
ଜୟପୁର, ୧୪ ଏପ୍ରିଲ୍ (ହି.ସ.) - କୋରାପୁଟ ଜିଲ୍ଲା ଜୟପୁରେ ହନୁମାନ ଜୟନ୍ତି ଧୁମ ଧାମରେ ପାଳିତ ହୋଇଛି । ସ୍ଥାନୀୟ ରାଜୁ ସାହି ସ୍ଥିତ ହନୁମାନ ମନ୍ଦିର, ରଜାନହରସ୍ଥିତ ରଘୁନାଥ ମନ୍ଦିର େ,ଓଲକମ ଛକ ଠାରେ ଥିବା ହନୁମାନ ମନ୍ଦିର, ପୁରୁଣା ସରକାରି ବସଷ୍ଟାଣ୍ଡ ନିକଟରେ ଥିବା ହନୁମାନ ମନ୍ଦିର, ଢେପଗୁଢା ଠାରେ ଥିବା ହୁନମାନ ମନ୍ଦିର, ବିକ୍ରମ ନଗର ସ୍ଥିତ ହନୁମାନ ମନ୍ଦିର, ସମ୍ବାରତୋଟା ସ୍ଥିତ ପଂଚମୁଖି ହନୁମାନ ମନ୍ଦିର , ପୁରୁଣା ଗଡ ଛକ ରେ ଥିବା ହନୁମାନ ମନ୍ଦିରରେ କଣ୍ଡରା ସାହି ସ୍ଥିତ ଲକ୍ଷ୍ମୀ ନୃସିହ ମନ୍ଦିରରେ ହନୁମାନ ଜୟନ୍ତି ପାଳିତ ହୋଇଛି । ହନୁମାନ ଜୟନ୍ତି ଅବସରରେ ଜୟପୁର ଦୈନିକ ବଜାରରେ ଥିବା ହନୁମାନଙ୍କ ନିକଟରେ ସ୍ୱତନ୍ତ୍ର ପୁଜା ଅନୁଷ୍ଠିତ ହୋଇଥିଲା । ହନୁମାନ ଙ୍କ ନିକଟରେ ଦମ୍ପତି ମାନେ ବସି ପୁଜା ଚ୍ଚନା କରିଥିବା ବେଳେ ଭକ୍ତ ମାନେ ହାତରେ ନଡିଆ, କଦଳି ଧରି ଲମ୍ବା ଲାଇନରେ ରହି ଥିବା ଦେଖାଯାଇଛି । ମନ୍ଦିର ମାନଙ୍କରେ ବିଭିନ୍ନ ସଂଗଠନ ତରଫରୁ ପଣା ବଂଟନ କରାଯାଇଥିଲା । ହନୁମାନ ମନ୍ଦିରରେ ହୋମ ଯଜ୍ଞ, ହନୁମାନ ଚାଳିସା ପାଠ କରାଯାଇଥିଲା । ମନ୍ଦିର ମାନଙ୍କରେ ପ୍ରବଳ ଭିଡ ଜମିଥିବା ବେଳେ ପୁଜା ଚ୍ଚନା ପଣା ବନରେ ମୁଖରିତ ହୋଇଥିଲା ପରିବେଶ । ମନ୍ଦିର ମାନଙ୍କରେ ବିଭିନ୍ନ ସଂଗଠନ ତରଫରୁ ପଣା ବଂଟନ କରାଯାଇଥିଲା । ହନୁମାନ ମନ୍ଦିରରେ ହୋମ ଯଜ୍ଞ, ହନୁମାନ ଚାଳିସା ପାଠ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପିକେପି