ଶିକ୍ଷାବିତ୍ ରମାକାନ୍ତ ଆଦର୍ଶବାନ ବ୍ୟକ୍ତିତ୍ୱ ଥିଲେ
ଭଦ୍ରକ, ୧୪ ଅପ୍ରେଲ (ହି.ସ.) - ପୁରୀ ଜିଲ୍ଲା ନିମାପଡା ବାମନାଳ ଗ୍ରାମର ବିଶିଷ୍ଟ ସମାଜସେବୀ, ହାରମୋନିୟମ୍ ଗୁରୁ ତଥା ଶକ୍ଷାବିତ୍ ରମାକାନ୍ତ ଦାଶଙ୍କ ଦଶାହ କ୍ରିୟା ଅବସରରେ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସ୍ମୃତି ସଭାକୁ ଭୁବନେଶ୍ୱର ଏକାମ୍ର କଲେଜର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫୁଲ୍ଲ ଚନ୍ଦ୍ର
RAMAKANTA DASH NKA SMRUTI SABHA PHOTO


ଭଦ୍ରକ, ୧୪ ଅପ୍ରେଲ (ହି.ସ.) - ପୁରୀ ଜିଲ୍ଲା ନିମାପଡା ବାମନାଳ ଗ୍ରାମର ବିଶିଷ୍ଟ ସମାଜସେବୀ, ହାରମୋନିୟମ୍ ଗୁରୁ ତଥା ଶକ୍ଷାବିତ୍ ରମାକାନ୍ତ ଦାଶଙ୍କ ଦଶାହ କ୍ରିୟା ଅବସରରେ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସ୍ମୃତି ସଭାକୁ ଭୁବନେଶ୍ୱର ଏକାମ୍ର କଲେଜର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫୁଲ୍ଲ ଚନ୍ଦ୍ର ଦାସ ପୌରହିତ୍ୟ କରିଥିଲେ । ଏଥିରେ ଅଭିନେତା ଶ୍ରୀକାନ୍ତ ଗୌତମ,ଅଜମା ଦତ ମିଶ୍ର,ଡ.ପ୍ରଫୁଲ୍ଲ କୁମାର ମହାନ୍ତି, ସ୍ଥାନୀୟ ସରପଚଂ ସୁରେନ୍ଦ୍ର ସ୍ୱାଇଁ,ଓଡିଶା ମାନବିକ ଅଧିକାର ସଭାପତି ସୁବାଷ ଚନ୍ଦ୍ର ଦାସ,ଝାଡଖଣ୍ଡ ଓଡିଆ ଭାଷା ଆନ୍ଦୋଳନର ପ୍ରମୁଖ ନନ୍ଦୁ ପାଣ୍ଡେ, ବରିଷ୍ଠ ସାମ୍ବାଦିକ ହେମନ୍ତ ସିଂହ, ସମାଜସେବୀ ଗଦାଧର ବେହେରା ପ୍ରମୁଖ ସ୍ୱର୍ଗତଃ ରମାକାନ୍ତଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରି ସେ ଶିକ୍ଷକ ସମାଜ ପାଇଁ ଆଦର୍ଶ ବୋଲି କହିଥିବା ବେଳେ କର୍ତବ୍ୟନିଷ୍ଠ, ଶାନ୍ତ ଓ ଅମାୟିକ ସ୍ୱଭାବର ବ୍ୟକ୍ତି ଥିଲେ । ତାଙ୍କ ଠାରୁ ପାଠ ଓ ହାରମୋନିୟମ୍ ଶିକ୍ଷାଲାଭ କରି ଆଜି ଶତାଧିକ ଛାତ୍ରଛାତ୍ରୀ ଉଚ୍ଚ ପଦ ପଦବୀରେ ଅବସ୍ଥାପିତ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ଫଟୋଚିତ୍ରରେ ମାଲ୍ୟର୍ପଣ ପୂର୍ବକ ନିରବ ପ୍ରାର୍ଥନା କରାଯାଇଥିଲା । ପୁତ୍ର ମାନସ ଦାଶଙ୍କ ତତ୍ୱାବଧାନରେ ସରିତା ଦାଶ, ତାପସ ରଥ, ଶଶିଭୂଷଣ ରଥ, ପ୍ରଦୀପ କୁମାର ଦାଶ, ରାଜେଶ ରଥ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶେଷରେ ଓଏନଏସ ଇଭେଟଂ ପୁରୀ ପକ୍ଷରୁ ଏମ ମୁନ୍ନାଙ୍କ ତତ୍ୱାବଧାନରେ ଜୟଶ୍ରୀ ମହାପାତ୍ର, ଅଭିଶିକ୍ତା ପଣ୍ଡା, ପାୟଲ୍ ପ୍ରିୟଦର୍ଶନୀ, କୁମାର ଲକି ଭଜନ ପରିବେଷଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande