ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷରେ ବିଜେଡି ପକ୍ଷରୁ ପଣା ବଂଟନ
Water Distribution by Bjd
ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷରେ ବିଜେଡି ପକ୍ଷରୁ ପଣା ବଂଟନ


ଝାରସୁଗୁଡ଼ା, ୧୪ ଏପ୍ରିଲ୍ (ହି.ସ.) - ପବିତ୍ର ମହାବିଷୁବ ସଂକ୍ରାନ୍ତି, ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଅବସରରେ ଝାରସୁଗୁଡ଼ା ଜିଲ୍ଲା ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ପଣା ବଂଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।

ମଙ୍ଗଳବାର ଅପରାହ୍ନ ପ୍ରାୟ ୫ଟା ସମୟରେ ଷ୍ଟେସନ୍ ଛକସ୍ଥିତ କନକ ଦୁର୍ଗା ମନ୍ଦିର ନିକଟରେ ଏବଂ ବମ୍ବେ ଛକରେ ଦଳ ପକ୍ଷରୁ ପଥଚାରୀ ଓ ସ୍ଥାନୀୟ ଜନସାଧାରଣଙ୍କୁ ଶୀତଳ ପଣା ବଂଟନ କରାଯାଇଥିଲା। ତୀବ୍ର ଗ୍ରୀଷ୍ମ ଉଷ୍ମାରେ ଲୋକମାନଙ୍କୁ ସ୍ୱଳ୍ପ ଆଶ୍ୱସ୍ତି ଦେବା ସହ ଓଡ଼ିଆ ପରମ୍ପରାକୁ ଅବିକଳ ରଖିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଦଳ ପକ୍ଷରୁ କୁହାଯାଇଛି।

ଏହି କାର୍ଯ୍ୟକ୍ରମରେ ବିଜେଡିର ବହୁ ବରିଷ୍ଠ ନେତା ଓ କର୍ମକର୍ତା ଯୋଗଦେଇଥିଲେ। ଜିଲ୍ଲା ସଭାପତି ହରିଶ ଗଣତ୍ରା, ସାଧାରଣ ସମ୍ପାଦକ ପିଂଟୁ ପାଢ଼ୀ, ନଗରପାଳିକା ଅଧ୍ୟକ୍ଷା ରାନୀ ହାତୀ, ଯୁବ ବିଜେଡି ସଭାପତି ରବିନ ପାଣ୍ଡେ ସହ ରବି ସିଂ, ଅଶୋକ ଦାସ, ରଘୁମଣି ପଟେଲ, ସନ୍ଦୀପ ଅବସ୍ତି, ତୁଳସୀ ଦାସ, ମଦନ ହାତୀ, ଆଲୋକ ତ୍ରିପାଠୀ, ଶଶି ତିୱାରୀ, ପବନ ସିଂ ଯାଦବ, ପବନ ଶର୍ମା, ନବନୀତ କୌର, ଗୀତାଞ୍ଜଳି ପଣ୍ଡା, ନୀତାରାଣୀ ସାହା, ଥବିର ମିଶ୍ର ଆଦି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

ସଭାର ଶେଷରେ ଲୋକମାନେ ଏହି ପଦକ୍ଷେପକୁ ସ୍ୱାଗତ କରିଥିବା ସହ ଏପରି ସାମାଜିକ କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ ଜାରି ରହିବାକୁ ଆଶା ପ୍ରକାଶ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande