ବଲାଙ୍ଗୀର ଆଦର୍ଶ ଶିକ୍ଷୟତ୍ରୀ କେ ଅମ୍ବିକା ନାୟାରଙ୍କ ଦେହାନ୍ତ
ବଲାଙ୍ଗିର, 14 ଏପ୍ରିଲ୍ (ହି.ସ.) ବଲାଙ୍ଗୀର ସହରର ଜଣା ଶୁଣା ଶିକ୍ଷୟତ୍ରୀ କେ ଅମ୍ବିକା ନୟରଙ୍କ ହୃଦଘାତରେ ଦେହାନ୍ତ। ବଲାଙ୍ଗୀର ରେଳ ଷ୍ଟେସନ୍ ରୋଡ ନିବାସୀ କେ ଅମ୍ବିକା ନାୟାର ଙ୍କୁ ମୃତ୍ୟୁ ବେଳକୁ ୫୬ ବର୍ଷ ବୟସ ହେଉଥିଲା। ତେବେ ସେ ତୁଲସୀ ନଗର ସ୍ଥିତ ସରକାରୀ ୟୁପି ସ୍କୁଲରେ ଶିକ୍ଷୟତ୍ରୀ ଥିଲ
ବଲାଙ୍ଗୀର ଆଦର୍ଶ ଶିକ୍ଷୟତ୍ରୀ କେ ଅମ୍ବିକା ନାୟାରଙ୍କ ଦେହାନ୍ତ । ଅଞ୍ଚଳରେ ଶୋକର ଛାୟା।


ବଲାଙ୍ଗିର, 14 ଏପ୍ରିଲ୍ (ହି.ସ.) ବଲାଙ୍ଗୀର ସହରର ଜଣା ଶୁଣା ଶିକ୍ଷୟତ୍ରୀ କେ ଅମ୍ବିକା ନୟରଙ୍କ ହୃଦଘାତରେ ଦେହାନ୍ତ। ବଲାଙ୍ଗୀର ରେଳ ଷ୍ଟେସନ୍ ରୋଡ ନିବାସୀ କେ ଅମ୍ବିକା ନାୟାର ଙ୍କୁ ମୃତ୍ୟୁ ବେଳକୁ ୫୬ ବର୍ଷ ବୟସ ହେଉଥିଲା। ତେବେ ସେ ତୁଲସୀ ନଗର ସ୍ଥିତ ସରକାରୀ ୟୁପି ସ୍କୁଲରେ ଶିକ୍ଷୟତ୍ରୀ ଥିଲେ। ପୂର୍ବରୁ ସେ ବଲାଙ୍ଗୀର ଚିର୍ଗୁନ ପାଳି ପ୍ରାଇମେରୀ ସ୍କୁଲ, ମାଧିଆ ପାଲି ପ୍ରାଇମେରୀ ସ୍କୁଲ, ଚନ୍ଦନ ଭାଟ୍ଟି

ପ୍ରାଇମେରୀ ସ୍କୁଲ, ବଲାଙ୍ଗୀର ମାଲ ଗୋଦାମ ପଡ଼ା ୟୁପି ସ୍କୁଲରେ ମଧ୍ୟ କାର୍ଯ୍ୟ ଦକ୍ଷତାର ସହ ତୁଲାଇ ଆସିଥିଲେ। ଗତ କିଛି ଦିନରୁ ସେ ଜନ ଗଣନା ପାଇଁ ବଲାଙ୍ଗୀର ଡି ଇ ଓ ଙ୍କ କାର୍ଯ୍ୟାଳୟରେ ଟ୍ରେନିଂ କାର୍ଯ୍ୟକ୍ରମରେ ଯୋଗ ଦେଇ ଆସୁଥିଲେ। ଏବଂ ଗତ କାଲି ସେ ଟ୍ରେନିଂ ସମୟରେ ଅସୁସ୍ଥ ହୋଇ ପଡ଼ିଥିଲେ। ପରେ ସେ ନିଜ ଘରକୁ ଫେରି ଆସିଥିଲେ। ଏବଂ ଆଜି ସକାଳେ ତାଙ୍କର ହୃଦଘାତରେ ଦେହାନ୍ତ ହୋଇ ଯାଇଥିଲା। ତେବେ ତାଙ୍କର ଅକାଳ ବିୟୋଗରେ ଏଠି ଶୋକର ଛାୟା ଖେଳି ଯାଇଛି।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande