
ପୁରୀ, ୧୪ ଅପ୍ରେଲ (ହି.ସ.)- ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ଅବସରରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଅନ୍ତର୍ଗତ ଦେଉଳପଡ଼ାସ୍ଥିତ କମଳେଶ୍ୱର ମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ଏହି ଅବସରରେ ଭକ୍ତ ମାନେ ବାବା କମଳେଶ୍ୱରଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି । ସେବକ ମାନେ ଠାକୁରଙ୍କ ନୀତିକାନ୍ତି ଯଥା ବିଧି ଜାରୀ ରଖିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ