


ବଲାଙ୍ଗିର, ୧୪ ଏପ୍ରିଲ୍ (ହି.ସ.)- ଆଜି ସ୍ଥାନୀୟ କଚେରୀ ଛକ ଠାରେ ଥିବା ଡାକ୍ତର ଭୀମରାଓ ଆମ୍ବେଦକରଙ୍କ ଜନ୍ମ ଦିନରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପକ୍ଷରୁ ବାବା ସାହେବ ଆମ୍ବେଦକର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା l
ବଲାଙ୍ଗୀର ନଗର କଚେରୀ ଛକ ସ୍ଥିତ ଡଃ. ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବିଭାଗ ସଂଘ ଚାଳକ ସ୍ଵୟଂସେବକଗଣ, ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ, ବଲାଙ୍ଗିର ମୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ବେହରା ଓ ଅନ୍ୟମାନଙ୍କ ଦ୍ୱାରା ମାଲ୍ୟାର୍ପଣ ଓ ପୁଷ୍ପାଞ୍ଜଳି ପ୍ରଦାନ କରି ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ