ଓଡିଆ ପକ୍ଷ ଅବସରରେ ଓଡିଆ ନବ ବର୍ଷ ପାଳିତ
କେନ୍ଦ୍ରାପଡ଼ା, ୧୪ ଏପ୍ରିଲ୍ (ହି.ସ.)- ଓଡିଆ ପକ୍ଷ–୨୦୨୬ ପାଳନ ଅବସରରେ ଓଡିଆ ନବବର୍ଷ ଉତ୍ସବ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତ୍ୟନ୍ତ ଉତ୍ସାହ ଓ ପାରମ୍ପରିକ ଭାବେ ପାଳିତ ହୋଇଯାଇଛି। ଏହି ଅବସରରେ ଓଡିଆ ଭାଷା, ସଂସ୍କୃତି ଓ ପାରମ୍ପରିକ ଆହାର ପ୍ରଚାର ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋ
ଓଡିଆ ପକ୍ଷ ଅବସରରେ ଓଡିଆ ନବ ବର୍ଷ ପାଳିତ


କେନ୍ଦ୍ରାପଡ଼ା, ୧୪ ଏପ୍ରିଲ୍ (ହି.ସ.)- ଓଡିଆ ପକ୍ଷ–୨୦୨୬ ପାଳନ ଅବସରରେ ଓଡିଆ ନବବର୍ଷ ଉତ୍ସବ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତ୍ୟନ୍ତ ଉତ୍ସାହ ଓ ପାରମ୍ପରିକ ଭାବେ ପାଳିତ ହୋଇଯାଇଛି। ଏହି ଅବସରରେ ଓଡିଆ ଭାଷା, ସଂସ୍କୃତି ଓ ପାରମ୍ପରିକ ଆହାର ପ୍ରଚାର ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ପଣା ସହିତ ପାରମ୍ପରିକ ଓଡିଆ ପିଠାପଣାର ଆସର, ଯେଉଁଠାରେ ବିଭିନ୍ନ ପ୍ରକାର ଓଡିଆ ଖାଦ୍ୟ ପ୍ରଦର୍ଶିତ ଓ ପରିବେଷଣ କରାଯାଇଥିଲା। ଉପସ୍ଥିତ ଅତିଥି ଓ କର୍ମଚାରୀମାନେ ଏହି ପାରମ୍ପରିକ ଖାଦ୍ୟର ସ୍ବାଦ ଉପଭୋଗ କରିବା ସହ ଓଡିଆ ଖାଦ୍ୟ ସଂସ୍କୃତି ପ୍ରତି ଆଗ୍ରହ ପ୍ରକାଶ କରିଥିଲେ। ସେହିପରି, ଓଡିଆ ପରମ୍ପରାର ଅଂଶ ଭାବେ ଝୋଟି ଓ ମୁରୁଜ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାରେ ବିଭିନ୍ନ ବିଭାଗର କର୍ମଚାରୀ ଓ ଅଂଶଗ୍ରହଣକାରୀମାନେ ସୃଜନଶୀଳ ଡିଜାଇନ୍ ମାଧ୍ୟମରେ ଓଡିଆ ଲୋକକଳାର ନୈପୁଣ୍ୟ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ରଘୁରାମ ଆର. ଆୟର ଯୋଗଦେଇ କହିଥିଲେ ଯେ, ଓଡିଆ ପକ୍ଷ ପାଳନ ମାଧ୍ୟମରେ ଆମ ଭାଷା, ସଂସ୍କୃତି ଓ ପାରମ୍ପରିକତାକୁ ସୁରକ୍ଷିତ ଓ ପ୍ରଚାର କରିବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ସେ ସମସ୍ତଙ୍କୁ ଓଡିଆ ପରମ୍ପରାକୁ ଦୈନନ୍ଦିନ ଜୀବନରେ ଅନୁସରଣ କରିବାକୁ ଆହ୍ୱାନ କରିଥିଲେ। ଏଥିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଲିତା ଦାସ, ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା ସମେତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ, କର୍ମଚାରୀ ଓ ସାଧାରଣ ଲୋକମାନେ ବିଶେଷ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଓଡିଆ ପକ୍ଷ–୨୦୨୬ ପାଳନର ଉଦ୍ଦେଶ୍ୟ ସଫଳ ହେବା ସହ ଲୋକମାନଙ୍କ ମନରେ ଓଡିଆ ଅସ୍ମିତା ପ୍ରତି ଗର୍ବ ଓ ଆତ୍ମୀୟତାର ଭାବନା ଆହୁରି ଦୃଢ଼ ହୋଇଛି |

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande