‘ପ୍ରେସ୍’ ଲେଖାଥିବା ଗୋ ମାଂସ ବୋଝେଇ କାର ଜବତ, ଛଦ୍ମବେଶୀ ସାମ୍ବାଦିକ ଅଟକ
ଭଦ୍ରକ, ୧୪ ଅପ୍ରେଲ (ହି.ସ.) - ଜଣେ ଛଦ୍ମବେଶୀ ସାମ୍ବାଦିକ ବୋଲାଉଥିବା ଜଣେ ଯୁବକକୁ ପ୍ରେସ୍ ଲେଖାଯାଇଥିବା ଗୋ ମାଂସ ବୋଝେଇ କାର୍କୁ ଆଜି ଭଦ୍ରକ ବାଇପାସ୍ ରୋଡ ତିନି ନମ୍ବର ପୋଲ ନିକଟରୁ ଜବତ କରିଛି ପୁଲିସ୍। ଆଜି ସକାଳୁ ଏକ କାର ଯୋଗେ ଗୋ ମାଂସ ଚାଲାଣ ଖବର ପାଇଥିଲେ ଭଦ୍ରକ ଗ୍ରାମାଂଚଳ ପୋଲିସ। ଏ
GORU MANSA BOJHEI CAR JABAT


ଭଦ୍ରକ, ୧୪ ଅପ୍ରେଲ (ହି.ସ.) - ଜଣେ ଛଦ୍ମବେଶୀ ସାମ୍ବାଦିକ ବୋଲାଉଥିବା ଜଣେ ଯୁବକକୁ ପ୍ରେସ୍ ଲେଖାଯାଇଥିବା ଗୋ ମାଂସ ବୋଝେଇ କାର୍କୁ ଆଜି ଭଦ୍ରକ ବାଇପାସ୍ ରୋଡ ତିନି ନମ୍ବର ପୋଲ ନିକଟରୁ ଜବତ କରିଛି ପୁଲିସ୍। ଆଜି ସକାଳୁ ଏକ କାର ଯୋଗେ ଗୋ ମାଂସ ଚାଲାଣ ଖବର ପାଇଥିଲେ ଭଦ୍ରକ ଗ୍ରାମାଂଚଳ ପୋଲିସ। ଏହି ଗାଡ଼ିଟି ଧାମନଗର ଆଡୁ ଭଦ୍ରକ ଆସୁଥିଲା। ଏହି ଗୋ ମାଂସ ବେପାର ରେ ଲିପ୍ତ ଥିଲା ଜଣେ ଛଦ୍ମବେଶୀ ସାମ୍ବାଦିକ। ଗାଡ଼ିରେ ପ୍ରେସ ଲେଖି କରନ୍ତି ଗୋ ଚାଲାଣ। ଭଦ୍ରକ ଗ୍ରାମାଂଚଳ ପୋଲିସ ଗୋ ରକ୍ଷକଙ୍କ ଠାରୁ ଖବର ପାଇବା ପରେ ନଳାଙ୍ଗ ଠାରୁ ପିଛା କରି ଭଦ୍ରକ ବାଇପାସ ରୋଡ ତିନି ନମ୍ବର ପୋଲ ନିକଟରୁ ଧରିଥିଲା। ୪ ବସ୍ତା ଗୋ ମାଂସ ଜବତ ସହ ଜଣେ ଯୁବକକୁ ଅଟକ ରଖିଛି ପୁଲିସ୍। ଯୁବକ ଜଣକ ହେଉଛନ୍ତି ଧାମନଗର ଅଂଚଳର ସେକ ଗୁଲାମ ବୋଲି ଜଣା ପଡିଛି। ତେବେ ଏହି ଚାଲାଣ ପଛରେ କାହାର ହାତ ପୋଲିସ ତଦନ୍ତ ଜାରି ରଖିଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande