ଓଡିଆ ନବବର୍ଷ ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ବିଶାଳ ହିନ୍ଦୁ ଏକତା ଶୋଭାଯାତ୍ରା
କେନ୍ଦ୍ରାପଡା, ୧୪ ଅପ୍ରେଲ (ହି.ସ.)- ପବିତ୍ର ଓଡିଆ ନବବର୍ଷ ମହାବିଷୁବ ପଣାସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ଉପଲକ୍ଷେ କେନ୍ଦ୍ରାପଡାରେ ବିଶାଳ ହିନ୍ଦୁ ଏକତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ତଥା ଅନ୍ୟ ହିନ୍ଦୁସଂଗଠନ ମିଳିତ କାର୍ଯ୍ୟକ୍ରମରେ ଏହି ଶୋଭାଯାତ୍ରା
ଓଡିଆ ନବବର୍ଷ ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ବିଶାଳ ହିନ୍ଦୁ ଏକତା ଶୋଭାଯାତ୍ରା


କେନ୍ଦ୍ରାପଡା, ୧୪ ଅପ୍ରେଲ (ହି.ସ.)- ପବିତ୍ର ଓଡିଆ ନବବର୍ଷ ମହାବିଷୁବ ପଣାସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ଉପଲକ୍ଷେ କେନ୍ଦ୍ରାପଡାରେ ବିଶାଳ ହିନ୍ଦୁ ଏକତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ତଥା ଅନ୍ୟ ହିନ୍ଦୁସଂଗଠନ ମିଳିତ କାର୍ଯ୍ୟକ୍ରମରେ ଏହି ଶୋଭାଯାତ୍ରା ଇଚ୍ଛାପୁର ଶ୍ରୀ ବଳଦେବଜୀଉ ମାଉସୀମା ମନ୍ଦିର ନିକଟରୁ ଶୋଭାଯାତ୍ରା ବାହାରି କେନ୍ଦ୍ରାପଡା ସହର ପରିକ୍ରମା କରି ତିନିମୁହାଣୀ ଶ୍ରୀରାମମନ୍ଦିର ପରିସରରେ ଉଦ୍ଯାପିତ ହୋଇଥିଲା । ଜିଲ୍ଲା ପ୍ରଶାସନ ସହ ବୈଠକର ପୂର୍ବ ନିଷ୍ପତି ମୁତାବକ ଆଜି ଅପରାହ୍ନରେ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ହଜାର ହଜାର ସଂଖ୍ୟକ ବିଶ୍ଵହିନ୍ଦୁ ପରିଷଦ ଓ ବଜରଙ୍ଗ କର୍ମୀମାନେ ହନୁମାନ ପତାକା ସହ ଜୟ ଶ୍ରୀରାମ, ଜୟ ହନୁମାନ ଧ୍ୱନୀ ଦେଇ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ । ବହୁ ସଂଖ୍ୟାରେ ବିଜେପି ନେତା ଶୋଭାଯାତ୍ରାରେ ସାମିଲ୍ ଥିବା ଦେଖିବାକୁ ମିଳିଥିଲା । ଗଇରିକ ରଙ୍ଗର ପତାକା ଓ ପୋଷାକ ସହ ଶୋଭାଯାତ୍ରାକାରୀମାନେ ଦୁଇଚକିଆ ଚାରିଚକିଆ ଯାନରେ ବଡମଙ୍ଗଳା, କେଶପୁର, ସାନମଙ୍ଗଳା, ସାନ୍ତସାଇଁ, ପୁରୁଣା ବସଷ୍ଟାଣ୍ଡ, ବଡହାଟ, କାକଟ, ନୂଆବସଷ୍ଟାଣ୍ଡ, ମହିପାଳ ଏବଂ ଶେଷରେ ତିନିମୁହାଣୀ ଶ୍ରୀରାମମନ୍ଦିର ପର୍ଯ୍ୟନ୍ତ ପ୍ରାୟ ୬ କିଲୋମିଟର ଶୋଭାଯାତ୍ରା ଶାନ୍ତିଶୃଙ୍ଖଳାର ସହ ସହର ପରିକ୍ରମା କରିଥିଲା । ପୋଲିସ୍ ପ୍ରଶାସନ ପକ୍ଷରୁ ଅସ୍ଥାୟୀ ନିୟନ୍ତ୍ରଣ କକ୍ଷ, ପାଟ୍ରୋଲିଂଜାନ, ପୋଲିସ୍ ପଇଁତରା ସହ ଶାନ୍ତିଶୃଙ୍ଖଳାର ସହିତ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରାକୁ ସହରର ବିଭିନ୍ନ ସ୍ଥାନରେ ବ୍ୟାପକ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ବିଧାୟକ ଗଣେଶ୍ୱର ବେହେରା, ପୈାରାଧ୍ୟକ୍ଷା ସରୀତା ସାହୁ, ସମାଜସେବୀ ରଂଜିତ୍ ସାହୁ, ଗୀତାଞ୍ଜଳୀ ସେଠୀ, ମହମ୍ମଦ ସଲିମ୍ଖାଁ ପ୍ରମୁଖ ନେତୃସ୍ଥାନୀୟ ବ୍ୟକ୍ତିମାନେ ଶୋଭାଯାତ୍ରାକୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ବିବେକାନନ୍ଦ ମହାରଣାଙ୍କ ନେତୃତ୍ୱରେ ଆୟୋଜିତ ଏହି ଶୋଭାଯାତ୍ରାରେ ବିଶ୍ଵହିନ୍ଦୁ ପରିଷଦର ନେତୃମଣ୍ଡଳୀଙ୍କ ସହ ବିଭିନ୍ନ ହିନ୍ଦୁ ସଂଗଠନର ନେତୃବୃନ୍ଦ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande