ଶ୍ରୀରାମ ମନ୍ଦିର, ବାନ୍ଧନ ଘୋରରେ ଶ୍ରୀହନୁମାନ ଜୟନ୍ତୀ ଓ ପଣା ସଂକ୍ରାନ୍ତି ଉତ୍ସବ
ବଲାଙ୍ଗିର, ୧୪ ଏପ୍ରିଲ୍ (ହି.ସ.) - ପବିତ୍ର ଶ୍ରୀହନୁମାନ ଜୟନ୍ତୀ ଓ ପଣା ସଂକ୍ରାନ୍ତି ଉତ୍ସବ ସଦର ବ୍ଲକ ଅନ୍ତର୍ଗତ ବାନ୍ଧନଘୋର ଶ୍ରୀରାମ ମନ୍ଦିରରେ ସହସ୍ରାଧିକ ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀରାମ ମନ୍ଦିର ପରିଚାଳନା କମିଟି ଟ୍ରଷ୍ଟ ଓ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା
ଶ୍ରୀରାମ ମନ୍ଦିର, ବାନ୍ଧନ ଘୋରରେ ଶ୍ରୀହନୁମାନ ଜୟନ୍ତୀ ଓ ପଣା ସଂକ୍ରାନ୍ତି ଉତ୍ସବ


ଶ୍ରୀରାମ ମନ୍ଦିର, ବାନ୍ଧନ ଘୋରରେ ଶ୍ରୀହନୁମାନ ଜୟନ୍ତୀ ଓ ପଣା ସଂକ୍ରାନ୍ତି ଉତ୍ସବ


ବଲାଙ୍ଗିର, ୧୪ ଏପ୍ରିଲ୍ (ହି.ସ.) - ପବିତ୍ର ଶ୍ରୀହନୁମାନ ଜୟନ୍ତୀ ଓ ପଣା ସଂକ୍ରାନ୍ତି ଉତ୍ସବ ସଦର ବ୍ଲକ ଅନ୍ତର୍ଗତ ବାନ୍ଧନଘୋର ଶ୍ରୀରାମ ମନ୍ଦିରରେ ସହସ୍ରାଧିକ ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀରାମ ମନ୍ଦିର ପରିଚାଳନା କମିଟି ଟ୍ରଷ୍ଟ ଓ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ଏହି ଉତ୍ସବ ଅବସରରେ ସମୂହ ହନୁମାନ ଚାଳିଶା ପାଠ , ବୈଠକୀ କୀର୍ତନ ସହିତ ଭକ୍ତ ସମାବେଶ ଇତ୍ୟାଦି କାର୍ଯ୍ୟକ୍ରମ ହୋଇ ଥିଲା । ସକାଳ ୮ଟା ଠାରୁ ପଣା ବଂଟନ ଆରମ୍ଭ ହୋଇଥିଲା।

ମନ୍ଦିରର ପୂଜକ ହିମାଂଶୁ ତ୍ରିପାଠୀଙ୍କ ଦ୍ୱାରା ପୂଜା ଓ ହୋମ ସମାପ୍ତ ହେବା ପରେ ପ୍ରସାଦ ସେବନ କରାଯାଇ ଥିଲା। ୨୦୧୯ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ମନ୍ଦିରରେ ପ୍ରତ୍ୟେକ ବର୍ଷ ହନୁମାନ ଜୟନ୍ତୀ ମହା ଆଡମ୍ବରରେ ପାଳନ କରାଯାଉଅଛି । ପ୍ରତ୍ୟେକ ବର୍ଷ ପରି ବାନ୍ଧନଘୋର ତଥା ଆଖପାଖ ଗ୍ରାମର ଭକ୍ତମାନେ ପ୍ରଭୁ ଶ୍ରୀରାମଙ୍କର ଏହି ଉତ୍ସବରେ ଉପସ୍ଥିତ ରହିଥିଲେ । ସମସ୍ତ କାର୍ଯ୍ୟକ୍ରମ ଟ୍ରଷ୍ଟର ମୁଖ୍ୟ ପରିଚାଳନା ଟ୍ରଷ୍ଟି ମନ୍ମୟ ଆନନ୍ଦ କୁମାର ତ୍ରିପାଠୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ସହଯୋଗ କରିଥିଲେ ହରେକୃଷ୍ଣ ବୁଡେକ, ଅଚ୍ୟୁତାନନ୍ଦ ମିଶ୍ର, ସୁରେଶ ବୁଡେକ, ସତ୍ୟ ଗହୀର, ଚିଙ୍କୁ ପ୍ରଧାନ, ଶ୍ରୀମୟ ତ୍ରିପାଠୀ, ପ୍ରସନ୍ନ ଗହୀର ଓ ସର୍ବଜିତ ତ୍ରିପାଠୀ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande