ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ଝାମୁ ଯାତ୍ରା
ଖୋର୍ଦ୍ଧା, ୧୪ ଅପ୍ରେଲ (ହି.ସ.)- ମହାବିଷୁବ ସଂକ୍ରାନ୍ତି ଅବସରରେ ଆଜି ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ଝାମୁ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗୁରୁଜଙ୍ଗ ସ୍ଥିତ ବାବା ଧବଳେଶ୍ୱର ମନ୍ଦିର, ଗୁରୁଜଙ୍ଗ ଭୋଇସାହି ସ୍ଥିତ ମଙ୍ଗଳା ମନ୍ଦିର, ସାମନ୍ତରାପୁର ସ୍ଥିତ ମା ମଙ୍ଗଳା ମନ୍ଦିର, ଅରାଙ୍ଗ ସ୍ଥିତ
ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ଝାମୁ ଯାତ୍ରା


ଖୋର୍ଦ୍ଧା, ୧୪ ଅପ୍ରେଲ (ହି.ସ.)- ମହାବିଷୁବ ସଂକ୍ରାନ୍ତି ଅବସରରେ ଆଜି ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ଝାମୁ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗୁରୁଜଙ୍ଗ ସ୍ଥିତ ବାବା ଧବଳେଶ୍ୱର ମନ୍ଦିର, ଗୁରୁଜଙ୍ଗ ଭୋଇସାହି ସ୍ଥିତ ମଙ୍ଗଳା ମନ୍ଦିର, ସାମନ୍ତରାପୁର ସ୍ଥିତ ମା ମଙ୍ଗଳା ମନ୍ଦିର, ଅରାଙ୍ଗ ସ୍ଥିତ ମା ମଙ୍ଗଳା ମନ୍ଦିର, ଭାଲିଆବାଡି ସ୍ଥିତ କାଳୀକା ଠାକୁରାଣୀଙ୍କ ମନ୍ଦିର ପ୍ରାଙ୍ଗଣରେ ଝାମୁ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବହୁ ସଂଖ୍ୟାରେ ମାନସିକଧାରୀ ଏହି ଝାମୁ ଯାତ୍ରାରେ ଅଂଶଗ୍ରହଣ କରିଥିଲେ । ଏହି ଉପଲକ୍ଷେ ଏସବୁ ସ୍ଥାନରେ ଝାମୁଯାତ୍ରା ଦେଖିବା ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande