୍ସବ ଅନୁଷ୍ଠିତ ହୋଇଥିଲା। ମାନସିକଧାରୀ ନରନାରୀ
ଗଞ୍ଜାମ ଜିଲ୍ଲାରେ ଦଣ୍ଡ ଯାତ୍ରା ସମାପ୍ତ


ଗଞାମ, ୧୪ ଏପ୍ରିଲ୍ (ହି.ସ.)- ଗତ ୨୧ ଦିନ, ୧୮ ଦିନ ଓ ୧୩ ଦିନ ଧରି ଗଞ୍ଜାମ ଜିଲ୍ଲାର ଵିଭିନ୍ନ ଅଞ୍ଚଳରେ ଆନୁଷ୍ଠିତ ହୋଇଥିଵା ଶହସ୍ରାଧିକ ଦଣ୍ଡଯାତ୍ରା ଶେଷ ହୋଇଛି । ଆଜି ମେରୁ ଉତ୍ସବରେ ସକାଳୁ ଦଣ୍ଡୁଆମାନେ ନଗର ପରିକ୍ରମା ପରେ ମେରୁ ପଡ଼ିଆରେ ମେରୁଉତ୍ସବ ଅନୁଷ୍ଠିତ ହୋଇଥିଲା। ମାନସିକଧାରୀ ନରନାରୀ ଉପବାସ ପାଳନ କରିଥିଲେ। ଧୂଳି ଦଣ୍ଡ, ପାଣି ଦଣ୍ଡ ପରେ ପାଟ ଭୂକ୍ତାଙ୍କୁ ଅଗ୍ନିକୁଣ୍ଡ ଉପରେ ଓଲଟାଇ କିଛି ସମୟ ରଖିବା ପରେ ନାକରୁ କିଛି ବିନ୍ଦୁ ରକ୍ତ ଅଗ୍ନି କୁଣ୍ଡରେ ପଡିଵା ପରେ ପାଟଭୂକ୍ତାଙ୍କୁ ଅଗ୍ନି କୁଣ୍ଡରୁ ଉଠାଇ ନେବାପରେ ମାନସିକ ବ୍ରତ ଉଦଯାପନ କରାଯାଇ ନଡିଆ ଭୋଗ ଦଣ୍ଡ କାଳୀଙ୍କ ନିକଟରେ ସମର୍ପଣ କରି ବ୍ରତ ସମାପନ କରି ପ୍ରସାଦସେବନ କରିଥିଲେ। ମେରୁ ଉତ୍ସବ ଗୁଡ଼ିକରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଜିଲ୍ଲାର ସର୍ବବୃହତ କୁଲାଗଡ ମେରୁରେ ଲକ୍ଷାଧିକ ଜନସମାଗମ ହୋଇଥିବା ବେଳେ ପିତଳ ମେରୁରେ ପ୍ରବଳ ଜନସମାଗମ ହୋଇଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ମେରୁ ପଡ଼ିଆଗୁଡିକରେ ବହୁ ଅସ୍ଥାୟୀ ଦୋକାନ ବଜାର ଖୋଲିଛି। ଗତକାଲି ମଧ୍ୟ ଜିଲ୍ଲାର ଶତାଧିକ ସ୍ଥାନରେ ସାମନ୍ତ ମେରୁ ଉଦଯାପିତ ହୋଇଯାଇଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande