ଅଗ୍ନିଶମ ବିଭାଗ ତରଫରୁ ସଚେତନତା ଶୋଭାଯାତ୍ରା
ଜୟପୁର, ୧୪ ଏପ୍ରିଲ୍ (ହି.ସ.) - କୋରାପୁଟ ଜିଲ୍ଲା ଜୟପୁର ଅଗ୍ନିଶମ କେନ୍ଦ୍ର ତରଫରୁ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଏପ୍ରିଲ ୧୪ ତାରିଖ ଠାରୁ ୨୦ ତାରିଖ ଯାଏ ଜାତୀୟ ଅଗ୍ନିଶମ ସୁରକ୍ଷା ସପ୍ତାହ ପାଳନ କରାଯାଉଛି । ଏହି ଅବସରରେ ଅଗ୍ନି କାଣ୍ଡରୁ ଯେପରି ଲୋକେ ରକ୍ଷା ପାଇବେ ସେ ନେଇ ସଚେତନ କ
ଅଗ୍ନିଶମ ବିଭାଗ ତରଫରୁ ସଚେତନତା ଶୋଭାଯାତ୍ରା


ଜୟପୁର, ୧୪ ଏପ୍ରିଲ୍ (ହି.ସ.) - କୋରାପୁଟ ଜିଲ୍ଲା ଜୟପୁର ଅଗ୍ନିଶମ କେନ୍ଦ୍ର ତରଫରୁ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଏପ୍ରିଲ ୧୪ ତାରିଖ ଠାରୁ ୨୦ ତାରିଖ ଯାଏ ଜାତୀୟ ଅଗ୍ନିଶମ ସୁରକ୍ଷା ସପ୍ତାହ ପାଳନ କରାଯାଉଛି । ଏହି ଅବସରରେ ଅଗ୍ନି କାଣ୍ଡରୁ ଯେପରି ଲୋକେ ରକ୍ଷା ପାଇବେ ସେ ନେଇ ସଚେତନ କରାଯାଇଛି । ଜୟପୁର ଅଗ୍ନିଶମ କେନ୍ଦ୍ରରୁ ଏହି ସଚେତନତା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଛି । ଲୋକ ମାନେ ଯେପରି ଅଗ୍ନିକାଣ୍ଡରୁ ରକ୍ଷା ପାଇବେ ଏହାର ମୁଳ ଲକ୍ଷ୍ୟ । ପଚାର ପତ୍ର ସହ ଡାକବାଜି ଯନ୍ତ୍ର ଦ୍ୱାରା ଲୋକଙ୍କୁ ସଚେତନ କରାଯାଇଛି । ପ୍ରାରମ୍ଭିକ ଅବସ୍ଥାରେ ଅଗ୍ନିକାଣ୍ଡକୁ ଆୟତ୍ତ କରି ଲୋକଙ୍କ ଅମୁଲ୍ୟ ଜୀବନ କିପରି ରକ୍ଷା କରିବା ସହ ପରିବେଶ କୁ ପରିସ୍ଥିତି କୁ ରକ୍ଷା କରିବେ । ସହକାରି ଅଗ୍ନିଶମ ଅଧିକାରି ସୁରେଶ କୁମାର ବାରିକଙ୍କ ନେତ୍ୃତ୍ୱରେ ଏହି ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଛି । ଅଗ୍ନି ନିବାପକ ଯନ୍ତ୍ର ବ୍ୟବହାର କରିବା, ମାଇପ ବ୍ୟବହାର କରିବା, ଭୁତଳ ଟାଙ୍କିରେ ଥିବା ପାଣି ବ୍ୟବହାର କରିବା, ଧୁଆଁ ବାହାରିଯିବା ପାଇଁ ଝରକା ଖେଲିବା, ନିଆଁକୁ ଅଟକାଇବା ପାଇଁ ଲାଗିଥିବା ସ୍ୱତନ୍ତ୍ର କବାଟ ବନ୍ଦ ରଖିବା, ବାହାରକୁ ଯିବା ଚିହ୍ନ ଅନୁସରଣ କରି ବାହାରି ଯିବା, ଗୁରୁତର ରୋଗୀ ଓ ଶିଶୁ ମାନଙ୍କୁ ସାହାଯ୍ୟ କରିବା, ବାହାରକୁ ବାହାରି ପୁବ ନିଦ୍ଧାରିତ ଜାଗାରେ ଏକାଠି ହେବା, ୧୧୨ ଅଗ୍ନିଶମ କେନ୍ଦ୍ରକୁ କଲ କରିବା ଆଦି ଉପରେ ସଚେତନ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande