କେଦାରନାଥ ୱାକର୍ଷ କ୍ଲବ ତରଫରୁ ପଣା ବଂଟନ
କେନ୍ଦୁଝର, ୧୪ ଏପ୍ରିଲ୍ (ହି.ସ.) - ଆଜି ପବିତ୍ର ମହା ବିଷୁବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତି। ଏହି ଅବସରରେ ଘଟଗାଁ ମା ତାରିଣୀ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ଏହି ଭକ୍ତଙ୍କ ସମାଗମ ନଜର ରେ ରଖି ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ଭକ୍ତଙ୍କୁ ମାଗଣା ପଣା ବଂଟନ ହୋଇଥଲା। କେନ୍ଦୁଝର ଶ
Kedarnath wakras club


କେନ୍ଦୁଝର, ୧୪ ଏପ୍ରିଲ୍ (ହି.ସ.) - ଆଜି ପବିତ୍ର ମହା ବିଷୁବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତି। ଏହି ଅବସରରେ ଘଟଗାଁ ମା ତାରିଣୀ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ଏହି ଭକ୍ତଙ୍କ ସମାଗମ ନଜର ରେ ରଖି ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ଭକ୍ତଙ୍କୁ ମାଗଣା ପଣା ବଂଟନ ହୋଇଥଲା। କେନ୍ଦୁଝର ଶୁଆକାଠି ଅଂଚଳର ପ୍ରମୁଖ ସ୍ୱେଚ୍ଛାସେବୀ ସଂଗଠନ କେଦାରନାଥ ୱାକର୍ଷ କ୍ଲବ ତରଫରୁ ଟଙ୍କ ତୋରାଣି ଓ ପଣା ବଂଟନ କରାଯାଇଥିଲା। ଅନୁଷ୍ଠାନ ପକ୍ଷରୁ ପୁରୀରୁ ଅଭଡ଼ା ଅଣାଯାଇ ଟଙ୍କ ତୋରାଣି ପ୍ରସ୍ତୁତ କରାଯାଇ ଥିଲା। ସେହିପରି ବେଲ, ଛେନା, ଦହି, ଗୁଡ଼ ଆଦିରେ ବେଲ ପଣା ପ୍ରସ୍ତୁତ କରାଯାଇଥିଲା। କେଦାରନାଥ ୱାକର୍ଷ କ୍ଲବର ସଭାପତି ସୁଦର୍ଶନ ଘଡେଇ, ସଂମ୍ପାଦକ ଅଜିତ୍ କୁମାର ପରିଡ଼ା ତତ୍ୱାବଧାନରେ ଏହି ପଣା ବଂଟନ ଷ୍ଟଲକୁ ଉଦ୍ଘାଟନ କରିଥଲେ ଘଟଗାଁ ପ୍ରେସ କ୍ଲବ୍ ସଭାପତି ଆନନ୍ଦ ସିଂ । ଏହି ଷ୍ଟଲ ରେ ଦଶ ହଜାର ଭକ୍ତଙ୍କୁ ପଣା ଓ ଟଙ୍କ ତୋରାଣି ବଂଟନ କରାଯାଇଥିଲା ବେଳେ ଏଥିରେ ନବିନ ଚନ୍ଦ୍ର ଦାସ, ମନୋଜ ବେହେରା, ମୁନା ପାତ୍ର, ଦୀପକ ନାଏକ, ରାଜେଶ ବାରିକ, ଲୋକନାଥ ବାରିକ, ଭୋଳାନାଥ ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande