
ଭୁବନେଶ୍ୱର ,୧୪ ଏପ୍ରିଲ (ହି.ସ)- ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ଆସନ୍ତା ମଇ ୧ରୁ ୩୦ ତାରିଖ ମଧ୍ୟରେ ନୂଆ ହିତାଧିକାରୀ ଆବେଦନ କରିପାରିବେ। ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଆବେଦନକାରୀଙ୍କ ସଂଖ୍ୟା ବହୁତ କମ ଅଛି, କିନ୍ତୁ ସମୟ ପର୍ଯ୍ୟାପ୍ତ ଅଛି। ୨୧ ବର୍ଷ ବୟସରେ ପହଂଚିଥିବା ଯୁବତୀ ଆବେଦନ କରିପାରିବେ। ଯଦି କେଉଁଠି ଟେକ୍ନିକାଲ ଅସୁବିଧା ସାମ୍ନାକୁ ଆସେ ସମୟ ବଢ଼ାଯିବ। ଅସୁବିଧା ଥିଲେ ଆଉ ୫ ଦିନ ସମୟ ଅବଧି ବଢା଼ଇବୁ ବୋଲି କହିଛନ୍ତି ପ୍ରଭାତୀ ପରିଡା।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା