ନୋବେଲ୍ ୱାର୍ଲ୍ଡ ରେକର୍ଡ କ୍ଲବରେ ନମିତା
ଭଦ୍ରକ, ୧୪ ଅପ୍ରେଲ (ହି.ସ.) - ରେକର୍ଡ ପରେ ରେକର୍ଡ ନିଶାରେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଚକ୍ରାପାଢି ଗ୍ରାମର ଫଟୋଚିତ୍ରଶିଳ୍ପୀ ନମିତା ବେହେରା । ନିଶା ତାଙ୍କର ଅବିକଳ ଚିତ୍ର ଆଙ୍କି ସ୍ୱହସ୍ତରେ ପ୍ରଦାନ କରିବା । ଏଥିପାଇଁ କୌଣସି କିଛି ପାରିଶ୍ରମିକ ଆଶା ନକରି ବତମାନ ସୁଦ୍ଧା ୫ ଶହରୁ ଉର୍ଦ୍ଧ ବ୍ୟକ୍
NOBEL WORLD RECORD NAMITA


ଭଦ୍ରକ, ୧୪ ଅପ୍ରେଲ (ହି.ସ.) - ରେକର୍ଡ ପରେ ରେକର୍ଡ ନିଶାରେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଚକ୍ରାପାଢି ଗ୍ରାମର ଫଟୋଚିତ୍ରଶିଳ୍ପୀ ନମିତା ବେହେରା । ନିଶା ତାଙ୍କର ଅବିକଳ ଚିତ୍ର ଆଙ୍କି ସ୍ୱହସ୍ତରେ ପ୍ରଦାନ କରିବା । ଏଥିପାଇଁ କୌଣସି କିଛି ପାରିଶ୍ରମିକ ଆଶା ନକରି ବତମାନ ସୁଦ୍ଧା ୫ ଶହରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ଫଟୋଚିତ୍ର ଆଙ୍କ ପ୍ରଦାନ କରିସାରିଛନ୍ତି ସେ । ସେମାନଙ୍କ ମଧ୍ୟରେ ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବର୍ତମାନର ରାଜ୍ୟପାଳ,ମୁଖ୍ୟମନ୍ତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରମୁଖ ରହିଛନ୍ତି । ନମିତାଙ୍କ ଏହି ଉଦ୍ୟମ ଓ ଆତ୍ମବିଶ୍ୱାସ ପାଇଁ ତାଙ୍କୁ ଇତି ମଧ୍ୟରେ ଲଣ୍ଡନର ନୋବେଲ୍ ୱାର୍ଲ୍ଡ ରେକର୍ଡ କ୍ଲବରେ ସାମିଲ୍ କରିଛି ସଂସ୍ଥା । ସୋମବାର ଭଦ୍ରକ ବିଧାୟକ ସୀତାଶୁଂ ଶେଖର ମହାପାତ୍ର ସ୍ୱତନ୍ତ୍ର ଡାକ ଯୋଗେ ଆସିଥିବା ମେଡାଲ୍, ପ୍ରଶଂସାପତ୍ର,ପ୍ରମାଣପତ୍ର ଆଦିକୁ ଲୋକାର୍ପଣ କରି ନମିତାଙ୍କୁ ପ୍ରଦାନ କରିଥିଲେ । ବିଧାୟକ ଶ୍ରୀ ମହାପାତ୍ର ନମିତାଙ୍କ ପାଖରେ ଥିବା ବିରଳ ପ୍ରତିଭା ପାଇଁ ସେ ଆଜି ବିସ୍ୱର ଅନେକ ବଡ ବଡ ସଂଗଠନ ପକ୍ଷରୁ ସମ୍ମାନିତ ହୋଇଥିବା ବେଳେ ତାଙ୍କର ଏହି କଳାକୃତି ବଜାଇ ରଖି ଆଗକୁ ବଢନ୍ତୁ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ପଦ୍ମନାଭ ପଣ୍ଡା, ସାମ୍ବାଦିକ ହେମନ୍ତ ସିଂହ ଏବଂ ନମିତାଙ୍କ ପିତା ରବିନାରାୟଣ ବେହେରା ଉପସ୍ଥିତ ଥିଲେ । ଏଥିପୂର୍ବରୁ ସେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ, ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡ, ଜେନିୟସ ବୁକ୍ ଅଫ୍ ରେକର୍ଡ, ୱାର୍ଲ୍ଡ ୱାଇଡ୍ ଡକ୍ଟରେଟ୍ ଆୱାର୍ଡ, ବିଦ୍ୟାରତ୍ନ ଆୱାର୍ଡ ଆଦି ପାଇ ସାରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande