ଖୋର୍ଦ୍ଧା ସହରର ବିଭିନ୍ନ ମନ୍ଦିରରେ ମହାବିଷୁବ ସଂକ୍ରାନ୍ତିରେ ସ୍ଵତନ୍ତ୍ର ପୂଜାର୍ଚ୍ଚନା
ଖୋର୍ଦ୍ଧା, ୧୪ ଅପ୍ରେଲ (ହି.ସ.)- ଖୋର୍ଦ୍ଧା ସହର ଉପକଣ୍ଠସ୍ଥ ବିଭିନ୍ନ ମନ୍ଦିରରେ ମହାବିଷୁବ ସଂକ୍ରାନ୍ତି ଅବସରରେ ଆଜି ସ୍ୱତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି । ଗୁରୁଜଙ୍ଗର ଶ୍ରୀ ଧବଳେଶ୍ୱର ମନ୍ଦିର, ରାମମନ୍ଦିର, ଖୋର୍ଦ୍ଧା ସହର ମଧ୍ୟରେ ଥିବା ବାବା ସ୍ୱପ୍ନେଶ୍ୱର ମନ୍ଦିର, ସିଦ୍ଧେଶ୍ୱର ମନ
ଖୋର୍ଦ୍ଧା ସହରର ବିଭିନ୍ନ ମନ୍ଦିରରେ ମହାବିଷୁବ ସଂକ୍ରାନ୍ତିରେ ସ୍ଵତନ୍ତ୍ର ପୂଜାର୍ଚ୍ଚନା


ଖୋର୍ଦ୍ଧା, ୧୪ ଅପ୍ରେଲ (ହି.ସ.)- ଖୋର୍ଦ୍ଧା ସହର ଉପକଣ୍ଠସ୍ଥ ବିଭିନ୍ନ ମନ୍ଦିରରେ ମହାବିଷୁବ ସଂକ୍ରାନ୍ତି ଅବସରରେ ଆଜି ସ୍ୱତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି । ଗୁରୁଜଙ୍ଗର ଶ୍ରୀ ଧବଳେଶ୍ୱର ମନ୍ଦିର, ରାମମନ୍ଦିର, ଖୋର୍ଦ୍ଧା ସହର ମଧ୍ୟରେ ଥିବା ବାବା ସ୍ୱପ୍ନେଶ୍ୱର ମନ୍ଦିର, ସିଦ୍ଧେଶ୍ୱର ମନ୍ଦିର, ବାବା ବାଲୁଙ୍କେଶ୍ୱର, ବାବା ଲୋକେଶ୍ୱର ଓ ବେଗୁନିଆ ସ୍ଥିତ ଗୋଡ଼ା ଲୋକନାଥ ମନ୍ଦିର, ହରିରାଜପୁର ସ୍ଥିତ ସୋମନାଥ ମନ୍ଦିର, ଜଟଣୀ ସ୍ଥିତ ବିଶ୍ୱନାଥ ମନ୍ଦିରରେ ଠାକୁର ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ଏହା ବ୍ୟତୀତ ଖୋର୍ଦ୍ଧା ଜରିପୁଟ ତନ୍ତମୁଣ୍ଡିଆ ସ୍ଥିତ ହନୁମାନ ମନ୍ଦିରରେ ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ବହୁସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଛି । ଏସବୁ ମନ୍ଦିରରେ ପୂଜକଙ୍କ ଦ୍ୱାରା ବିଧି ମୁତାବକ ସମସ୍ତ ପୂଜା ନୀତି ସମ୍ପନ୍ନ ହୋଇଛି । ବିଭିନ୍ନ ରାମ ମନ୍ଦିର ଏବଂ ହନୁମାନ ମନ୍ଦିରରେ ହନୁମାନ ଚାଳିଷା ପଠନରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande