
ଜୟପୁର,୧୪ ଏପ୍ରିଲ୍ (ହି.ସ.) - ଜୟପୁର ବ୍ଲକ ବାଲିଆ ଗ୍ରାମରେ ଖଣି ବିଭାଗର ଯଣେ କନିଷ୍ଠ ଖଣି ଅଧିକାରୀଙ୍କୁ ବାଲି ମାଫିଆ ମାନେ ମରଣାନ୍ତକ ଆକ୍ରମଣ ମାମଲାରେ ଆଜି ସଦର ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲା ଅନ୍ତା ଗ୍ରାମପଂଚାୟତ ଦାମାପୁଟ ଅଂଚଳର କୃଷ୍ଣ ଚନ୍ଦ୍ର ବିଷୋୟୀ(୨୦)। ଆକ୍ରମଣ ମାମଲାରେ ଏହି ଯୁବକ ଜଣକ ସପ୍ସସ୍ଲିଷ୍ଟ ଥିବାଯୋଗୁଁ ସଦର ପୁଲିସ କୃଷ୍ଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସଦରଥାନା ଭାରାପ୍ରାପ୍ତ ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି