ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ସେବା ସପ୍ତାହ ପାଳନ
କେନ୍ଦୁଝର, ୧୪ ଏପ୍ରିଲ୍ (ହି.ସ.) - ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ଏପ୍ରିଲ୍ ୧୪ତାରିଖରୁ ୨୦ତାରିଖ ପର?୍ୟ୍ୟନ୍ତ ସେବା ସପ୍ତାହ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଂଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତରେ ଥିବା ବଡ଼ବିଲ ଅଗ୍ନିଶମ ବିଭାଗ ପକ୍ଷରୁ ମଧ୍ୟ ଏ
Fire department seba


କେନ୍ଦୁଝର, ୧୪ ଏପ୍ରିଲ୍ (ହି.ସ.) - ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ଏପ୍ରିଲ୍ ୧୪ତାରିଖରୁ ୨୦ତାରିଖ ପର?୍ୟ୍ୟନ୍ତ ସେବା ସପ୍ତାହ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଂଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତରେ ଥିବା ବଡ଼ବିଲ ଅଗ୍ନିଶମ ବିଭାଗ ପକ୍ଷରୁ ମଧ୍ୟ ଏହି ସେବା ସପ୍ତାହ ପାଳନ କରାଯାଉଥିବା ବେଳେ ଏହି ସେବା ସପ୍ତାହ ପାଳନ ଅବସରରେ ବଡ଼ବିଲ ଅଗ୍ନିଶମ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି, ଯେଉଁଥିରେ କି ବିଭିନ୍ନ ସ୍କୁଲ କଲେଜକୁ ଯାଇ କିପରି ନିଆଁ କୁ ଆୟତ କରାଯାଇ ପାରିବ ଓ କେଉଁ ପ୍ରକାରର ସୁରକ୍ଷା ଅବଲମ୍ବନ କରାଯାଏ ସେ ବିଷୟରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସଚେତନ ବାର୍ତା ଦେଇଛନ୍ତି ଏବଂ ବିଭିନ୍ନ ଅନୁଷ୍ଠାନ ଓ ମେଡ଼ିକାଲ ମାନଙ୍କୁ ଯାଇ କିପରି ନିଆଁ ଦାଉରୁ ରକ୍ଷା ପାଇବେ ଓ ନିଆଁ ଲାଗିଲେ କିପରି ତାକୁ ଆୟତ କରିବେ ସେ ନେଇ ସମସ୍ତଙ୍କୁ ସଚେତନ କରାଇଥିଲେ ।

ଏହି ପରିପ୍ରେକ୍ଷୀରେ ବଡ଼ବିଲ ଅଗ୍ନିଶମ ବିଭାଗ ପକ୍ଷରୁ ବଡ଼ବିଲ ଅଗ୍ନିଶମ ବିଭାଗ ଅଧିକାରୀ ଓ ସମସ୍ତ କର୍ମଚାରୀଙ୍କ ସହ ଦମକଳ ଗାଡ଼ିକୁ ସାଙ୍ଗରେ ନେଇ ବିଭିନ୍ନ ସ୍ଥାନକୁ ଯାଇ ସଚେତନ କରାଉଥିବା ଦେଖିବାକୁ ମିଳିଥିଲା।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande