
ପୁରୀ, ୧୪ ଅପ୍ରେଲ (ହି.ସ.)- ହନୁମାନ ଜୟନ୍ତୀ ତଥା ମହାବିଷୁବ ସଂକ୍ରାନ୍ତୀ ଅବସରରେ ଆଜି ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅନ୍ତର୍ଗତ ଶିରୁଳି ଗ୍ରାମରେ ଥିବା ଶିରୁଳି ମହାବୀରଙ୍କ ସ୍ୱତନ୍ତ୍ର ସିନ୍ଦୁର ମାଜଣା ଓ ପୂଜାକାର୍ଯ୍ୟ ସେବାୟତଙ୍କ ଦ୍ୱାରା ବିଧି ମୁତାବକ ସମ୍ପନ୍ନ ହୋଇଛି ।
ପଣା ସଂକ୍ରାନ୍ତୀ ଅବସରରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଏଠାରେ ସମାଗମ ହୋଇଛି । ଭକ୍ତମାନେ ଶିରୁଳି ମହାବୀରଙ୍କ ଦର୍ଶନ ସାଙ୍ଗକୁ ପୂଜାର୍ଚ୍ଚନା କରୁଛନ୍ତି । ଶିରୁଳି ମହାବୀରଙ୍କ ଠାରେ ପ୍ରତିବର୍ଷ ପଣା ସଂକ୍ରାନ୍ତୀ ଦିନ ଉତ୍ସବର ଆୟୋଜନ ହୋଇଥାଏ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ