ଜିଲ୍ଲା ଦଳିତ ସମାଜ ତରଫରୁ ବାବା ସାହେବ ଜୟନ୍ତୀ ପାଳିତ
ବଲାଙ୍ଗିର, 14 ଏପ୍ରିଲ୍ (ହି.ସ.)ବଲାଙ୍ଗିର ଜିଲ୍ଲା ଦଳିତ ସମାଜ ତରଫରୁ ବାବା ସାହେବ ଡ. ଭୀମ ରାଓ ଆମ୍ବେଦକରଙ୍କର ୧୩୫ତମ ଜନ୍ମ ଜୟନ୍ତି ସଦର ମହକୁମା ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଏକ ବିଶାଳ ଶୋଭାଯାତ୍ର କୋଶଲ କଳାମଣ୍ଡଳରୁ ବାହାରି ସହରର ବିଭିନ୍ନ ଅଂଚଳ ପରିକ୍ରମା କରିବା ପରେ
ଜିଲ୍ଲା ଦଳିତ ସମାଜ ତରଫରୁ ବାବା ସାହେବ ଜୟନ୍ତୀ ପାଳିତ


ବଲାଙ୍ଗିର, 14 ଏପ୍ରିଲ୍ (ହି.ସ.)ବଲାଙ୍ଗିର ଜିଲ୍ଲା ଦଳିତ ସମାଜ ତରଫରୁ ବାବା ସାହେବ ଡ. ଭୀମ ରାଓ ଆମ୍ବେଦକରଙ୍କର ୧୩୫ତମ ଜନ୍ମ ଜୟନ୍ତି ସଦର ମହକୁମା ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଏକ ବିଶାଳ ଶୋଭାଯାତ୍ର କୋଶଲ କଳାମଣ୍ଡଳରୁ ବାହାରି ସହରର ବିଭିନ୍ନ ଅଂଚଳ ପରିକ୍ରମା କରିବା ପରେ କଚେରୀ ଛକ ସ୍ଥିତ ବାବା ସାହେବଙ୍କ ପ୍ରତିମୁର୍ତ୍ତି ଠାରେ ପହଂଚିଥିଲା । ସେଠାରେ ହଜାର ହଜାର ଆମ୍ବେଦକର ପ୍ରେମୀଙ୍କ ଉପସ୍ଥିତିରେ ବାବା ସାହେବ ଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ବିଶାଳ ଶୋଭାଯାତ୍ରାରେ ମଧ୍ୟ ୪ହଜାର ରୁ ଉର୍ଦ୍ଧ୍ୱ ଆମ୍ବେଦକର ପ୍ରେମୀ ଯୋଗ ଦେଇଥିଲେ । ଏହି ଶୋଭାଯାତ୍ରାରେ ଆଦିବାସୀ, ଯାଦବ ସମାଜ ଓ ପଛୁଆ ବର୍ଗର ବ୍ୟକ୍ତି ବିଶେଷ ନିଜର ସଂଗଠନ ସହ ଯୋଗ ଦେଇଥିଲେ । ଏହା ସହିତ ଶୋଭାଯାତ୍ରାର ବିଶେଷ ଆକର୍ଷଣ ପାଲଟିଥିଲା ଡକା ନୃତ୍ୟ, ଘୁମରା ବାବା ଓ ଦୁଲଦୁଲି କଳାକାରଙ୍କ ଦୁଲଦୁଲି ବାଦ୍ୟ । ପରେ କୋଶଲ କଳା ମଣ୍ଡଳ ପଡିଆ ଠାରେ ସଂଗଠନର ଆବାହକ ବିଜୟ ବାରିକଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଅତିଥି ଭାବରେ ଆଦିବାସୀ ନେତା ସତ୍ୟନାରାୟଣ ଭୋଇ, ସାବିତ୍ରୀ ବାଇ ଫୁଲେ ସଂଗଠନର ସଭାନେତ୍ରୀ କୌଶଲ୍ୟା କୁମ୍ଭାର, ମହିଳା ସଂଗଠିକା ରୂପାଲି ମହାନନ୍ଦ, ଯାଦବ ସମାଜର ସନ୍ଦୀପ ବାଗ, ପଛୁଆ ବର୍ଗର ସରୋଜ ମେଶ୍ୱା, ସତ୍ୟପୀର ପାତ୍ର ଓ ଅଭିଭାବକ ସଂଘର ସଭାପତି ସୀତାରାମ କୁମ୍ଭାର ପ୍ରମୁଖ ମଂଚାସିନ ଥିଲେ । କାର୍ଯ୍ୟକ୍ରମକୁ କୁନା ବାଗ ପରିଚାଳନା କରିଥିବା ବେଳେ ଶ୍ରମିକ ନେତା ତଥା କାଉନସିଲର ଶମ୍ଭୁ ନାଗ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଥମ ଥର ପାଇଁ ଆଦିବାସୀ, ପଛୁଆ ବର୍ଗ ଓ ଦଳିତ ସମାଜ ମିଳିତ ଭାବରେ ବଲାଙ୍ଗିର ରେ ବାବା ସାହେବ ଙ୍କ ଜୟନ୍ତି ପାଳନ କରି ତାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଦଳିତ ସମାଜ ଏକ ବଳିଷ୍ଠ ପଦକ୍ଷେପ ନେବା ସହ ସମାଜକୁ ଏକ ଦୃଢ ବାର୍ତ୍ତା ଦେଇପାରିଛି ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ । ଆଗାମୀ ଦିନରେ ମଧ୍ୟ ମିଳିତ ଭାବରେ ସମସ୍ତେ ସମାଜର ଉନ୍ନତି ପାଇଁ ଲଢେଇ କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଶୋଭାଯାତ୍ରାରେ ବଲାଙ୍ଗିର ପୌର ପରିଷଦର ପୌରାଧ୍ୟକ୍ଷା ଲିକା ସାହୁ, କାଉନସିଲର ଗଙ୍ଗା ଚାନ୍ଦ, ଶତୃଘନ ବାଗ ଓ ସଂଗଠକ ବୁଲୁ ବେହେରା ପ୍ରମୁଖ ସାମିଲ ହୋଇଥିଲେ ଏବଂ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଆୟୋଜନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ କାଉନସିଲର କିଶୋର କୁମ୍ଭାର, ଅନୁଷ୍ଠାନର କୋଷାଧ୍ୟକ୍ଷ ସୁରେଶ ହରିପାଲ, ସୁଶିଲ ହରିପାଲ, ସାଗର କୁମ୍ଭାର, ରଂଜନ ବାରିକ, ସୂର୍ଯ୍ୟମଣି ସୁନା, ଦିନେଶ ନାଗ, ବାସୁଦେବ ମୁଗ୍ରୀ ଓ ଜ୍ୟୋତିଷ ମୁଗ୍ରୀ ପ୍ରମୁଖ ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande