
କେନ୍ଦ୍ରାପଡା, ୧୪ ଅପ୍ରେଲ (ହି.ସ.)- କ୍ଷତ୍ରିୟ ଖଣ୍ଡାୟତ ମହାସଂଘ କେନ୍ଦ୍ରାପଡ଼ା ତରଫରୁ ମହାପ୍ରଭୁ ସିଦ୍ଧ ବଳଦେବଜୀଉଙ୍କ ପବିତ୍ର ରଥଦାଣ୍ଡରେ ପଣା ସଂକ୍ରାନ୍ତି ଅବସରରେ ଭକ୍ତ ମାନଙ୍କୁ ଦହିପଣା ବଣ୍ଟନ କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ଭକ୍ତ ମାନେ ପ୍ରଚଣ୍ଡ ରୌଦ୍ରତାପରେ ଦହିପଣା ପାନକରି ଆତ୍ମସନ୍ତୋଷ ଲାଭ କରିଥିଲେ । ସକାଳ ୭ଟାରୁ ଆରମ୍ଭ କରାଯାଇ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଶାସନିକ ଅଧିକାରୀ ପର୍ଶୁରାମ ନାୟକ ସର୍ବ ପ୍ରଥମେ ଦହିପଣା ବଣ୍ଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଭାପତି ଶରତ କୁମାର ବେହୁରା, କାର୍ଯ୍ୟକାରୀ ସଭାପତି ଗୋଲେଖ ଚନ୍ଦ୍ର ପଢିଆରୀ, ଜିଲ୍ଲା ସଂଯୋଜକ ଚନ୍ଦନ ପରିଡ଼ା, ପ୍ରାଧ୍ୟାପକ ଡ. ଚୈତନ୍ୟ ଚରଣ ପରିଡା, ମାର୍ଶାଘାଇ ବ୍ଲକ ସଭାପତି ରଂଜନ କୁମାର ନାୟକ, ସାଧାରଣ ସଂପାଦକ ସୁମନ୍ତ କୁମାର ରାଉତ, ତରୁଣ ରଂଜନ ପ୍ରଧାନ, ଡକ୍ଟର ଚୈତନ୍ୟ ଚରଣ ପରିଡ଼ା, ଦିଲ୍ଲୀପ କୁମାର ଜେନା, ଚିତରଂଜନ ବଳ, ରଂଜନ ନାୟକ, କେଦାର ସାମନ୍ତରାୟ, ରାଜକିଶୋର ମହାନ୍ତି, ସମାଜସେବି ରଣେନ୍ଦ୍ର କୁମାର ସ୍ୱାଇଁ, ଧୁନ କିଶୋର ନାୟକ, ରଶ୍ମି ରଂଜନ ରାଉତ, ନୀରଜଂନ ମଲ୍କିକ, ଲକ୍ଷି୍ପ୍ରିୟା ମଲିକ, ଅକ୍ଷୟ କୁମାର ମେକାପ, କୈଳାସ ଚନ୍ଦ୍ର ଦାସ, ବିକ୍ରମ କେଶରୀ ରାଉତରାୟ, ଶାନ୍ତିସରୂପ ଭୂୟାଁ, ସରୋଜ ପରିଡା, ପାର୍ଥସାରଥୀ ସାହୁ, କ୍ଷୀରୋଦ ମେକାପ, କୂଳମଣି ଲେକାଂ, ଉମାକାନ୍ତ ବଳ, ନଗର ସଭାପତି ସଂଗ୍ରାମ ଜେନା, ସୁଶିଲ କୁମାର ସାମଲ ଗୋଲେଖ ପରିଡ଼ା, ଅମୂଲ୍ୟ ସାହାଣୀ, ଅକ୍ଷୟ କୁମାର ନାୟକ, ମାନସ କୁମାର ରାଉତରାୟ, କୂଳମଣୀ ଲେଙ୍କା ପ୍ରମୁଖ ଭକ୍ତମାନଙ୍କ ସେବାରେ ନିଜକୁ ସାମିଲ୍ କରି ଅପାର ଆନନ୍ଦ ଉପଭୋଗ କରିବା ସହିତ ଧର୍ମ କାର୍ଯ୍ୟରେ ନିଜକୁ ସାମିଲ୍ କରି ଅପାର ଆନନ୍ଦ ଲାଭ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ