ରାୟଗଡା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ନିତ୍ୟାନନ୍ଦ ଗଣ୍ଡ
ଭୁବନେଶ୍ୱର ,୧୪ ଏପ୍ରିଲ (ହି.ସ)- ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମଙ୍ଗଳବାର ଦିନ ରାୟଗଡା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ସେ ଲେଖିଛନ୍ତି ଆଜି ହେଉଛି ପବିତ୍ର ପଣା ସଂକ୍ରାନ୍ତି, ଓଡ଼
dfzgdrt


ଭୁବନେଶ୍ୱର ,୧୪ ଏପ୍ରିଲ (ହି.ସ)- ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମଙ୍ଗଳବାର ଦିନ ରାୟଗଡା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।

ଏନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ସେ ଲେଖିଛନ୍ତି ଆଜି ହେଉଛି ପବିତ୍ର ପଣା ସଂକ୍ରାନ୍ତି, ଓଡ଼ିଆ ନବ ବର୍ଷ ଓ ପ୍ରଭୁ ହନୁମାନଙ୍କ ଜନ୍ମ ଉତ୍ସବର ଦିବସ। ଆଜି ଭଳି ପବିତ୍ର ଦିବସରେ ମୋତେ ମିଳିଥିବା ରାୟଗଡା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଦାୟିତ୍ୱକୁ ବିଧିବଦ୍ଧ ଭାବରେ ଗ୍ରହଣ କରିଛି। ଜିଲ୍ଲାର ଜିଲ୍ଲାପାଳ, ଅନ୍ୟାନ୍ୟ ଅଧିକାରୀ, ନୂତନ ଭାବରେ ମନୋନୀତ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ, ଜିଲ୍ଲାର ନେତୃବୃନ୍ଦ ଆଦି ସମସ୍ତଙ୍କ ଉପସ୍ଥିତିରେ ଏହି ଦାୟିତ୍ୱ ଗ୍ରହଣ ସହିତ ମାଆ ମଝିଘରିଆଣୀଙ୍କ ଆଶୀର୍ବାଦ ନେଇ କାର୍ଯ୍ୟରେ ଯୋଗ ଦେଇଛି। ସତ୍ୟ, ନିଷ୍ଠା ଓ ଏକାଗ୍ରତା ଭାବ ନେଇ ସମସ୍ତଙ୍କ ସହଯୋଗରେ ଜିଲ୍ଲାର ଉନ୍ନତି ଦିଗରେ ମୁଁ ନିଶ୍ଚୟ କାର୍ଯ୍ୟ କରିବି। ଆମେ ସମସ୍ତେ ମିଶି ଆମ ରାୟଗଡ଼ା ଜିଲ୍ଲାକୁ ପ୍ରଗତି ଦିଗରେ ଆଗେଇ ନେବା।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande