ଯାତ୍ରା ଦେଖା ହେଲା ଶେଷ ଯାତ୍ରା, ଯୁବକ ମୃତ - ହତ୍ୟା ଅଭିଯୋଗ
ବଲାଙ୍ଗିର, ୧୪ ଏପ୍ରିଲ୍ (ହି.ସ.) - ଯାତ୍ରା ଦେଖା ହେଲା ଶେଷ ଯାତ୍ରା । ଯୁବକକୁ ପିଟି ପିଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ କଲେ ପରିବାର ଲୋକେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଦୁମଦୁମୀ ଛକରେ । ମୃତ ବ୍ୟକ୍ତି ଜଣକ ଲୁହୁରାପାଲି ଗାଁର ୩୫ ବର୍ଷୀୟ ସୁଶୀଲ ଧର
ଯାତ୍ରା ଦେଖା ହେଲା ଶେଷ ଯାତ୍ରା ଯୁବକ ମୃତ ହତ୍ୟା ଅଭିଯୋଗ


ବଲାଙ୍ଗିର, ୧୪ ଏପ୍ରିଲ୍ (ହି.ସ.) - ଯାତ୍ରା ଦେଖା ହେଲା ଶେଷ ଯାତ୍ରା । ଯୁବକକୁ ପିଟି ପିଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ କଲେ ପରିବାର ଲୋକେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଦୁମଦୁମୀ ଛକରେ । ମୃତ ବ୍ୟକ୍ତି ଜଣକ ଲୁହୁରାପାଲି ଗାଁର ୩୫ ବର୍ଷୀୟ ସୁଶୀଲ ଧରୁଆ । ଗତ ରବିବାର ରାତିରେ ଦୁମଦୁମୀ ଠାରେ ଚାଲିଥିବା ସମଲେଇ ମନ୍ଦିର ପ୍ରତିଷ୍ଠା ପାଇଁ ଅର୍କେଷ୍ଟ୍ରା ହେଉଥିଲା । ଆଉ ସାଙ୍ଗମାନଙ୍କ ସହିତ ସୁଶୀଲ ରାତି ଆଠଟାରେ ଯାତ୍ରା ଦେଖିବାକୁ ଦୁମଦୁମୀ ଯାଇଥିଲେ । ତେବେ ରାତି ୧୦ଟାରେ ଯାତ୍ରା ପଡିଆ ନିକଟରେ ସୁଶୀଲଙ୍କ ଦୁର୍ଘଟଣା ଘଟିଥିବା ନେଇ ପରିବାର ଲୋକେ ଖବର ପାଇଥିଲେ । କିନ୍ତୁ ସୁଶୀଲଙ୍କ ସାଙ୍ଗମାନେ ଦୁର୍ଘଟଣା ବାବଦରେ କେହି କିଛି କହିପାରି ନ ଥିବା ବେଳେ ଯାତ୍ରା ପଡିଆ ନିକଟରେ ସୁଶିଲଙ୍କ ମୃତଦେହ ଦେଖିବାକୁ ମିଳିଥିଲା । ମୃତଦେହ ମୁଣ୍ଡ ପଟେ ଆଘାତ ଲାଗିଥିବା ବେଳେ ପାରିପାର୍ଶ୍ୱିକ ସ୍ଥିତିକୁ ଦେଖି ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ । ଲୋଇସିଂହା ପୋଲିସ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏଥି ସହିତ ଅଧିକ ତଦନ୍ତ ଜାରି ରହିଥିବା ନେଇ ପୋଲିସ ସୂଚନା ଦେଇଛି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande