ଓଡିଆ ନବବର୍ଷ ଓ ପଣା ସଂକ୍ରାନ୍ତି ଧୁମଧାମରେ ପାଳିତ
ମାଲକାନଗିରି, ୧୪ ଏପ୍ରିଲ୍ (ହି.ସ.)- କୁଡୁମୁଲୁଗୁମ୍ମା ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଓଡିଆ ନବବର୍ଷ, ହନୁମାନ ଜୟନ୍ତୀ ଓ ମହାବିଷୁବ ପଣା ସଂକ୍ରାନ୍ତି ଧୁମଧାମରେ ପାଳିତ ହୋଇଯାଇଛି । ଆଜିର ଏହି ଉତ୍ସବରେ ଗ୍ରାମର ପୁରୋହିତ ରମେଶ ଚନ୍ଦ୍ର ରଥଙ୍କ ପୈାରହିତରେ ଯଥା ବିଧିବିଧାନ ପୂର୍ବକ ହନୁମାନ ଶ୍ର
ଓଡିଆ ନବବର୍ଷ ଓ ପଣା ସଂକ୍ରାନ୍ତି ଧୁମଧାମରେ ପାଳିତ


ମାଲକାନଗିରି, ୧୪ ଏପ୍ରିଲ୍ (ହି.ସ.)- କୁଡୁମୁଲୁଗୁମ୍ମା ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଓଡିଆ ନବବର୍ଷ, ହନୁମାନ ଜୟନ୍ତୀ ଓ ମହାବିଷୁବ ପଣା ସଂକ୍ରାନ୍ତି ଧୁମଧାମରେ ପାଳିତ ହୋଇଯାଇଛି । ଆଜିର ଏହି ଉତ୍ସବରେ ଗ୍ରାମର ପୁରୋହିତ ରମେଶ ଚନ୍ଦ୍ର ରଥଙ୍କ ପୈାରହିତରେ ଯଥା ବିଧିବିଧାନ ପୂର୍ବକ ହନୁମାନ ଶ୍ରୀଜିଉଙ୍କ ପୁଜନ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥିରେ ଗଣେଶ ପ୍ରସାଦ ଦାଶ ମୁଖ୍ୟ କର୍ତ୍ତା ଭାବେ ଉପସ୍ଥିତ ରହି ପୂଜାକାର୍ଯ୍ୟରେ ସହଯୋଗ କରିଥିଲେ । କୁଡୁମୁଲୁଗୁମ୍ମା ଓ ଏହାର ଆଖପାଖ ଅଞ୍ଚଳର ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁମାନେ ଉପସ୍ଥିତ ରହି ଶ୍ରୀଜିଉଙ୍କ ଦିବ୍ୟ ମୁର୍ତ୍ତି ଦର୍ଶନ କରିଥିଲେ। ଏକ ଆଧ୍ୟାତ୍ମିକ ପରିବେଶ ଭିତରେ ଭକ୍ତମାନଙ୍କର କରତାଳି, ଶ°ଖନାଦ ଓ ହୁଳହୁଳି ଧ୍ବନିରେ ମନ୍ଦିର ପରିସର ପ୍ରକମ୍ପିତ ହୋଇ ଉଠିଥିଲା । ଅପରାହ୍ନରେ ଶ୍ରୀଜିଉଙ୍କ ପଣାଲାଗି ଆୟୋଜନ କରାଯାଇଥିଲା ଓ ଏହି ସମୟରେ ଗ୍ରାମର ସଙ୍କୀର୍ତ୍ତନ ଦଳ ଦ୍ବାରା ହନୁମାନ ଚାଳିଷା ପଠନ ସହ ଭଜନ କୀର୍ତ୍ତନର ଆସର ଜମି ଉଠିଥିଲା ।

ଗ୍ରାମ ହନୁମାନ ମନ୍ଦିର ଟ୍ରଷ୍ଟର ସଦସ୍ୟ ନୀହାରକାନ୍ତ ଦାସ, ହେମନ୍ତ କୁମାର ଦାସ, ଗୋପିନାଥ ଦାସ, ବାଳକୃଷ୍ଣ ପ୍ରଧାନ, ଭଗବାନ ସାହୁ, ହୃଷିକେଶ ସେଠି, ରାଜ ପାତ୍ର, ମଧୁସୂଦନ ପୃଷ୍ଟି, ବୀର କିଶୋର ପାତ୍ର, ଅଶୋକ କୁମାର ଆଡ୍ୟ, ଉମାଶଙ୍କର ଖିଲ , ମିଥୁନ ସାହୁ, ତ୍ରିନାଥ ବରାଡ, ଅନିଲ କୁମାର ସ୍ୱାଇଁ, ସିପୁ ପ୍ରଧାନ , ଜୟରାମ ପାତ୍ର, କେଶବ ଭୋଳ ପ୍ରମୁଖ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande